Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କାହିଁକି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ବିଳମ୍ବ; ଏତେ ଦିନ ଧରି କେଉଁଠି ଥିଲା ଶବ ?

International

Khamenei Funeral / କାହିଁକି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ବିଳମ୍ବ; ଏତେ ଦିନ ଧରି କେଉଁଠି ଥିଲା ଶବ ?

Debashree Debasmita Sahoo
Browse all articles by Debashree Debasmita Sahoo
·3 hours ago·2 min read
କାହିଁକି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ବିଳମ୍ବ; ଏତେ ଦିନ ଧରି କେଉଁଠି ଥିଲା ଶବ ?
Khamenei Funeral

Key Points

ଫେବୃଆରୀ ୨୮ରେ ଖାମେନେଇଙ୍କ ମୃତ୍ୟୁ ଘଟିଥିଲା
ଜୁଲାଇ ୪ରୁ ଅନ୍ତିମ ସଂସ୍କାର କାର୍ଯ୍ୟ ଆରମ୍ଭ ହେବ
ଜୁଲାଇ ୯ ତାରିଖରେ ଦିଆଯିବ କବର
ଏତେ ଦିନ କେଉଁଠି ଓ କିପରି ଥିଲା ଖାମେନେଇଙ୍କ ଶବ ?
ତେହେରାନ: ଇରାନର ପୂର୍ବତନ ସୁପ୍ରିମ ଲିଡର ଆୟତୁଲ୍ଲା ଖାମେନେଇଙ୍କୁ ଆସନ୍ତା ଜୁଲାଇ ୯ ତାରିଖରେ କବର ଦିଆଯିବ । ତାଙ୍କ ମୃତ୍ୟକୁ ଏଯାଏଁ ୪ ମାସ ବିତିଗଲାଣି । ଆସନ୍ତାକାଲି (ଜୁଲାଇ ୪)ଠାରୁ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ଆରମ୍ଭ ହେବ । ଶେଷରେ ଜୁଲାଇ ୯ ତାରିଖରେ ତାଙ୍କୁ କବର ଦିଆଯିବ । ଏହି ଖବର ଆସିବା ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ କାହିଁକି ବିଳମ୍ବ ହେଉଥିଲା ଓ ଏତେ ଦିନ ଧରି ତାଙ୍କ ଶବକୁ କେଉଁଠି ଓ କିପରି ସ୍ଥିତିରେ ରଖାଯାଇଥିଲା ?

ଆୟତୁଲ୍ଲା ଖାମେନେଇଙ୍କ ମୃତ୍ୟୁ ଫେବୃଆରୀ ୨୮ ତାରିଖରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଯୋଗୁଁ ହୋଇଥିଲା । ଏହି ଆକ୍ରମଣରେ ଖାମେନେଇଙ୍କ ଝିଅ, ଜ୍ଵାଇଁ ଓ ନାତୁଣୀଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ଖାମେନେଇଙ୍କ ଅନେକ ବିଶ୍ଵସ୍ତଙ୍କ ମଧ୍ୟ ଏହି ଆକ୍ରମଣରେ ମୃତ୍ୟୁ ଘଟିଥିଲା । ଏହାପରେ ଖାମେନେଇଙ୍କ ପୁଅ ମୋଜତାବା ହୋସେନି ଖାମେନେଇଙ୍କୁ ଇରାନର ନୂତନ ସର୍ବୋଚ୍ଚ ନେତା ଭାବରେ ଦାୟିତ୍ଵ ଦିଆଯାଇଥିଲା । ୫୬ ବର୍ଷୀୟ ମୋଜତବା ଦୀର୍ଘ ଦୁଇ ଦଶନ୍ଧି ଧରି ଇରାନ ରାଜନୀତିରେ ପରଦା ପଛରେ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଥିଲେ । ପିତାଙ୍କ ମୃତ୍ୟୁ ପରେ ସେ ଇରାନର ସୁପ୍ରିମ ଲିଡର ହୋଇଛନ୍ତି ।

