Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Asim Munir Operation Sindoor / 'ଭାରତ ବିରୋଧରେ ଆମକୁ ଆଲ୍ଲାହ୍‌ ସାହାଯ୍ୟ କରିଥିଲେ...', ମୁନିର କହିଲେ 'ଅପରେସନ୍‌ ସିନ୍ଦୂର' କାହାଣୀ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
'ଭାରତ ବିରୋଧରେ ଆମକୁ ଆଲ୍ଲାହ୍‌ ସାହାଯ୍ୟ କରିଥିଲେ...', ମୁନିର କହିଲେ 'ଅପରେସନ୍‌ ସିନ୍ଦୂର' କାହାଣୀ
Asim Munir

Key Points

ଅପରେସନ୍‌ ସିନ୍ଦୂରକୁ ନେଇ ପୁଣି ମୁହଁ ଖୋଲିଲେ ପାକ୍‌ ସେନା ମୁଖ୍ୟ
ଅସୀମ ମୁନିର କହିଲେ, ଭାରତ ବିରୋଧରେ ଚୀନ୍ ନୁହେଁ...
ଆଲ୍ଲାହ୍‌ ଆମକୁ ସାହାଯ୍ୟ କରିଥିଲେ
ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ପୁଣି ଥରେ ଅପରେସନ ସିନ୍ଦୂରକୁ ନେଇ ଏକ ବୟାନ ଦେଇଛନ୍ତି । ଏକ ବିବୃତ୍ତିରେ ସେ ଅପରେସନ ସିନ୍ଦୂରରେ ଆଲ୍ଲାହ୍‌ଙ୍କ ସାହାଯ୍ୟକୁ ଉଲ୍ଲେଖ କରିଥିବା ଦେଖିବାକୁ ମିଳୁଛି । ସେ କହିଛନ୍ତି ଯେ ଅପରେସନ ସିନ୍ଦୂର ସମୟରେ ଆଲ୍ଲାହ୍‌ ଭାରତ ବିରୋଧରେ ସାହାଯ୍ୟ କରିଥିଲେ ।

ଅସୀମ ମୁନିର କହିଛନ୍ତି, " ଅପରେସନ୍‌ ସିନ୍ଦୂର ସମୟରେ ଚୀନ୍ ଅସ୍ତ୍ରଶସ୍ତ୍ର ଭାରତ ବିରୋଧରେ ସାହାଯ୍ୟ କରିନଥିଲା ବରଂ ଆଲ୍ଲାହ୍‌ କରିଥିଲେ । ଆଲ୍ଲାହ୍‌ଙ୍କ ଉପରେ ବିଶ୍ୱାସ ଯୋଗୁଁ ଫରିସ୍ତେମାନେ ଭାରତ ବିରୋଧରେ ଅପରେସନ୍‌ରେ ପାକିସ୍ତାନୀ ସେନାକୁ ସାହାଯ୍ୟ କରିଥିଲେ


ମୁନିର ଏହି ବିବୃତ୍ତି କେଉଁଠାରେ ଦେଇଥିଲେ ?

ମୁନିର ଏହି ମାସର ଆରମ୍ଭରେ ନ୍ୟାସନାଲ ଉଲାମା ଏବଂ ମଶାଏଖ ସମ୍ମିଳନୀରେ ଏହି ବିବୃତ୍ତି ଦେଇଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସମେତ ବହୁ ସଂଖ୍ୟକ ଇସଲାମିକ ଧର୍ମଗୁରୁ ଉପସ୍ଥିତ ଥିଲେ । ଏହି ସମ୍ମିଳନୀର ଭିଡିଓ ଏବେ ସାମ୍ନାକୁ ଆସିଛି । ଆଉ ଏହି ସମ୍ମିଳନୀରେ ସେ କହିଥିଲେ ଯେ, "ଆଲ୍ଲାଙ୍କ ସାହାଯ୍ୟ ଆସିଥିଲା, ଓ ଆମେ ଏହାକୁ ଆସୁଥିବାର ଦେଖିଲୁ, ଆମେ ଏହାକୁ ଅନୁଭବ କରିଥିଲୁ'' । ଏହା ସହ ସେ ଆରବି ଭାଷାରେ କିଛି ଧାର୍ମିକ ପଂକ୍ତି ମଧ୍ୟ ପାଠ କରିଥିଲେ ।


ଅପରେସନ୍ ସିନ୍ଦୂରରେ କ'ଣ ଘଟିଥିଲା?

୬ ମେ' ୨୦୨୫ରେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ପକ୍ଷରୁ ଅପରେସନ୍‌ ସିନ୍ଦୂର ଆରମ୍ଭ ହୋଇଥିଲା । ଭାରତ ପାକ୍ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନରେ ଅନେକ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ଧ୍ବଂସ କରିଥିଲା । ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନର ଶିବିରକୁ ଟାର୍ଗେଟ କରି ଭାରତ ଆକ୍ରମଣ କରିଥିଲା ।

ପହଲଗାମ୍ ଆକ୍ରମଣରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ

ସୂଚନା ଅନୁସାରେ, ୨୨ ଏପ୍ରିଲ୍‌ ୨୦୨୫ରେ ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ପହଲଗାମରେ ପ୍ରବେଶ କରିଥିଲେ, ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚାରି ହତ୍ୟା କରିଥିଲେ । ଏହି ନୃଶଂସ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣର ଜବାବରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Allah Helped Us Against India: Pak Army Chief Munir on Operation Sindoor | Argus News