|
logo
Live
Argus News App
GET APP

Argus News - ଇରାନ ଡ୍ରୋନ ଆକ୍ରମଣରେ କମ୍ପିଉଠିଲା ବିମାନ ବନ୍ଦର; ପ୍ରତିଶୋଧ ନେବାକୁ ଧମକ ଦେଲା ଆଜରବୈଜାନ୍

International

Middle East Crisis / ଇରାନ ଡ୍ରୋନ ଆକ୍ରମଣରେ କମ୍ପିଉଠିଲା ବିମାନ ବନ୍ଦର; ପ୍ରତିଶୋଧ ନେବାକୁ ଧମକ ଦେଲା ଆଜରବୈଜାନ୍

Subhramjit ray
Browse all articles by Subhramjit ray
·1 month ago·2 min read
ଇରାନ ଡ୍ରୋନ ଆକ୍ରମଣରେ କମ୍ପିଉଠିଲା ବିମାନ ବନ୍ଦର; ପ୍ରତିଶୋଧ ନେବାକୁ ଧମକ ଦେଲା ଆଜରବୈଜାନ୍
Iran Drone Strike

Key Points

ଇରାନ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣର ପାଲଟା ଜବାବ ଦେବା ନେଇ ଖୋଲା ଚେତାବନୀ ଦେଇଛି ଆଜରବୈଜାନ।
Iranian Drone hits Azerbaijan:ପଶ୍ଚିମ ଏସିୟାରେ ଜାରି ରହିଥିବା ସାମରିକ ସଙ୍କଟକୁ ନେଇ ଆସିଛି ଏକ ବଡ଼ ଖବର। ପ୍ରଥମେ ୮ ଉପସାଗରୀୟ ଦେଶଙ୍କ ପରେ ଏବେ ଇରାନ ପକ୍ଷରୁ ଡ୍ରୋନ ଆକ୍ରମଣରେ କମ୍ପିଉଠିଛି ଆଜରବୈଜାନ୍। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଇରାନ ସୀମାରୁ ହୋଇଥିବା ଡ୍ରୋନ୍ ଆକ୍ରମଣରେ କମ୍ପି ଉଠିଥିଲା ଆଜରବୈଜନର ନାଖିଚେଭାନ ସ୍ଥିତ ଏକ ବିମାନବନ୍ଦର। ଏହି ଘଟଣାରେ ୨ ଜଣ ଆହତ ହୋଇଥିଲେ। ଅନ୍ୟପଟେ ଅନ୍ୟ ଏକ ଡ୍ରୋନ୍ ସ୍ଥାନୀୟ ଶକାରାବାଦ୍ ଗ୍ରାମର ଏକ ବିଦ୍ୟାଳୟ ପାଖରେ ଖସି ପଡ଼ିଥିଲା। କଥିତ ରୂପରେ ଏହି ଘଟଣା ସହ ଜଡ଼ିତ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଘଟଣାସ୍ଥଳରୁ ଧୂଆଁ ବାହାରୁଥିଲା।

ଇରାନ ପକ୍ଷରୁ ହୋଇଥିବା ଡ୍ରୋନ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛି ଆଜରବୈଜାନ। ଏନେଇ ଜାରି ହୋଇଥିବା ବିବୃତ୍ତିରେ କୁହାଯାଉଛି ଯେ, ପଡ଼ୋଶୀ ଦେଶ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଏହି ଘଟଣାରେ ବିମାନବନ୍ଦର ଟର୍ମିନାଲ୍ ବିଲ୍ଡିଂ କ୍ଷତିଗ୍ରସ୍ତ ହେବା ସହ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଗୋଟିଏ ଡ୍ରୋନ୍ ନାଖିଚେଭାନ ବିମାନବନ୍ଦର ଟର୍ମିନାଲ ବିଲ୍ଡିଂ ଅନ୍ୟଟି ଶକରାବାଦ୍ ଗ୍ରାମର ଏକ ସ୍କୁଲ କୋଠାରେ ଖସିପଡ଼ିଥିଲା।

