Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Social Media Viral Story / ପ୍ରଥମଥର ଦୁନିଆକୁ ଦେଖିଲା କୁନି ଶିଶୁ, ନିଷ୍ପାପ ହସ ଜିତିନେଲା ସୋସିଆଲ ମିଡିଆ

Ritu Das
Browse all articles by Ritu Das
·7 months ago·2 min read
ପ୍ରଥମଥର ଦୁନିଆକୁ ଦେଖିଲା କୁନି ଶିଶୁ, ନିଷ୍ପାପ ହସ ଜିତିନେଲା ସୋସିଆଲ ମିଡିଆ
Child

Key Points

ପ୍ରଥମ ଥର ଦୁନିଆକୁ ଦେଖିଲା ଦୃଷ୍ଟିହୀନ ଶିଶୁ
ସୋସିଆଲ ମିଡିଆରେ ନେଟିଜେନଙ୍କ ମନ କିଣୁଛି ଏହି ଭିଡିଓ
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ତା' ମଧ୍ୟରୁ କିଛି ଭିଡିଓ ଆମ ହୃଦୟକୁ ଯେମିତି ଛୁଇଁଯାଏ। ଆଉ ଏମିତି ଲାଗେ ଯେ, ସତରେ ବହୁତ ସୁନ୍ଦର ଭିଡିଓ ଟିଏ। ଭିଡିଓ ଟିରେ ଆପଣ ଦେଖିପାରିବେ ଜଣେ କୁନି ଶିଶୁକୁ। ଯିଏ କି ଡାକ୍ତରଙ୍କ ପାଖରେ ବସିଛି। ଛୁଆଟି ହେଉଛି ଦୃଷ୍ଟିହୀନ। ସେ ଦୁନିଆ ବିଷୟରେ କିଛି ଜାଣିନି କେବେ କିଛି ଅନୁଭବ କରିନି। କିନ୍ତୁ ଡାକ୍ତର ଜଣକ ତାର ଚକ୍ଷୁ ଅପରେସନ କରିଛନ୍ତି। ଆଉ କିଛି ଦିନ ପରେ ଛୁଆଟି ଯେତେବଳେ ଚେକ୍‌ଅପ ପାଇଁ ଆସିଛି ଡାକ୍ତର ତାଙ୍କୁ ଏକ ଚଷମା ପିନ୍ଧାଇ ଦେଇଛନ୍ତି। ଆଉ ଛୁଆଟି ପ୍ରଥମେ କିଛି ଜାଣିପାରୁ ନ ଥିଲା କଣ ହେଉଛି। ଆଉ ଟିକେ ସମୟ ପରେ ଛୁଆଟି ଦୁନିଆକୁ ଦେଖି ଅନୁଭବ କରୁଛି ଯେ ସତରେ ଦୁନିଆ ବହୁତ ସୁନ୍ଦର। ସେ ତା’ର ବାପାମାଙ୍କୁ ମଧ୍ୟ ସ୍ପଷ୍ଟ ଭାବେ ଦେଖିପାରୁଛି। ଆଉ ତାର ଖୁସିର ଠିକଣା ନାହିଁ।



ଆଉ ସେଇ ଛୋଟ ଛୁଆର ନିଷ୍ପାପ ହସ ଯେମିତି ହୃଦୟକୁ ତରଳାଇ ଦେଉଛି। ଆଉ ଆପଣ ଚାହିଁଲେ ବି ଭିଡିଓଟିକୁ ଏଡ଼ାଇପାରିବେନି। କିଛି ସମୟ ନିହାତି ଭିଡିଓଟିକୁ ଦେଖିବେ। ଆଶ୍ଚର୍ଯ୍ୟର ସେହି ଗୋଟିଏ ମୁହୂର୍ତ୍ତ ଆମକୁ ମନେ ପକାଇ ଦିଏ ଯେ ଦୃଶ୍ୟ, ପ୍ରେମ ଏବଂ ଜୀବନ ପ୍ରକୃତରେ କେତେ ଯାଦୁକରୀ। ମନୁଷ୍ୟ ଶରୀରର ସବୁଠାରୁ ମୂଲ୍ୟବାନ ଇନ୍ଦ୍ରିୟ ମଧ୍ୟରେ ଚକ୍ଷୁର ସ୍ଥାନ ସର୍ବୋଚ୍ଚ। ଆଖି ମାଧ୍ୟମରେ ଆମେ ପୃଥିବୀକୁ ଦେଖୁ, ରଙ୍ଗ, ଆଲୋକ, ଆକୃତି ଓ ସୌନ୍ଦର୍ଯ୍ୟକୁ ଅନୁଭବ କରୁ। ଚକ୍ଷୁ ବିନା ଜୀବନ କଳ୍ପନା କଲେ ମନୁଷ୍ୟର ସମଗ୍ର ଦୁନିଆ ଅନ୍ଧକାର ହୋଇଯାଏ। ଭାବିଲେ ଛୁଆଟି ଯେତେବେଳେ ଚକ୍ଷୁ ଫେରପାଇଥିବ ତା' ବାପା ମା' କେତେ ଖୁସି ହୋଇଥିବେ।

ଏହାସହ ପଢ଼ନ୍ତୁ: ଗହମ ଅମଳ ଯୋଗୁଁ ଉଜୁଡ଼ିଗଲା କ୍ଷେତ; ୧୦୦ ଫୁଟ୍‌ର ୬୮୪ଟି ଗଭୀର ଗାତ ଚିହ୍ନଟ

ଇନଷ୍ଟାରେ ଏହି ଭିଡିଓକୁ ଖୁବ ଲୋକେ ଖୁବ ଜୋରସେ ଲାଇକ କରୁଛନ୍ତି। କିଛି ୟୁଜର୍ସ କୁନି ଶିଶୁର କ୍ୟୁଟ ହସ ଦେଖି କମେଣ୍ଟ ମଧ୍ୟ ଦେଇଛନ୍ତି। "ଭଗବାନ ତୁମକୁ ଦୁନିଆର ସବୁ ଖୁସି ଦିଅନ୍ତୁ।" ତୁମେ "ଏମିତି ତୁମ କୁନି କୁନି ଓଠରେ ହସ ବାଣ୍ଟୁଥାଅ।" ଭିଡିଓଟିକୁ ଦେଖିଲେ ନିଶ୍ଚିତ ଲାଗିବ ଦୃଷ୍ଟିଶକ୍ତି ବହୁ ମୂଲ୍ୟବାନ। ଆଉ ଯେଉଁମାନେ ଦୃଷ୍ଟିହୀନ ସେମାନଙ୍କୁ ସମ୍ମାନ କରିବା ଦରକାର।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Baby Sees the World for the First Time, Smile Goes Viral | Argus News