Videos
|
International

Tel Aviv Vienna Flight Emergency Landing / ଇସ୍ରାଏଲରୁ ଆସୁଥିବା ବିମାନକୁ ମିଳିଲା ଉଡ଼ାଇ ଦେବାକୁ ଧମକ; ବିମାନ କଲା ଜରୁରୀକାଳୀନ ଅବତରଣ

Subhramjit Ray
Browse all articles by Subhramjit Ray
·34 mins ago·2 min read
ଇସ୍ରାଏଲରୁ ଆସୁଥିବା ବିମାନକୁ ମିଳିଲା ଉଡ଼ାଇ ଦେବାକୁ ଧମକ; ବିମାନ କଲା ଜରୁରୀକାଳୀନ ଅବତରଣ
Tel Aviv Vienna Flight Emergency Landing

Key Points

ବୁଲଗେରିଆର ଅଧିକାରୀ ଏବଂ ଏୟାରଲାଇନ୍ସ ଅନୁଯାୟୀ, ତେଲ ଆଭିଭ ଠାରୁ ଭିଏନା ଯାଉଥିବା ଏକ ଅଷ୍ଟ୍ରିଆନ୍ ଏୟାରଲାଇନ୍ସ ବିମାନ ରବିବାର ବୁଲଗେରିଆ ଅଭିମୁଖେ ସ୍ଥାନାନ୍ତର ହୋଇଥିଲା।
ଉଡ଼ାଣ ବେଳେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଜରୁରୀକାଳୀନ ଅବତରଣ କରିଛି ଅଷ୍ଟ୍ରିଆନ୍ ଏୟାରଲାଇନ୍ସ ବିମାନ (Austrian Airlines Flight)। ଇସ୍ରାଏଲ ରାଜଧାନୀ ତେଲ ଆଭିଭ ଠାରୁ ପ୍ରାୟ ୫୭ ଜଣ ଯାତ୍ରୀଙ୍କୁ ନେଇ ଅଷ୍ଟ୍ରିଆ ରାଜଧାନୀ ଭିଏନା ଅଭିମୁଖେ ଯାତ୍ରା କରୁଥିବା ଏକ ଅଷ୍ଟ୍ରିଆନ ଏୟାରଲାଇନ୍ସ ବିମାନ ବୁଲଗେରିଆର ରାଜଧାନୀ ସୋଫିଆ ଠାରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ରବିବାର (ଅକ୍ଟୋବର ୧୮) ଅଷ୍ଟ୍ରିଆ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କରେ ସୂଚନା ଦିଆଯାଇଥିଲା।

ନିକଟ ଅତୀତରେ ତେଲ ଆଭିଭ ଠାରୁ ଦୁବାଇ (Tel Aviv Dubai Fly Dubai Flight) ଅଭିମୁଖେ ଉଡ଼ାଣ ଭରିଥିବା ଏକ "ଫ୍ଲାଏ ଦୁବାଇ ଏୟାରଲାଇନ୍ସ" ବିମାନ (Fly Dubai Airlines Flight) କୁ ଉଦ୍ଦେଶ୍ୟମୂଳକ ଭାବେ ଦୁର୍ଘଟଣାଗ୍ରସ୍ତ କରାଇବା ଘଟଣା ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ଯାହା ପରେ ଏହି ବିମାନ ସାଉଦି ଆରବ ସ୍ଥିତ କିଙ୍ଗ ଫହାଦ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା।

ଏହା ସହ ପଢନ୍ତୁ: 'ଯାହା ଜଣାପଡୁଛି ଯେ ଜଣେ ପାଇଲଟ୍ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଚାହୁଁଥିଲେ'

ଏୟାର ଟ୍ରାକର (Air Tracker) Flightradar24 ପାଖରୁ ମିଳିଥିବା ତଥ୍ୟ ଦର୍ଶାଉଛି ଯେ ଏୟାରବସ୍ A320 (ପଞ୍ଜୀକରଣ ନମ୍ବର OE-LZE) ବିମାନ ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ୪୦ ମିନିଟ ସମୟରେ ତେଲ ଅଭିଭ ଠାରୁ ଭିଏନା (Tel Aviv Vienna Flight Airbus Flight) ଅଭିମୁଖେ ଉଡ଼ାଣ ଭରିବାକୁ ଯାଉଥିଲା। ହେଲେ ଏହି ବିମାନକୁ ରାତି ୯ ଘଣ୍ଟା ୨୫ ମିନିଟ ସମୟରେ ସୋଫିଆ ବିମାନ ବନ୍ଦର (Sofia Airport ulgaria) ଅଭିମୁଖେ ସ୍ଥାନାନ୍ତର କରାଯାଇଥିଲା। ଅଷ୍ଟ୍ରିଆ ପରିବହନ ମନ୍ତ୍ରଣାଳୟରୁ (Austrian Transport Ministry) ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ବିମାନରେ ୬ ଜଣ ଚାଳକ ଦଳ ସଦସ୍ୟ ଏବଂ ୫୧ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଷ୍ଟ୍ରିଆ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତି କୁହାଯାଇଛି ଯେ, ଏପରି ପରିସ୍ଥିତିରେ ବର୍ତ୍ତମାନର ପ୍ରକ୍ରିୟା ଅନୁଯାୟୀ, ବୁଲଗେରିଆ ବାୟୁସେନା ଯାତ୍ରୀବାହୀ ବିମାନକୁ ସୁରକ୍ଷା ଦେବା ପାଇଁ ଏକ MiG-29 (Bulgarian Air Force Mig 29 Jet) ଲଢ଼ୁଆ ବିମାନ ପଠାଇଥିଲା। ଏୟାରବସ୍ A320 ବିମାନ ଉଡ଼ାଣ ଭରିବା ସମୟରେ ରୋମାନିଆ ସୀମା (Romania Border) ନିକଟରେ ଚାଳକ ଦଳ ସଦସ୍ୟ ଏକ ବୋମା ଧମକ ସଙ୍କେତ ପାଇଥିଲେ। ଯାହା ପରେ ସେମାନେ ସୋଫିଆ ଠାରେ ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ।