Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆମେରିକା-ଇରାନ ଯୁଦ୍ଧକୁ ନେଇ କ'ଣ ଥିଲା ବାବା ବେଙ୍ଗାଙ୍କ ପୂର୍ବାନୁମାନ?

International

Baba Vanga Predictions / ଆମେରିକା-ଇରାନ ଯୁଦ୍ଧକୁ ନେଇ କ'ଣ ଥିଲା ବାବା ବେଙ୍ଗାଙ୍କ ପୂର୍ବାନୁମାନ?

Subhramjit Ray
Browse all articles by Subhramjit Ray
·1 month ago·2 min read
ଆମେରିକା-ଇରାନ ଯୁଦ୍ଧକୁ ନେଇ କ'ଣ ଥିଲା ବାବା ବେଙ୍ଗାଙ୍କ ପୂର୍ବାନୁମାନ?
Baba Vanga 2026 Predictions

Key Points

ମଧ୍ୟ ପ୍ରାଚ୍ୟ ସଂକଟକୁ ନେଇ ଆଗୁଆ ପୂର୍ବାନୁମାନ କରିଥିଲେ ବୁଲଗେରିଆର ଭବିଷ୍ୟବକ୍ତା ବାବା ବେଙ୍ଗା। 
Baba Vanga 2026 Predictions: ମଧ୍ୟ ପ୍ରାଚ୍ୟରେ ଜାରି ରହିଥିବା ସଂଘର୍ଷକୁ ଇତି ମଧ୍ୟରେ ୧୫ ଦିନ ବିତି ସାରିଲାଣି। ଉଭୟ ଇସ୍ରାଏଲ-ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣର ପାଲଟ ଜବାବ ଦେବା ଜାରି ରଖିଛି ଇରାନ୍। ଏହି ଯୁଦ୍ଧ କାରଣରୁ ଉପସାରଗୀୟ ଦେଶଙ୍କ ଅବସ୍ଥା ଆହୁରି ସଙ୍ଗୀନ ହୋଇପଡ଼ିଛି। ପଶ୍ଚିମ ଏସିଆରେ ଜାରି ରହିଥିବା ସଂକଟ ମଧ୍ୟରେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ବୁଲଗେରିଆର ଭବିଷ୍ୟବକ୍ତା ବାବା ବେଙ୍ଗା।

୨୦୨୬ ମଧ୍ୟପ୍ରାଚ୍ୟ ସଂକଟକୁ ନେଇ କ'ଣ ଥିଲା ବାବା ବେଙ୍ଗାଙ୍କ ଭବିଷ୍ୟବାଣୀ?
ବୁଲଗେରିଆର ଭବିଷ୍ୟବକ୍ତା ବାବା ବେଙ୍ଗା ନିଜର ଭବିଷ୍ୟବାଣୀ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ସେ କରିଥିବା ଅନେକ ଭବିଷ୍ୟବାଣୀ ବିଭିନ୍ନ ସମୟରେ ସତ୍ୟରେ ପରିଣତ ହୋଇଛି। ତାଙ୍କ ଦ୍ୱାରା ହୋଇଥିବା ଭବିଷ୍ୟବାଣୀ ଅନେକ ସମୟରେ ଭିନ୍ନ ଭିନ୍ନ ଘଟଣାକ୍ରମରେ ବିଶ୍ୱର ବିଭିନ୍ନ ସ୍ଥାନରେ ଘଟିସାରିଛି। ଏପରିକି ସେ ଚଳିତ ବର୍ଷ ପ୍ରାରମ୍ଭରୁ ଆରମ୍ଭ ହୋଇଯାଇଥିବା ମଧ୍ୟପ୍ରାଚ୍ୟ ସଂକଟକୁ ନେଇ ପୂର୍ବାନୁମାନ କରିଥିଲେ।

୨୦୨୬ ମଧ୍ୟପ୍ରାଚ୍ୟ ସଂକଟକୁ ନେଇ ସେ କରିଥିବା ଭବିଷ୍ୟବାଣୀ ଥିଲା ଏପରି। ତାଙ୍କ କହିବା ଅନୁଯାୟୀ ପୂର୍ବ ଭାଗରେ ଏକ ବଡ଼ ଯୁଦ୍ଧ ଆରମ୍ଭ ହୋଇଯିବ। ଯାହା ଧିରେ ଧିରେ ବିଶ୍ୱାକୁ ଗ୍ରାସ କରିବାରେ ଲାଗିବ। ଏହି ଯୁଦ୍ଧ କାରଣରୁ ୟୁରୋପ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ। ଆଜି ଯେତେବେଳେ ଆମେରିକା-ଇରାନ ମଧ୍ୟରେ ଚାଲିଥିବା ବିବାଦ, ଇସ୍ରାଏଲ-ଇରାନ ଯୁଦ୍ଧ ଏବଂ ତୃତୀୟ ବିଶ୍ୱଯୁଦ୍ଧ ଆଦି ଶବ୍ଦକୁ ନେଇ ଅଧିକ ଖୋଳତାଡ଼ କରାଯାଉଛି, ସେତେବେଳେ ତାଙ୍କ ଭବିଷ୍ୟବାଣୀକୁ ମଧ୍ୟପ୍ରାଚ୍ୟ ଘଟଣା ସହ ଯୋଡ଼ି ଦେଖାଯାଉଛି।

