Videos
|
International

Indian Sarees Times Square / ବିଦେଶ ମାଟିରେ ଭାରତୀୟ ନାରୀଙ୍କ ଜଲୱା; Times Squareରେ ଛାଇଗଲା ଦେଶୀ ଲୁକ୍

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବିଦେଶ ମାଟିରେ ଭାରତୀୟ ନାରୀଙ୍କ ଜଲୱା; Times Squareରେ ଛାଇଗଲା ଦେଶୀ ଲୁକ୍
Indian Sarees Times Square

Key Points

ଐତିହାସିକ ଟାଇମ୍ସ ସ୍କୋୟାରରେ ଭାରତୀୟଙ୍କ ଦେଶୀ ଅନ୍ଦାଜ୍
ଶାଢୀ ପିନ୍ଧି ଏକାଠି ହେଲେ ଅନେକ ଭାରତୀୟ ମହିଳା
କଣ ଏହା ପଛର କାରଣ ? ଜାଣନ୍ତୁ
ନ୍ୟୁୟର୍କର ଐତିହାସିକ ଟାଇମ୍ସ ସ୍କୋୟାର ରବିବାର ଭାରତୀୟ ଶାଢ଼ୀର ରଙ୍ଗ, କାରୁକାର୍ଯ୍ୟ ଏବଂ ପାରମ୍ପରିକ କାରିଗରୀରେ ଝଲସି ଉଠିଥିଲା । "ଶାଢ଼ୀ ଗୋଜ୍ ଗ୍ଲୋବାଲ୍" ଇଭେଣ୍ଟର ତୃତୀୟ ସଂସ୍କରଣରେ ପ୍ରବାସୀ ଭାରତୀୟ ମହିଳା ଏବଂ ଝିଅମାନେ ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ତଥା ପାରମ୍ପରିକ ଶାଢ଼ି ପିନ୍ଧି ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ଆସାମୀ, ବନାରସୀ, ଚିକନକାରୀ, ସମ୍ବଲପୁରୀଠାରୁ କାଞ୍ଜିଭରମ୍ ଶାଢ଼ୀ ମାଧ୍ୟମରେ ଭାରତର ସାଂସ୍କୃତିକ ବିବିଧତାକୁ ପ୍ରଦର୍ଶନ କରିଥିଲେ ।

ପିଟିଆଇ ଅନୁଯାୟୀ, ପାରମ୍ପରିକ ଆସାମୀ ବୁଣାକାର, ଲକ୍ଷ୍ନୌର ଚିକନକାରୀ, ବନାରସୀ ରେଶମ, ଓଡ଼ିଶାର ସମ୍ଵଲପୁରୀ ଏବଂ କାଞ୍ଜିଭରମ୍ ଶାଢ଼ି ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା । ବିଭିନ୍ନ ରଙ୍ଗ, କପଡ଼ା ଏବଂ ଡିଜାଇନରେ ଏହି ଶାଢ଼ୀଗୁଡ଼ିକ ଭାରତର ଆଞ୍ଚଳିକ କଳା ଏବଂ ହସ୍ତତନ୍ତ ପରମ୍ପରାର ଏକ ସୁନ୍ଦର ଚିତ୍ର ଉପସ୍ଥାପନ କରିଥିଲା । ଏହି କାର୍ଯ୍ୟକ୍ରମରେ ରାମ୍ପୱକ୍, ଡାନ୍ସ ପରି ଅନେକ ଇଭେଣ୍ଟର ଆୟୋଜନ କରାଯାଇଥିଲା । ବିଭିନ୍ନ ବିଭାଗରେ ଉପଲବ୍ଧି ହାସଲ କରିଥିବା ମହିଳାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । 


  • ହାତରେ ତ୍ରିରଙ୍ଗା ଧରି ନାଚିଲେ ମହିଳା
ଏହାର ଅନେକ ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓରେ, ରଙ୍ଗୀନ ଶାଢ଼ି ପିନ୍ଧିଥିବା ମହିଳାମାନେ ତ୍ରିରଙ୍ଗା ଧରି ଏକାଠି ନାଚିଥିଲେ । ଫଟୋ ପାଇଁ ପୋଜ୍ ଦେଇଥିଲେ ଏବଂ ସେମାନଙ୍କ ଶାଢ଼ୀ ବିଷୟରେ ବିଦେଶ ନାଗରିକଙ୍କୁ କାହାଣୀ କହୁଥିଲେ । ଏହି କାର୍ଯ୍ଯକ୍ରମ ମାଧ୍ୟମରେ ପ୍ରବାସୀ ଭାରତୀୟ ମହିଳାଙ୍କ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟ ପ୍ରତି ସେମାନଙ୍କର ଗର୍ବ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୋଇଥିଲା ।

  • କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ନ୍ୟୁୟର୍କର ରାଜ୍ୟପାଳ
ଏହି କାର୍ଯ୍ୟକ୍ରମକୁ ନେଇ ନ୍ୟୁୟର୍କ ଗଭର୍ଣ୍ଣର କ୍ୟାଥି ହୋଚୁଲ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଟାଇମ୍ସ ସ୍କୋୟାରରେ ଗର୍ବର ସହିତ ସେମାନଙ୍କର ଐତିହ୍ୟ ପାଳନ କରୁଥିବା ଭାରତୀୟ ମହିଳାମାନଙ୍କୁ ସମ୍ମାନିତ କରେ । ସେ ଆୟୋଜକ UMA ଗ୍ଲୋବାଲକୁ ମଧ୍ୟ ପ୍ରଶଂସା କରିଥିଲେ ଏବଂ ଏହାକୁ ମହିଳା, ସଂଖ୍ୟାଲଘୁ ଏବଂ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ବୋଲି କହିଥିଲେ ।

ପଢନ୍ତୁ ଏହି ଖବର: ୩୬ କୋଟି ଟଙ୍କାର ହୀରା, ୨ କିଲୋ ସୁନା...ରୋହିତ ପିସାଲ ତିଆରି କଲେ ୩୯ କୋଟି ଟଙ୍କାର ଶାଢ଼ି

  • 'ଭାରତୀୟ ଐତିହ୍ୟର ଅଂଶ ଶାଢୀ'
ଭାରତୀୟ ବାଣିଜ୍ୟ ଦୂତାବାସର ବାଣିଜ୍ୟ ଦୂତ ରାଜଲକ୍ଷ୍ମୀ ଆପ୍ପାସାହେବ କଦମ୍ କହିଛନ୍ତି ଯେ ଶାଢ଼ୀ ଭାରତୀୟ କଳା, ପରମ୍ପରା ଏବଂ ବୁଣାକାରମାନଙ୍କର ଏକ ଜୀବନ୍ତ ଐତିହ୍ୟ । ସେ ଆହୁରି କହିଥିଲେ ଯେ ଏହା ଏପରି ଏକ ପୋଷାକ ପରିଧାନ, ଯାହାକି ପାରମ୍ପରିକ ହସ୍ତତନ୍ତ ଏବଂ ସ୍ଥାନୀୟ କାରିଗରମାନଙ୍କୁ ପ୍ରୋତ୍ସାହିତ କରେ ଏବଂ ପିଢ଼ି ପରେ ପିଢ଼ି ଧରି ଆସୁଥିବା କାହାଣୀକୁ ମଧ୍ୟ ବହନ କରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: