Ballistic Missile / ବାଲାଷ୍ଟିକ ମିସାଇଲ ନିର୍ମାଣରେ ହୁଏ କେତେ ଖର୍ଚ୍ଚ? ଇସ୍ରାଏଲ-ଇରାନ ଯୁଦ୍ଧରେ ଖର୍ଚ୍ଚ ହେଲାଣି କେତେ?
·3 months ago·2 min read

Key Points
ମଧ୍ୟ ପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କାରଣରୁ ଆର୍ଥିକ ବୋଝ ବଢିବାରେ ଲାଗିଛି।
Ballistic Missile Production Cost: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ଆମେରିକା ସହ ଇରାନ୍ ମଧ୍ୟରେ ଚାଲିଥିବା ସଂଘର୍ଷ କେବଳ ଏକ ସାମରିକ ଯୁଦ୍ଧ ନୁହେଁ। ବରଂ ଏହା ଏକ ବିଶାଳ ଆର୍ଥିକ ବୋଝ ଭାବରେ ଉଭା ହେଲାଣି। କାରଣ ଗୋଟିଏ ପଟେ ଏହି ଯୁଦ୍ଧ କାରଣରୁ ବୈଶ୍ୱିକ ଅର୍ଥନୀତି ଦୋହଲି ଗଲାଣି। ଆଉ ଅନ୍ୟପଟେ ଶକ୍ତି ସଂକଟ ଗୁରୁତର ହେଉଥିବାରୁ ଏହାର ପ୍ରଭାବ ଏବେ ବିଭିନ୍ନ ଦେଶର ଅର୍ଥନୀତିରେ ଅନୁଭୂତ ହେଲାଣି। ଲଗାତାର ହେଉଥିବା କ୍ଷେପଣାସ୍ତ୍ର ଆକ୍ରମଣ କାରଣରୁ ଏବେ ତୈଳ ଏବଂ ଗ୍ୟାସ୍ ଉତ୍ପାଦନ ପ୍ରଭାବିତ ହେବାରେ ଲାଗିଛି। ଇରାନ ଦ୍ୱାରା ମଧ୍ୟ ପ୍ରାଚ୍ୟର ବିଭିନ୍ନ ତୈଳ ଉତ୍ପାଦନକାରୀ ଦେଶ ଉପରେ କ୍ଷେପଣାସ୍ତ୍ର ଦ୍ୱରା ହେଉଥିବା ଆକ୍ରମଣ କାରଣରୁ ଏପରି ସ୍ଥିତି ଉପୁଜିଛି। ଆକ୍ରମଣର ଜବାବ ଦେବାକୁ ଯାଇ ଉଭୟ ପକ୍ଷ ପରସ୍ପର ବାଲିଷ୍ଟିକ୍ ମିସାଇଲ ମାଡ଼ କରିବାରେ ଲାଗିଛନ୍ତି।
ବାଲାଷ୍ଟିକ ମିସାଇଲ ନିର୍ମାଣରେ ହୁଏ କେତେ ଟଙ୍କା ଖର୍ଚ୍ଚ?
ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ମୂଲ୍ୟ ମୁଖ୍ୟତଃ ଏହାର ଲକ୍ଷ୍ୟଭେଦ କରିବାର କ୍ଷମତା, ସଠିକତା ଏବଂ ଏଥିରେ ବ୍ୟବହୃତ ହୋଇଥିବା ଜ୍ଞାନକୌଶଳ ଉପରେ ନିର୍ଭରଶୀଳ। ଇରାନ ଦ୍ୱାରା ନିର୍ମିତ ହେଉଥିବା ଗୋଟିଏ କ୍ଷେପଣାସ୍ତ୍ରର ମୂଲ୍ୟ ପ୍ରାୟ ୧ ଲକ୍ଷ ଡଲାରରୁ ୮ ମିଲିୟନ ଡଲାର ପର୍ଯ୍ୟନ୍ତ ହୋଇଥାଏ। କ୍ଷୁଦ୍ର ଦୂରଗାମୀ କ୍ଷେପଣାସ୍ତ୍ର ବହୁତ ଶସ୍ତା ହୋଇଥିବା ବେଳେ ଉନ୍ନତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖୁଥିବା ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ରର ମୂଲ୍ୟ ଯଥେଷ୍ଟ ଅଧିକ ହୋଇଥାଏ।
ଇରାନୀ କ୍ଷେପଣାସ୍ତ୍ରର ମୂଲ୍ୟ
ଇରାନ ଦ୍ୱାରା ବ୍ୟବହୃତ ହେଉଥିବା କ୍ଷୁଦ୍ର ଦୂରଗାମୀ ମିସାଇଳ ଯେପରିକି ଫତେହ ୧୧୦ କ୍ଷେପଣାସ୍ତ୍ରର ମୂଲ୍ୟ ୧ ଡଲାରରୁ ୨ ଲକ୍ଷ ୫୦ ହଜାର ପର୍ଯ୍ୟନ୍ତ ହୋଇଥିବାର ଆକଳନ କରାଯାଉଛି। ସେହିପରି ଖୁର୍ରମସହର ଭଳି ଦୂରଗାମୀ କ୍ଷେପଣାସ୍ତ୍ରର ମୂଲ୍ୟ ପ୍ରତି ୟୁନିଟ୍ ପିଛା ୮ ମିଲିୟନ ଡଲାର ପର୍ଯ୍ୟନ୍ତ ହୋଇପାରେ।