  • ଖାମେନେଇଙ୍କୁ ଏଯାଏଁ କାହିଁକି କବର ଦିଆଯାଇନଥିଲା ?
ପୂର୍ବରୁ କୁହାଯାଇଥିଲା ଖାମେନେଇଙ୍କୁ ମାର୍ଚ୍ଚ ୪ ତାରିଖରେ କବର ଦିଆଯାଇଥାନ୍ତା । ମାତ୍ର ଯୁଦ୍ଧ ଜାରି ରହିଥିବାରୁ ଏହି ତାରିଖକୁ ଘୁଞ୍ଚାଯାଇଥିଲା । ଇସଲାମିକ ନିୟମ ଅନୁସାରେ, ମୃତ୍ୟୁର ୨୪ ଘଣ୍ଟା ମଧ୍ୟରେ ଶବକୁ କବର ଦିଆଯାଏ । କିନ୍ତୁ କିଛି ହାତଗଣତି ଘଟଣାରେ ଏଥିରେ ବିଳମ୍ବ ହୋଇଥାଏ । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଇରାନ କହିଥିଲା ଯେ ମୁହରମ ଆରମ୍ଭ ହେବା ପରେ ୩ଦିନ ଜନାଜା ଆୟୋଜିତ ହେବ । ମୁହରମ ଜୁନ ମାସ ଆରମ୍ଭରୁ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତେହେରାନର ମେୟର ଅଲିରେଜା ଜକାନି ଏହି ତାରିଖକୁ ପରିବର୍ତ୍ତନ କରିଥିଲେ । ଏହାପରେ ଜୁନ ୧୩ ତାରିଖରେ ଘୋଷଣା କରାଯାଇଥିଲା ଯେ ଜୁଲାଇ ୯ ତାରିଖରେ ଖାମେନେଇଙ୍କୁ କବର ଦିଆଯିବ । ତେବେ ଖାମେନେଇଙ୍କୁ କବର ଦିଆଯିବା ପୂର୍ବରୁ ୫ ଦିନର କାର୍ଯ୍ୟକ୍ରମ ରଖାଯାଇଛି ।

ପଢନ୍ତୁ ଏହି ଖବର: ଆମେରିକା ସହ ୧୦୭ ଦିନର ଯୁଦ୍ଧ; ଶାନ୍ତି ଚୁକ୍ତିରେ ଇରାନକୁ ମିଳିଲା କ'ଣ ?

  • ଶବକୁ କେଉଁଠି ରଖିଥିଲା ଇରାନ ?
ଏବେ ପ୍ରଶ୍ନ ଉଠୁଛି ଯେ ଏତେ ଦିନ ପର୍ଯ୍ୟନ୍ତ ଖାମେନେଇଙ୍କ ଶବକୁ କିପରି ସୁରକ୍ଷିତ ଭାବେ ରଖାଯାଇଥିଲା । ଇସଲାମ ନିୟମ ଅନୁସାରେ, ମୃତବ୍ୟକ୍ତିଙ୍କୁ ତୁରନ୍ତ କବର ଦିଆଯାଏ । ଶବ ଉପରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାରକୁ ବାରଣ କରାଯାଏ । ଜଣେ ଡାକ୍ତରଙ୍କ କହିବାନୁସାରେ, ନିହାତି ତାଙ୍କ ଶବକୁ ସୁରକ୍ଷିତ ରଖିବା ଲାଗି 'ରେଫ୍ରିଜିରେଟେଡ୍ କୋଲ୍ଡ ଷ୍ଟୋରେଜ'ର ବ୍ୟବହାର କରାଯାଇଥିବ । ସିଆ ଆଇନର କିଛି ମାମଲାରେ, ଶବକୁ କବର ଦିଆଯିବାରେ ବିଳମ୍ବ ହେଲେ ଏହାକୁ ସୁରକ୍ଷିତ ରଖିବା ଲାଗି କୋଲ୍ଡ ଷ୍ଟୋରେଜର ବ୍ୟବହାର କରାଯାଏ । ଏପରି ଭାବରେ ଶବଗୃହରେ ମୃତଦେହକୁ ମାସ ମାସ ଧରି ରଖାଯାଏ । ଯୁଦ୍ଧ ପରିସ୍ଥିତି, ସୁରକ୍ଷା ଆଶଙ୍କା ଓ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ଏହି ଅନ୍ତିମ ସଂସ୍କାରକୁ ସ୍ଥଗିତ ରଖାଯାଇଥିଲା । ଏହି ସମୟ ମଧ୍ୟରେ ତାଙ୍କ ମରଶରୀରକୁ ସ୍ୱତନ୍ତ୍ର ଶୀତଳ ସଂରକ୍ଷଣ ବ୍ୟବସ୍ଥାରେ ରଖାଯାଇଥିବା ଖବର ସାମ୍ନାକୁ ଆସିଛି । ଏହିପରି ଭାବରେ ଖାମେନେଇଙ୍କ ଶବକୁ ୫ ମାସ ଧରି ରଖାଯାଇଥିବ । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Painting
Sponsored