ବାବା ବେଙ୍ଗାଙ୍କ ପୂର୍ବାନୁମାନ ଅନୁସାରେ ଯୁଦ୍ଧ ପରେ ୟୁରୋପର ସ୍ଥିତି ମରୁଭୂମି ଭଳି ହୋଇପାରେ। ଯେଉଁଠି ଏକ ଗୁରୁତର ସାମାଜିକ ଏବଂ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିପାରେ। ସେ ଏହା ମଧ୍ୟ ପୂର୍ବାନୁମାନ କରିଥିଲେ ଯେ ଏହି ସଂଘର୍ଷ ଅର୍ଥାତ୍ ମଧ୍ୟପ୍ରାଚ୍ୟ ସଂକଟ କାରଣରୁ ଋଷିଆ ଏକ ବୈଶ୍ୱିକ ଶକ୍ତି ଭାବେ ଉଭା ହୋଇପାରେ।

ୟୁରୋପରେ ହୋଇପାରେ ଯୁଦ୍ଧ
ମଧ୍ୟପ୍ରାଚ୍ୟ ସଂକଟ ତୃତୀୟ ବିଶ୍ୱଯୁଦ୍ଧର ଅୟମାରମ୍ଭ ବୋଲି ପୂର୍ବାନୁମାନ କରାଯାଉଛି। ୨୦୨୬ ବର୍ଷରେ ବିଶ୍ୱ ସମୁଦାୟ ଅନ୍ୟ ଏକ ବିଶ୍ୱ ଯୁଦ୍ଧ ଦେଖିପାରେ। ପୂର୍ବରୁ ଆରମ୍ଭ ହୋଇଥିବା ଯୁଦ୍ଧ ପଶ୍ଚିମକୁ ବ୍ୟାପି ଯାଇପାରେ। ଯାହାର ଅର୍ଥ ହେଉଛି ମଧ୍ୟପ୍ରାଚ୍ୟ ସଂକଟ ୟୁରୋପକୁ ବ୍ୟାପି ଯାଇପାରେ। ବାବା ବେଙ୍ଗାଙ୍କ କିଛି ଅନୁଗାମୀ ବିଶ୍ୱାସ କରନ୍ତି ଯେ ୟୁରୋପରେ ମଧ୍ୟ ଅନ୍ୟ ଏକ ଯୁଦ୍ଧ ଆରମ୍ଭ ହୋଇପାରେ। ଏହି ଯୁଦ୍ଧ ପରେ ୟୁରୋପ ଜନସଂଖ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦେଖିବାକୁ ମିଳିବ।

ବୈଶ୍ୱିକ ନେତା ଭାବେ ଉଭା ହୋଇପାରନ୍ତି ପୁତିନ୍
୨୦୨୬ ବର୍ଷକୁ ନେଇ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସମ୍ପର୍କରେ ମଧ୍ୟ ପୂର୍ବନୁମାନ କରିଥିଲେ ବାବା ବେଙ୍ଗା। ତାଙ୍କ ପୂର୍ବାନୁମାନ ଅନୁସାରେ ଯୁଦ୍ଧ ପରେ ପଶ୍ଚିମ ଦେଶର
ପତ୍ତନ ହୋଇପାରେ। ଜଣେ ବିଶ୍ୱ ନେତା ଭାବରେ ରାଷ୍ଟ୍ରପତି ପୁତିନ୍ ଙ୍କ ଉତ୍ଥାନ ହୋଇପାରେ। ଯଦିଓ ବିଗତ ୪ ବର୍ଷ ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଅନ୍ୟପଟେ ଇସ୍ରାଏଲ ସହ ହମାସ, ହିଜିବୁଲ୍ଲା, ହୁଥି ବିଦ୍ରୋହୀଙ୍କ ଚାଲିଥିବା ସାମରିକ ସଂଘର୍ଷକୁ ୨ ବର୍ଷ ପୂରଣ ହୋଇସାରିଲାଣି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Baba Vanga’s Prediction About the Middle East Crisis | Argus News