|
logo
Live
Argus News App
GET APP

Argus News - ଗହମ ଅମଳ ଯୋଗୁଁ ଉଜୁଡ଼ିଗଲା କ୍ଷେତ; ୧୦୦ ଫୁଟ୍‌ର ୬୮୪ଟି ଗଭୀର ଗାତ ଚିହ୍ନଟ

International

Climate Change / ଗହମ ଅମଳ ଯୋଗୁଁ ଉଜୁଡ଼ିଗଲା କ୍ଷେତ; ୧୦୦ ଫୁଟ୍‌ର ୬୮୪ଟି ଗଭୀର ଗାତ ଚିହ୍ନଟ

Sushanta Sahoo
Browse all articles by Sushanta Sahoo
·3 months ago·3 min read
ଗହମ ଅମଳ ଯୋଗୁଁ ଉଜୁଡ଼ିଗଲା କ୍ଷେତ; ୧୦୦ ଫୁଟ୍‌ର ୬୮୪ଟି ଗଭୀର ଗାତ ଚିହ୍ନଟ
684 Sinkholes Swallow Turkey’s Wheat Fields

Key Points

ତୁର୍କୀର କେନ୍ୟା ସମତଳରେ ଅତ୍ୟଧିକ ଗହମ ଚାଷ ହୋଇଥାଏ । କନ୍ୟା ସମତଳରେ ମୋଟ କୃଷି କ୍ଷେତ୍ରର କ୍ଷେତ୍ରଫଳ ୨.୬ ମିଲିୟନ୍ ହେକ୍ଟର, ଯାହାକି ତୁର୍କୀର ମୋଟ କୃଷି କ୍ଷେତ୍ରଫଳର ୧୧.୨ ପ୍ରତିଶତ । କ୍ଷମତା ଠାରୁ ଅଧିକ ଅମଳ ଓ ଭୂତଳ ଜଳର ଅତ୍ୟଧିକ ବ୍ୟବହାର ପାଇଁ ଏବେ ଉକ୍ତ ଅଞ୍ଚଳରେ ମରୁଡ଼ି ସ୍ଥିତି ଦେଖା ଦେଇଛି ।
ନୂଆଦିଲ୍ଲୀ: ବିଲରେ ଗଭୀର ଓ ବଡ଼ ଗାତ । ଗୋଟିଏ କି ଦୁଇଟି ନୁହେଁ ଏମିତି ୬୮୪ଟି ଗଭୀର ଗାତ ବା ସିଙ୍କହୋଲ୍ (Sinkholes) ସୃଷ୍ଟି ହୋଇଛି । ଗହମ ଚାଷ ପାଇଁ ଜଣାଶୁଣା ତୁର୍କୀର କୋନ୍ଯା ସମତଳ ଅଞ୍ଚଳରେ । ଆକାଶ ମାର୍ଗରୁ ନିଆ ଯାଇଥିବା ଗହମ କ୍ଷେତର ଦୃଶ୍ୟରେ ବଡ଼ ବଡ଼ ଗଭୀର ଗାତ ଦେଖା ଯାଉଛି ।

କୋନ୍ୟା ସମତଳ ଅଞ୍ଚଳକୁ ତୁର୍କୀର ଅନ୍ନ ଭଣ୍ଡାର ବିବେଚନା କରାଯାଏ । ଯାହା ଏବେ ଗମ୍ଭୀର ସଂକଟର ସାମ୍ନା କରୁଛି । ପରିବେଶ ବିଶେଷଜ୍ଞଙ୍କ ମତରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହା ହୋଇଛି । ଏତେ ବଡ଼ ବଡ଼ ସିଙ୍କହୋଲର କାରଣ ଅତ୍ୟଧିକ ମାତ୍ରାରେ ଭୂତଳ ଜଳ ହ୍ରାସ ପାଇବା ।

ଏଥିସହ ପଢ଼ନ୍ତୁ: ବେସିକ୍ ପେ' ଅଧିକ ଥିଲେ, କଟିବ ଅଧିକ PF ? କ'ଣ କହିଲା ଶ୍ରମ ମନ୍ତ୍ରଣାଳୟ ?

ତୁର୍କୀର କେନ୍ୟା ସମତଳରେ ଅତ୍ୟଧିକ ଗହମ ଚାଷ ହୋଇଥାଏ । କନ୍ୟା ସମତଳରେ ମୋଟ କୃଷି କ୍ଷେତ୍ରର କ୍ଷେତ୍ରଫଳ ୨.୬ ମିଲିୟନ୍ ହେକ୍ଟର, ଯାହାକି ତୁର୍କୀର ମୋଟ କୃଷି କ୍ଷେତ୍ରଫଳର ୧୧.୨ ପ୍ରତିଶତ । କ୍ଷମତା ଠାରୁ ଅଧିକ ଅମଳ ଓ ଭୂତଳ ଜଳର ଅତ୍ୟଧିକ ବ୍ୟବହାର ପାଇଁ ଏବେ ଉକ୍ତ ଅଞ୍ଚଳରେ ମରୁଡ଼ି ସ୍ଥିତି ଦେଖା ଦେଇଛି । ଜମି ସବୁ ଶୁଖିଯାଇ ବିରାଟ ବିରାଟ ଗାତରେ ପରିଣତ ହେବା ସହ କ୍ଷେତକୁ ନଷ୍ଟ କଲାଣି ।