ଇସ୍ରାଏଲୀ ପ୍ରତିରକ୍ଷା ପ୍ରଣାଳୀ ଆହୁରି ମହଙ୍ଗା
ଯୁଦ୍ଧ ବେଳେ ଏପରି କ୍ଷେପଣାସ୍ତ୍ରକୁ ପ୍ରତିରୋଧ କରିବାର ମୂଲ୍ୟ ଆହୁରି ଅଧିକ। ଇସ୍ରାଏଲର ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଯେପରିକି ଆରୋ ୩, ପ୍ରତି ଇଣ୍ଟରସେପ୍ଟର ମିସାଇଲ ପାଇଁ ୫ ମିଲିୟନ୍ ଡଲାରରୁ ୭ ମିଲିୟନ ଡଲାର ମଧ୍ୟରେ ଖର୍ଚ୍ଚ ହୋଇଥାଏ। ସେହିପରି ଡେଭିଡ୍ ସ୍ଲିଙ୍ଗ୍ ପ୍ରଣାଳୀର ପ୍ରତି ଇଣ୍ଟରସେପ୍ସନ ମିସାଇଲ ପାଇଁ ପ୍ରାୟ ୧ ଲକ୍ଷ ଡଲାରରୁ ୨ ଲକ୍ଷ ଡଲାର ଖର୍ଚ୍ଚ ହୋଇଥାଏ।
ଯୁଦ୍ଧର ମୂଲ୍ୟ କେତେ?
ଯୁଦ୍ଧ କାରଣରୁ ଆର୍ଥିକ ବୋଝ ବହୁତ ବଡ଼ ହୋଇଥାଏ। ରିପୋର୍ଟ ଅନୁସାରେ ଯେ ଇସ୍ରାଏଲ ସେନାର ଦୈନିକ ସାମରିକ ଅଭିଯାନରେ ପ୍ରାୟ ୭୨୫ ମିଲିୟନ ଡଲାର ଖର୍ଚ୍ଚ ହେଉଛି। କେବଳ ୨୦୨୬ ମାର୍ଚ୍ଚ ମାସର ପ୍ରଥମ ୨୦ ଦିନରେ ଦେଶର ମୋଟ ସାମରିକ ଖର୍ଚ୍ଚର ପରିମାଣ ପ୍ରାୟ ୬.୪ ବିଲିୟନ ଡଲାର ହୋଇସାରିଛି।
ଇରାନ ଅର୍ଥନୀତିକୁ ସହିବାକୁ ପଡୁଛି ଗୁରୁତର ଆର୍ଥିକ କ୍ଷତି
ମଧ୍ୟ ପ୍ରାଚ୍ୟ ସଂକଟ ବେଳେ ଇରାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ବିପର୍ଯ୍ୟୟର ସାମ୍ନା କରୁଛି। ଗତ ବର୍ଷ ହୋଇଥିବା ୧୨ ଦିନିଆ ସଂଘର୍ଷ ସମୟରେ ଦେଶକୁ କୋଟି କୋଟି ଡଲାର ମୂଲ୍ୟର କ୍ଷତି ସହିବାକୁ ପଡିଥିଲା। ଯେଉଁଥିରେ ଭିତ୍ତିଭୂମିର କ୍ଷତି ଏବଂ ତୈଳ ରପ୍ତାନିରେ ବାଧା ଆଦି ଅନ୍ତର୍ଭୂକ୍ତ ରହିଛି। ଇରାନ ଉପରେ ପଡୁଥିବା ଆର୍ଥିକ ବୋଝକୁ ଏହି ତଥ୍ୟରୁ ଅନୁମାନ କରାଯାଇ ପାରିବ ଯେ ଦେଶର ସରକାର ବର୍ତ୍ତମାନ ୧ କୋଟି ମୂଲ୍ୟର ବ୍ୟାଙ୍କ ନୋଟ୍ ଜାରି କରିଛନ୍ତି। ଏହା ସହିତ ତୈଳ ରପ୍ତାନୀରେ ହ୍ରାସ ହେବା କାରଣରୁ ପ୍ରାୟ ୧.୪ ବିଲିୟନ ଡଲାର ମୂଲ୍ୟର ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି।
ବର୍ତ୍ତମାନ ପର୍ଯ୍ୟନ୍ତ ହୋଇସାରିଲାଣି ମୋଟ କେତେ କ୍ଷୟକ୍ଷତି?
ସମସ୍ତ ସାମରିକ ଖର୍ଚ୍ଚ, ଭିତ୍ତିଭୂମି ଜନିତ କ୍ଷୟକ୍ଷତି ଏବଂ ଅର୍ଥନୈତିକ ଗତିରୋଧକୁ ହିସାବକୁ ନେଇ, ଆକଳନ କରାଯାଇଛି ଯେ ୨୦୨୫-୨୬ ମଧ୍ୟରେ ହୋଇଥିବା ସଂଘର୍ଷର ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା ମୋଟ କ୍ଷୟକ୍ଷତିର ପରିମାଣ ୪୦ ଆରବ ଡଲାର ଅତିକ୍ରମ କରି ସାରିଲାଣି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories