Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Australia Shooting / ଘର ଉପରକୁ ଆଖିବୁଜା ଗୁଳିକାଣ୍ଡ, ଏମିତି ହେଲା ୩ ଜଣଙ୍କ ମୃତ୍ୟୁ

Banajyotshna Ray
Browse all articles by Banajyotshna Ray
·5 months ago·2 min read
ଘର ଉପରକୁ ଆଖିବୁଜା ଗୁଳିକାଣ୍ଡ, ଏମିତି ହେଲା ୩ ଜଣଙ୍କ ମୃତ୍ୟୁ
Australia Shooting

Key Points

ଅଷ୍ଟ୍ରେଲିୟାରେ ଗୁଳିକାଣ୍ଡ
ଚାଲିଗଲା ୩ଜଣଙ୍କ ଜୀବନ

ଘର ଉପରକୁ ଆଖିବୁଜଳ ଗୁଳିକାଣ୍ଡ। ଏହି ଗୁଳିକାଣ୍ଡ ନେଇଗଲା ୩ ଜଣଙ୍କ ଜୀବନ। ଏହାସହ ଜଣେ ଆହତ ହୋଇଥିବା ସୂଚନା ରହିଛି। ଅଷ୍ଟ୍ରେଲିୟାର ନ୍ୟୁ ସାଉଥୱେଲସ୍ ରାଜ୍ୟରେ ସାମୂହିକ ଗୁଳିକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବଣ୍ଡିବିଚ୍ ଗୁଳିକାଣ୍ଡର ଠିକ୍ ୧ ମାସ ପରେ ଗୁରୁବାର ଲେକ୍ କାର୍ଗେଲିଗୋ ସହରରେ ଏହି ଗୁଳିକାଣ୍ଡ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁଳିକାଣ୍ଡରେ ୨ ଜଣ ମହିଳା ଓ ଜଣେ ପୁରୁଷ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗୁରୁତର ଅବସ୍ଥାରେ ହସ୍ପିଟାଲ ପହଞ୍ଚାଇଛି।

ଠିକ ସେହିପରି ଆଜି ହୋଇଛି ପୁଣିଥରେ ଗୁଳିକାଣ୍ଡ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ କରିଛି। ଏହି ଗୁଳିକାଣ୍ଡ ଏପରି ସମୟରେ ହୋଇଛି ଯେତେବେଳେ ବଣ୍ଡିବିଚ୍ ଗୁଳିକାଣ୍ଡ ଲାଗି ଦେଶରେ ଜାତୀୟ ଶୋକ ଦିବସ ପାଳିତ ହେଉଥିଲା। ପୋଲିସ କହିଛି ଯେ ଆକ୍ରମଣକାରୀ ଗୁଳିକାଣ୍ଡ ପରେ ଫେରାର ହୋଇଯାଇଛନ୍ତି। ତେବେ ସୁରକ୍ଷା କାରଣରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କୁ ନିଜ ନିଜ ଘରେ ରହିବାକୁ କୁହାଯାଇଛି।

ଏଥିସହ ପଢ଼ନ୍ତୁ: ରାତି ପାହିଲେ ସରସ୍ୱତୀ ପୂଜା: ଘରକୁ ଆଣନ୍ତୁ ଏହି ୫ ଜିନିଷ, ବଦଳିଯିବ ଭାଗ୍ୟ

ସେହିପରି ପୋଲିସ ଅଭିଯାନ ଶେଷ ନହେବା ପର୍ଯ୍ୟନ୍ତ କାହାରିକୁ ଘଟଣାସ୍ଥଳକୁ ନ ଆସିବା ପାଇଁ ଅଧିକାରୀ ନିବେଦନ କରିଛନ୍ତି। ପୋଲିସ ଏହି ଘଟଣା ସମ୍ପର୍କିତ ସବୁ ପୁରିସ୍ଥିତିର ଯାଞ୍ଚ ଆରମ୍ଭ କରିଛି। ଅଧିକାରୀ କହିଛନ୍ତି ଯେ ନୂଆ ସୂଚନା ମିଳିବାମାତ୍ରେ ତାହା ସାର୍ବଜନିକ କରାଯିବ। ସେହିପରି ଘଟଣା ସମ୍ପର୍କରେ ଯଦି କେହି କିଛି ଜାଣିଥାନ୍ତି ତେବେ ସେଣ୍ଟ୍ରେଲ ୱେଷ୍ଟ ପୋଲିସ ଅଥବା କ୍ରାଇମ ଷ୍ଟପର୍ସକୁ ସୂଚିତ କରିବାକୁ କୁହାଯାଇଛି। ଦେଶରେ ଲଗାତାର ହେଉଥିବା ଏଭଳି କାଣ୍ଡ ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନ ଚିହ୍ନ ଲଗାଇଛି। ପୋଲିସ ସୂଚନା ଅନୁସାରେ ଗୁରୁବାର ଅପରାହ୍ନ ପାଖାପାଖି ୪ଟା ୪୦ ମିନିଟ୍ ରେ ଲେକ୍ କାର୍ଗେଲିଗୋର ୟେଲକିନ ଷ୍ଟ୍ରିଟ୍ ରେ ଏକ ଆବାସୀୟ ଘର ଉପରକୁ ଗୁଳି କରାଯାଇଛି। ଗୁଳିକାଣ୍ଡ ସୂଚନା ମିଳିବାମାତ୍ରେ ଜରୁରୀକାଳୀନ ସେବା ଏବଂ ୱେଷ୍ଟ ପୋଲିସ ଡିଷ୍ଟ୍ରିକ୍ଟର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। 

ଅଧିକ ପଢ଼ନ୍ତୁ ବିଦେଶ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Australia Shooting | Gunman at large in Australia after leaving 3 dead and 1 wounded | Argus News | Argus News