Videos
|
International

Ayatollah Khamenei Funeral / ଅୟାତୁଲ୍ଲା ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରାରେ ଦେଖା ଗଲେନି ମୋଜତବା, ଉଠିଲା ଅନେକ ପ୍ରଶ୍ନ

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ଅୟାତୁଲ୍ଲା ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରାରେ ଦେଖା ଗଲେନି ମୋଜତବା, ଉଠିଲା ଅନେକ ପ୍ରଶ୍ନ
Why Was Mojtaba Khamenei Missing?

Key Points

ରବିବାର ତେହରାନର ସଡ଼କରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଛି । ପୂରା ଦେଶ ଶୋକରେ ବୁଡ଼ି ରହିଛି । ଭାବବିହ୍ଵଳ ସମୟରେ ସମସ୍ତଙ୍କ ଆଖି ଜଣଙ୍କୁ ଖୋଜୁଥିବା ବେଳେ ସେ କିନ୍ତୁ ସେଠି ନଥିଲେ ।
ତେହରାନ: ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଖାମେନେଇଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ । ଯେଉଁଥିପାଇଁ ଜୁଲାଇ ୫ ତାରିଖ ରବିବାର ତେହରାନର ସଡ଼କରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଛି । ପୂରା ଦେଶ ଶୋକରେ ବୁଡ଼ି ରହିଛି । ଏହି ଐତିହାସିକ ଓ ଭାବବିହ୍ଵଳ ସମୟରେ ସମସ୍ତଙ୍କ ଆଖି ଜଣଙ୍କୁ ଖୋଜୁଥିବା ବେଳେ ସେ କିନ୍ତୁ ସେଠି ନଥିଲେ । ସେ ହେଉଛନ୍ତି ଇରାନର ନୂଆ ସର୍ବୋଚ୍ଚ ନେତା ଅୟାତୁଲ୍ଲା ମୋଜତବା ଖାମେନେଇ ।

ତେହରାନରେ ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରାର ନମାଜରେ ଅୟାତୁଲ୍ଲା ଅଲୀଙ୍କ ୩ ପୁଅ ସାମିଲ୍ ହୋଇଛନ୍ତି । କିନ୍ତୁ ଏଥିରେ ତାଙ୍କ ଉତ୍ତରାଧିକାରୀ ମୋଜତବା ଖାମେନେଇଙ୍କୁ ଦେଖିବାକୁ ମିଳିନି । କାହିଁକି ମୋଜତବା ସର୍ବସମ୍ମୁଖକୁ ଆସିଲେନି ତାକୁ ନେଇ ଉଠିଛି ପ୍ରଶ୍ନ । ମୋଜତବାଙ୍କ ସୁରକ୍ଷା ଓ ସ୍ଵାସ୍ଥ୍ୟକୁ ନେଇ ଅନେକ ଚର୍ଚ୍ଚା ହେଉଛି ।

ଏଥିସହ ପଢ଼ନ୍ତୁ: କାହିଁକି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ବିଳମ୍ବ; ଏତେ ଦିନ ଧରି କେଉଁଠି ଥିଲା ଶବ ? 

ଖାମେନେଇଙ୍କ ଅନ୍ତିମ ବିଦାୟ ନମାଜରେ ଇରାନର ରାଷ୍ଟ୍ରପତି ମସୁଜ ପେଜେଶକିୟନ, ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ଓ IRGCର କମାଣ୍ଡର-ଇନ୍-ଚିଫ୍ ଅହମଦ ୱାହିଦୀ ସାମିଲ୍ ହୋଇଛନ୍ତି । ଭିଡିଓରେ ଖାମେନେଇଙ୍କ ପୁଅ ମସୁଦ ଗୁମସୁମ୍ ନଜର ଆସୁଛନ୍ତି ।

ଅୟାତୁଲ୍ଲା ଖାମେନେଇଙ୍କ ଶରୀରକୁ ଇରାନର ଜାତୀୟ ପତାକାରେ ଢାଙ୍କି ଦିଆଯାଇଛି । ତା'ଉପରେ ରହିଛି ଖାମେନେଇଙ୍କ କଳା ଟୋପି । ସମ୍ମୁଖରେ ପରିବାରର ଅନ୍ୟ ୪ ଜଣ ସଦସ୍ୟଙ୍କ ମରଶରୀର ରହିଛି । ଯେଉଁମାନେ ଫେବ୍ରୁଆରୀରେ ହୋଇଥିବା ଆକ୍ରମଣରେ ମୃତ୍ୟୁବରଣ କରିଥିଲେ ।


କାହିଁକି ଆସିଲେନି ମୋଜତବା ଖାମେନେଇ ?

ମାର୍ଚ୍ଚରେ ମୋଜତବା ଖାମେନେଇ ଇରାନର ସର୍ବୋଚ୍ଚ ନେତା ପଦ ସମ୍ଭାଳିବା ପରେ ଗାଏବ ରହିଛନ୍ତି । ଯାହା ସମସ୍ତଙ୍କୁ ଚକିତ ରହିଛି । ମୋଜତବା ଇରାନର ସର୍ବୋଚ୍ଚ ନେତା ହେବା ପରେ ତାଙ୍କୁ କେହି ସର୍ବସାଧାରଣରେ ଦେଖିଛନ୍ତି ନା କେହି ତାଙ୍କୁ ଶୁଣିଛନ୍ତି ।

ଏଥିସହ ପଢ଼ନ୍ତୁ: ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ; ଗୋଟିଏ ଆକ୍ରମଣରେ ଇରାନକୁ ଶେଷ କରିଦେବୁ 

ଏହାକୁ ନେଇ ଇରାନର ଅଧିକାରୀ ଚୁପ୍ ରହୁଛନ୍ତି । ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା ଯୋଜନା ସମିତିର ପ୍ରମୁଖ ଅଲୀ ଅକବର ଗତ ସପ୍ତାହରେ କହିଥିଲେ, "ସର୍ବୋଚ୍ଚ ନେତା ସାମିଲ୍ ହେବେ କି ନାହିଁ ତାହା ମୋର ଅଧିକାର କ୍ଷେତ୍ର ବାହାରେ । ସେନେଇ ମୋ ପାଖରେ କୌଣସି ସୂଚନା ନାହିଁ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mojtaba Khamenei Absent from Ayatollah Khamenei's Funeral Procession | Argus News | Argus News