Baba Vanga Predictions / ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ ! ୨୦୨୬ରେ ହେବ ତୃତୀୟ ବିଶ୍ବଯୁଦ୍ଧ, ପୃଥିବୀକୁ ଆସିବେ ଏଲିଏନ୍

Key Points
ତୃତୀୟ ବିଶ୍ୱଯୁଦ୍ଧ, ଏଲିୟନଙ୍କ ଏଣ୍ଟ୍ରି , ଏଆଇର କବଜା । ୨୦୨୬ ବିଷୟରେ ବାବା ଭେଙ୍ଗାଙ୍କ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ! ଜାଣନ୍ତୁ ଆଉ କ'ଣ କ'ଣ କରିଛନ୍ତି ଭବିଷ୍ୟବାଣୀ।
ଆଉ କିଛି ମାସ ପରେ ବିଦାୟ ନେବ ବର୍ଷ ୨୦୨୫ । ନୂଆ ବର୍ଷ, ନୂଆ ଉତ୍ସାହ ନେଇ ଆସିବ ବର୍ଷ ୨୦୨୬ । ତେବେ ୨୦୨୬ ଆସିବା ପୂର୍ବରୁ ଏବେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ଚିନ୍ତାରେ ବିଶ୍ବବାସୀ । ତାଙ୍କ ଅନୁଗାମୀଙ୍କ ମତରେ, ବାବା ଭେଙ୍ଗା ଆଗାମୀ ବର୍ଷ ପାଇଁ ବହୁତ କିଛି ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି । ଯେଉଁଥିରେ ଆଗାମୀ ବର୍ଷ ତୃତୀୟ ବିଶ୍ୱଯୁଦ୍ଧ, ଏଲିୟନ ସହ ସମ୍ପର୍କ, ଏଆଇର ମଣିଷଙ୍କୁ ନିୟନ୍ତ୍ରଣ କରିବାର ଶକ୍ତି ଏବଂ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ପୃଥିବୀର ୭-୮ ପ୍ରତିଶତ ସ୍ଥଳଭାଗ ଧ୍ୱଂସ ହେବା ଅନ୍ତର୍ଭୁକ୍ତ ।
ତୃତୀୟ ବିଶ୍ୱଯୁଦ୍ଧ ?
୨୦୨୬ରେ ଆରମ୍ଭ ହେବ ତୃତୀୟ ବିଶ୍ବଯୁଦ୍ଧ । ଏକଥା ଆମେ କହୁନାହୁଁ । ବାବା ଭେଙ୍ଗା ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି । ତାଙ୍କ ଅନୁଯାୟୀ, ଏହି ଯୁଦ୍ଧ ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମକୁ ବ୍ୟାପିପାରେ । ଏହି ଯୁଦ୍ଧରେ ପଶ୍ଚିମ ଦେଶଗୁଡ଼ିକର ପତନ ହେବା ସହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବିଶ୍ବର ବଡ଼ ନେତା ଭାବେ ଉଭା ହେବେ ବୋଲି କୁହାଯାଉଛି ।
ଏଲିଏନ୍ ଆସୁଛନ୍ତି କି?
ବାବା ଭେଙ୍ଗାଙ୍କ ଆଉ ଏକ ବହୁତ ବଡ଼ ଭବିଷ୍ୟବାଣୀ ହେଉଛି ଯେ ମଣିଷ ୨୦୨୬ ମସିହାରେ ଏଲିଏନଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରେ। ତାଙ୍କ ଅନୁସାରେ, ବାହ୍ୟ ମହାକାଶରୁ ଏକ ବିଶାଳ ମହାକାଶଯାନ ନଭେମ୍ବର ୨୦୨୬ ମସିହାରେ ପୃଥିବୀରେ ପହଞ୍ଚିବ । ଆଉ ଏଲିଏନଙ୍କ ସହ ମଣିଷ ସମ୍ପର୍କ ସ୍ଥାପନ କରିପାରେ।
ମାନବ AI ର ଦାସ ହୋଇଯିବ ?
କୃତ୍ରିମ ବୁଦ୍ଧିମତ୍ତା (AI)ର ବର୍ଦ୍ଧିତ ଶକ୍ତିକୁ ଦୃଷ୍ଟିରେ ରଖି, ବାବା ଭେଙ୍ଗାଙ୍କ AIକୁ ନେଇ ଭବିଷ୍ୟବାଣୀ ବର୍ତ୍ତମାନ ସମୟରେ ଆହୁରି ପ୍ରାସଙ୍ଗିକ ମନେହୁଏ । ସେ ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୬ ସୁଦ୍ଧା, AI ଏତେ ଉନ୍ନତ ହୋଇଯିବ ଯେ ଏହା ମାନବ ଜୀବନକୁ ନିୟନ୍ତ୍ରଣ କରିବା ଆରମ୍ଭ କରିବ । ସବୁ କ୍ଷେତ୍ରରେ AIର ହସ୍ତକ୍ଷେପ ବୃଦ୍ଧି ପାଇବ ।
ବାବା ଭେଙ୍ଗା ୨୦୨୬ ମସିହାରେ ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି । ସେ ଭୂମିକମ୍ପ, ଜ୍ୱାଳାମୁଖୀ ଉଦଗିରଣ ଏବଂ ଜଳବାୟୁ ପରିବର୍ତ୍ତନର ପୂର୍ବାନୁମାନ କରିଛନ୍ତି । ୨୦୨୬ରେ ବିପର୍ଯ୍ୟୟ ପୃଥିବୀର ୭ ରୁ ୮ ପ୍ରତିଶତକୁ ପ୍ରଭାବିତ କରିବ ଏବଂ ବ୍ୟାପକ ଧ୍ୱଂସ ଆଣିପାରେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି ।
ତେବେ ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ କେତେ ସତ୍ୟ ହେବ ତାହା କହିବା କଷ୍ଟକର । ତଥାପି ତାଙ୍କ ସମର୍ଥକମାନେ ବିଶ୍ୱାସ କରନ୍ତି ଯେ ତାଙ୍କର ପୂର୍ବ ଅନେକ ଭବିଷ୍ୟବାଣୀ ସଠିକ୍ ପ୍ରମାଣିତ ହୋଇଛି, ଯେତେବେଳେ ସମାଲୋଚକମାନେ ଏହାକୁ କେବଳ ସଂଯୋଗ ବୋଲି ବିବେଚନା କରନ୍ତି ।
📱 Get Argus News App
✨Related Topics
Explore more stories