Indonesia Ship Missing / ଜାଭା ସାଗରରେ ବଡ଼ ଅଘଟଣ ! ୨୪୦ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ
·1 hour ago·2 min read

Key Points
ଜାଭା ସମୁଦ୍ରରେ ବଡ଼ ଅଘଟଣ
୨୪୦ ଯାତ୍ରୀଙ୍କୁ ନେଇ ଜାହାଜ ନିଖୋଜ
ଜାରି ରହିଛି ସର୍ଚ୍ଚ ଅପରେସନ୍
୨୪୦ ଯାତ୍ରୀଙ୍କୁ ନେଇ ଜାହାଜ ନିଖୋଜ
ଜାରି ରହିଛି ସର୍ଚ୍ଚ ଅପରେସନ୍
ଜାଭା ସାଗରରେ ୨୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡୋନେସିଆ ଜାହାଜ ନିଖୋଜ । ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଚାଲିଛି ସର୍ଚ୍ଚ ଅପରେସନ । ଭିର୍ଗୋ ଟ୍ରାନ୍ସପୋର୍ଟ ୮ ନାମକ ଏହି ଜାହାଜ ପୂର୍ବ ଜାଭାରୁ ଦକ୍ଷିଣ କାଲିମନ୍ତାନ ପ୍ରଦେଶ ଅଭିମୁଖେ ଯାଉଥିଲା । ଜାଭା ସାଗରରେ ଜାହାଜଟି ଖରାପ ପାଗର ସମ୍ମୁଖୀନ ହେବା ପରେ ଏହା ସହ ଯୋଗାଯୋଗ ଛିନ୍ନ ହୋଇଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ କାହାର ମୃତ୍ୟୁ କିମ୍ବା ଆହତ ହେବାର ଖବର ମିଳିନାହିଁ ।
ରାତି ପ୍ରାୟ ୨ଟାରେ ଯୋଗାଯୋଗ ବିଚ୍ଛିନ୍ନ
ସୂଚନା ଅନୁସାରେ, ରବିବାର ଭୋର ପ୍ରାୟ ୨ଟା ସମୟରେ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଥିଲା । ଅଧିକାରୀଙ୍କ କହିବା ଅନୁସାରେ, ଯୋଗାଯୋଗ ଛିନ୍ନ ହେବାର ପ୍ରାୟ ଦୁଇ ଘଣ୍ଟା ପରେ ଘଟଣା ସମ୍ପର୍କରେ ସେମାନଙ୍କୁ ଜଣାଇ ଦିଆଯାଇଥିଲା ।
ଜାହାଜଟି ପୂର୍ବ ଜାଭା ପ୍ରଦେଶର ଦ୍ୱିତୀୟ ବୃହତ୍ତମ ସହର ସୁରବାୟାରୁ ବଞ୍ଜାରମାସିନ ଅଭିମୁଖେ ଯାତ୍ରା କରିଥିଲା । ଦକ୍ଷିଣ କାଲିମନ୍ତାନ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟାଳୟର ମୁଖ୍ୟ ଆଇ ପୁତୁ ସୁଦାୟନା ଏକ ଭିଡିଓ ବ୍ରିଫିଂରେ କହିଛନ୍ତି ଯେ, ଜାହାଜର ପରିଚାଳକ ହିଁ ଅଧିକାରୀମାନଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ । ପରିଚାଳକଙ୍କୁ ଜାହାଜଟି ଖରାପ ପାଗର ସମ୍ମୁଖୀନ ହେଉଥିବା ନେଇ ସୂଚନା ମିଳିଥିଲା ।
ବଞ୍ଜାରମାସିନଠାରୁ ୧୪୮ କିମି ଦୂରରେ ମିଳିଥିଲା ଶେଷ ଲୋକେସନ
ପ୍ରାଥମିକ ସୂଚନା ଅନୁସାରେ, ଜାହାଜର ଶେଷ ଲୋକେସନ୍ ଜାଭା ସାଗରରେ ବଞ୍ଜାରମାସିନର ଏକ ଘାଟଠାରୁ ପ୍ରାୟ ୧୪୮ କିଲୋମିଟର ଦୂରରେ ଥିଲା । ଜାହାଜର ମ୍ୟାନିଫେଷ୍ଟ ଅନୁସାରେ, ଏଥିରେ ୨୪୧ ଜଣ ଯାତ୍ରୀ ଥିଲେ । ତେବେ ଏପର୍ଯ୍ୟନ୍ତ କୌଣସି ଯାତ୍ରୀଙ୍କ ଜୀବନହାନିର ଖବର ମିଳିନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜାହାଜର ପରିଚାଳକ ପିଟି ଭିର୍ଗୋ ୟୋଏଲ ରିହି ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହେବା ଘଟଣାକୁ ସ୍ପଷ୍ଟ କରିଛନ୍ତି । କମ୍ପାନୀର ସୂଚନା ଅନୁସାରେ, ଭିର୍ଗୋ ଟ୍ରାନ୍ସପୋର୍ଟ ୮ ଶନିବାର ସ୍ଥାନୀୟ ସମୟ ସକାଳ ୧୦ଟା ୧୩ ମିନିଟରେ ସୁରବାୟାରୁ ଯାତ୍ରା ଆରମ୍ଭ କରିଥିଲା । ଘଟଣା ବିଷୟରେ ସୂଚନା ପାଇବା ପରେ ଏହି ଜାହାଜରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ୍ ଜାରି ରହିଛି ।
Related Topics
Explore more stories