ତୁର୍କୀର ବିପର୍ଯ୍ୟୟ ପରିଚାଳନା ସଂସ୍ଥା AFAD ଅନୁସାରେ, କୋନ୍ୟା ସମତଳରେ ବର୍ତ୍ତମାନ ସୁଦ୍ଧା ୬୮୪ଟି ଏଭଳି ବଡ଼ ଗାତ ଚିହ୍ନଟ ହୋଇଛି । ଯେତେବେଳେ କି କୋନ୍ୟା ବୈଷୟିକ ବିଶ୍ଵବିଦ୍ୟାଳୟର ଅଧ୍ୟୟନ ଅନୁସାରେ ସେଠାରେ ୨୦୧୭ରେ ୨୯୯ଟି ଗଭୀର ଗାତ ଥିଲା । ୨୦୨୫ରେ ୨୦ଟି ନୂତନ ଗଭୀର ଗାତ ସୃଷ୍ଟି ହୋଇଛି । ଉକ୍ତ ଗାତ ଗୁଡ଼ିକର ଗଭୀର ୩୦ ମିଟରରୁ ନେଇ ଚଉଡ଼ା ୧୦୦ ଫୁଟ୍ ପର୍ଯ୍ୟନ୍ତ ରହିଛି ।

ତେବେ କୋନ୍ୟା ସମତଳରେ ଏତେବଡ଼ ସଂକଟ ହଠାତ୍ ଆସି ନାହିଁ । ବିଗତ ୨୦ ବର୍ଷ ମଧ୍ୟରେ ଚାଷୀ ଓ ପ୍ରଶାସନର ଅଣଦେଖାରୁ ବଢ଼ି ବଢ଼ି ଏ ସ୍ଥିତି ସୃଷ୍ଟି ହୋଇଛି । କେବଳ କରାପିନାର ଜିଲ୍ଲାରେ କେବଳ ୫୩୪ଟି ବଡ଼ ଗାତ ସୃଷ୍ଟି ହୋଇଥିବା ବେଳେ ଏହା ମୁଖ୍ୟତଃ ଗ୍ରାମାଞ୍ଚଳ ଏବଂ କୃଷି ଉପରେ ନିର୍ଭରଶୀଳ ।

ଏଥିସହ ପଢ଼ନ୍ତୁ: ଶ୍ରେଣୀଗୃହକୁ ବନ୍ଧୁକ ନେଇ ଆସିଲେ; ପୁଣି ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ରଖି ଧମକାଇଲେ ନବମ ଛାତ୍ର

ଗତ ୧୫ ବର୍ଷ ମଧ୍ୟରେ ତୁର୍କୀର ଭୂତଳ ଜଳସ୍ତର ସର୍ବନିମ୍ନ ସ୍ତରକୁ ଖସିଛି । ଜଳବାୟୁ ପରିବର୍ତ୍ତନ ଫଳରେ କମ୍ ବର୍ଷା ହେଉଛି । ଫଳରେ ଜଳଭଣ୍ଡାର ବର୍ଷା ଦିନେ ବି ପୂରଣ ହୋଇ ପାରୁନି । ମକ୍କା ଓ ଗହମ ଫସଲ ପାଇଁ ହଜାର ହଜାର କୂଅ ଖୋଳା ଯାଇଛି । ଭୂତଳ ଜଳସ୍ତର ହ୍ରାସ ଜମିକୁ ଦୁର୍ବଳ କରି ଦେଇଛି । ଫଳରେ ଚାଷ ଜମି ଧସିବାରେ ଲାଗିଛି ।

ବିଶେଷଜ୍ଞ ଚେତାବନୀ ଦେଇ କହିଛନ୍ତି, ଏବେର ସ୍ଥିତି ଆଗକୁ ଜାରି ରହିଲେ ଗଭୀର ଗାତ ସଂଖ୍ୟା ଆହୁରି ବଢ଼ିବ । ସେହିଭଳି କୋନ୍ୟା ବୈଷୟିକ ବିଶ୍ଵବିଦ୍ୟାଳୟ କହିଛି, ଯଦି ଆଗକୁ ଭୂତଳ ଜଳର ବ୍ୟବହାର ଉପରେ ଲଗାମ୍ ଲଗାଯିବ ନାହିଁ ତାହେଲେ ସଂକଟ ଆହୁରି ଗମ୍ଭୀର ହେବ । ଭବିଷ୍ୟତରେ ଜମି ଏଭଳି ସୁଖିଲା ରହିଲେ କେବଳ କୋନ୍ୟା ନୁହେଁ ବରଂ ପଡ଼ୋଶୀ କରାମନ ଅକ୍ସରାୟ ଭଳି ଅଞ୍ଚଳରେ ଏଥିରେ ପ୍ରଭାବିତ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Climate Change: ଗହମ ଅମଳ ଯୋଗୁଁ ଉଜୁଡ଼ିଗଲା କ୍ଷେତ; ୧୦୦ ଫୁଟ୍‌ର ୬୮୪ଟି ଗଭୀର ଗାତ ଚିହ୍ନଟ | Argus News