23 Soldiers Feared Dead / ବଲୁଚିସ୍ତାନରେ ପାକିସ୍ତାନୀ ସେନା ଉପରେ ବଡ଼ ଧରଣର ଆକ୍ରମଣ, ୨୩ ମୃତ ଆଶଙ୍କା
·46 mins ago·2 min read

Key Points
ଅଚାନକ ଆକ୍ରମଣ କଲେ ସଶସ୍ତ୍ର ଆତଙ୍କବାଦୀ । ପାକିସ୍ତାନୀ ସେନା ଉପରେ ବଲୁଚିସ୍ତାନର ଲାସବେଲା ଜିଲ୍ଲାରେ ଆକ୍ରମଣ ହୋଇଛି । ଆକ୍ରମଣରେ ୨୩ରୁ ଅଧିକ ଯବାନଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।
ନୂଆଦିଲ୍ଲୀ: ଜାତୀୟ ରାଜପଥରେ ସେନା ଉପରେ ବଡ଼ ଆକ୍ରମଣ । ଅଚାନକ ଆକ୍ରମଣ କଲେ ସଶସ୍ତ୍ର ଆତଙ୍କବାଦୀ । ପାକିସ୍ତାନୀ ସେନା ଉପରେ ବଲୁଚିସ୍ତାନର ଲାସବେଲା ଜିଲ୍ଲାରେ ଆକ୍ରମଣ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଏହି ଆକ୍ରମଣ ଏନ୍-୨୫ ଜାତୀୟ ରାଜପଥରେ ହୋଇଛି ।
ଏନ୍-୨୫ ଜାତୀୟ ରାଜପଥରେ ପାକିସ୍ତାନୀ ସେନା ଯାଉଥିବା ବେଳେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୨୩ରୁ ଅଧିକ ଯବାନଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଏକାଧିକ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।
ଏଥିସହ ପଢ଼ନ୍ତୁ: ୯/୧୧ ପୂର୍ବରୁ ଓସାମା ବିନ୍ ଲାଡେନ୍ର ହିଟ୍ ଲିଷ୍ଟରେ ଥିଲା ଭାରତ ! CIAର ବଡ଼ ଖୁଲାସା
ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଲାସବେଲାର କଶାରୀ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ଫ୍ରଣ୍ଟିୟର ଫୋର୍ସର ପ୍ରାୟ ୧୫ଟି ଗାଡ଼ି ଯବାନଙ୍କୁ ନେଇ ଯାଉଥିଲା । ସେହି ସମୟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ସେନାର ଏକ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଆହତ ଯବାନଙ୍କୁ ପ୍ରଥମେ ବେଲା ଶିବିରକୁ ନିଆ ଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆକ୍ରମଣ ପରେ ସେନା ଯବାନ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରି ଦେଇଛନ୍ତି । ଆହତଙ୍କ ଚିକିତ୍ସା ବେଲା ଶିବିରରେ କରାଯାଉଛି । ରାଜମାର୍ଗକୁ ବର୍ତ୍ତମାନ ବନ୍ଦ କରି ଦିଆଯାଇଛି । ତେବେ ଆକ୍ରମଣ ନେଇ ପାକିସ୍ତାନୀ ସେନା ପକ୍ଷରୁ ବିସ୍ତୃତ କିମ୍ବା ସାର୍ବଜନୀନ ବୟାନ ଆସି ନାହିଁ ।
ସୂଚନା ଅନୁସାରେ, ଲାସବେଲା ଏନ୍-୨୫ ବଲୁଚିସ୍ତାନର ପ୍ରମୁଖ ସଡ଼କ ମଧ୍ୟରୁ ଅନ୍ୟତମ । ଏହି ରାଜପଥ କରାଚିରୁ କ୍ଵେଟାକୁ ଯୋଡ଼ୁଛି ଏବଂ ପ୍ରଦେଶର ଅନେକ ଗୁରୁତ୍ଵପୂର୍ଣ୍ଣ ଅଞ୍ଚଳ ଦେଇ ଯାଇଛି । ଏହି ରାସ୍ତାରେ ସୁରକ୍ଷା ବାହାନ ସହ ସାଧାରଣ ଯାତ୍ରୀ ଓ ବାଣିଜ୍ୟିକ ପରିବହନ ମଧ୍ଯ ହୋଇଥାଏ । ଏହା ଉପକୂଳକୁ ପଶ୍ଚିମ ବଲୁଚିସ୍ତାନର ବନ୍ଦର ସହ ସହ ଯୋଡ଼ିଥାଏ ।
ଏଥିସହ ପଢ଼ନ୍ତୁ: ଜାଭା ସାଗରରେ ବଡ଼ ଅଘଟଣ ! ୨୪୦ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ
ବଲୁଚିସ୍ତାନରେ ହିଂସା ମାମଲା ବଢ଼ି ଚାଲିଥିବା ବେଳେ ଏବେ ପୁଣି ଥରେ ଆକ୍ରମଣ ହୋଇଛି । ନିକଟରେ ବଲୁଚିସ୍ତାନରେ ସୁରକ୍ଷାକର୍ମୀ, ଥାନା ଓ ସରକାରୀ ବ୍ୟବସ୍ଥା ଉପରେ ଏକାଧିକ ଆକ୍ରମଣ ହୋଇଛି । ବିଏଲଏ ଭଳି ସଂଗଠନ ଏକାଧିକ ସ୍ଥାନରେ ଆକ୍ରମଣ କରିଥିବା ଦାବି କରିଛନ୍ତି ।

Related Topics
Explore more stories