ଇରାନ୍ ଉଚ୍ଚାୟୁକ୍ତଙ୍କୁ ସମନ୍ ପଠାଇଲା ଆଜରବୈଜାନ୍
ଦେଶରେ ହୋଇଥିବା ଡ୍ରୋନ୍ ଆକ୍ରମଣ ଘଟଣାରେ ରାଜଧାନୀ ବାକୁ ସ୍ଥିତ ଇରାନ୍ ଉଚ୍ଚାୟୁକ୍ତଙ୍କୁ ସମନ୍ ଜାରି କରିଛି ଆଜରବୈଜାନ୍। ଏପରିକି ଏହି ଘଟଣାକୁ ନେଇ
ଇରାନ ସାମ୍ନାରେ ଦୃତ ପ୍ରତିବାଦ ଜଣାଇଛି ଆଜରବୈଜାନ। ଏନେଇ କୁହାଯାଇଛି ଡ୍ରୋନ୍ ଆକ୍ରମଣ ଘଟଣା ଆନ୍ତର୍ଜାତୀୟ ଆଇନର ଉଂଲଘନ କରିଛି। ଯାହା ପଶ୍ଚିମ ଏସିୟାରେ ଚାଲିଥିବା ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଡ୍ରୋନ୍ ଆକ୍ରମଣ ଘଟଣାର ପାଲଟା ଜବାବ ଦେବା ପାଇଁ ଆମ ପାଖରେ ଅଧିକାର ରହିଥିବାର ଆଜରବୈଜାନ୍ ପକ୍ଷରୁ ଚେତାବନୀ ଦିଆଯାଇଛି।

ଇରାନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ପରେ ପଶ୍ଚିମ ଏସିୟାରେ ଲାଗିଛି ନିଆଁ
ଗତ ଫେବୃଆରୀ ୨୮ ତାରିଖ ଶନିବାର ଇସ୍ରାଏଲ-ଆମେରିକା ଦ୍ୱାରା ହୋଇଥିବା ମିଳିତ ଆକ୍ରମଣରେ ପ୍ରାଣ ହରାଇଥିଲେ ଇରାନର ସର୍ବୋଚ୍ଚ ନେତା ଅଲୀ ଖାମେନେଇ। ଇରାନ ବିରୋଧରେ ଆମେରିକା ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନର ନାଁ ହେଉଛି "ଏପିକ୍ ଫ୍ୟୁରି" (Epic Fury)। ଅନ୍ୟପଟେ ଇସ୍ରାଏଲ ଏହି ଅପରେସନ୍ କୁ "ଲାଏନ୍ସ ରୋର୍" (Lions Roar) ନାମରେ ନାମିତ କରିଛି। ସେହିପରି ଇରାନ୍, ଆମେରିକା-ଇସ୍ରାଏଲ ବିରୋଧି ଅଭିଯାନକୁ "ଅପରେସନ ଟ୍ରୁଥ୍ ଫୁଲ୍ ପ୍ରମିଜ୍-୪" (Operation Truthful Promise-4) ନାମରେ ନାମିତ କରିଛି।

ଇସ୍ରାଏଲ-ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣରେ ଅଲୀ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ନେଇ ଗତ ରବିବାର (ମାର୍ଚ୍ଚ ୧) ସ୍ପଷ୍ଟ କରିଥିଲେ ଇରାନ ସରକାର। ଏହି ଆକ୍ରମଣ ଘଟଣାର ଜବାବ ଦେବାକୁ ଯାଇ ଇରାନ୍, ସାଉଦି ଆରବ, ସଂଯୁକ୍ତ ଆରବ ଅମିରାତ, ବାହାରିନ୍, କାତାର, ଓମାନ୍, ଇରାକ୍, ଡୋର୍ଡାନ୍ ଆଦି ପଡୋଶୀ ଦେଶଙ୍କ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ପଶ୍ଚିମ ଏସିୟାରେ ଅବସ୍ଥିତ ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରିଥିଲା ଇରାନ। ଏହି ସଂଘର୍ଷ ଆହୁରି କିଛି ସପ୍ତାହ ପର୍ଯ୍ୟନ୍ତ ଚାଲିବା ନେଇ ଆକଳନ କରୁଛନ୍ତି ଉଭୟ ଇସ୍ରାଏଲ-ଆମେରିକା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Middle East Crisis: ଇରାନ ଡ୍ରୋନ ଆକ୍ରମଣରେ କମ୍ପିଉଠିଲା ବିମାନ ବନ୍ଦର; ପ୍ରତିଶୋଧ ନେବାକୁ ଧମକ ଦେଲା ଆଜରବୈଜାନ୍ | Argus News