Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବ୍ୟାଙ୍କକ୍ ରେ ମାଲଗାଡ଼ି-ବସ୍ ମଧ୍ୟରେ ମୁହାମୁହିଁ ଧକ୍କା ; ଅଗ୍ନିକାଣ୍ଡରେ ୮ ମୃତ

International

Bangkok Goods Accident / ବ୍ୟାଙ୍କକ୍ ରେ ମାଲଗାଡ଼ି-ବସ୍ ମଧ୍ୟରେ ମୁହାମୁହିଁ ଧକ୍କା ; ଅଗ୍ନିକାଣ୍ଡରେ ୮ ମୃତ

Subhramjit Ray
Browse all articles by Subhramjit Ray
·1 hour ago·2 min read
ବ୍ୟାଙ୍କକ୍ ରେ ମାଲଗାଡ଼ି-ବସ୍ ମଧ୍ୟରେ ମୁହାମୁହିଁ ଧକ୍କା ; ଅଗ୍ନିକାଣ୍ଡରେ ୮ ମୃତ
Bangkok Goods Accident

Key Points


ବ୍ୟାଙ୍କକ୍ ରେ ଏକାଧିକ ଗାଡ଼ି ସହ ଗୋଟିଏ ମାଲଗାଡ଼ି ଧକ୍କା ହେବା ଫଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି, ଯେଉଁଥିରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଛି।
Bangkok Goods Accident Viral Video: ଶନିବାର (ମେ ୧୬) ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକ୍ ରେ ଏକ ବସ୍ ସହିତ ଗୋଟିଏ ମାଲଗାଡ଼ି ଧକ୍କା ହୋଇଛି। ବସ୍ ସହ ଧକ୍କା ହେବା ପରେ ଟ୍ରେନ୍, ବସ୍ କୁ କିଛି ଦୂର ପର୍ଯ୍ୟନ୍ତ ଆଗକୁ ଠେଲି ନେଇଥିଲେ। ଟ୍ରେନ୍ ସହ ଧକ୍କା ହେବା ପରେ ବସ୍ ରେ ନିଆଁ ଲାଗି ଯାଇଥିଲା। ଏହି ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ଶନିବାର କେନ୍ଦ୍ରୀୟ ବ୍ୟାଙ୍କକ୍ ଅଞ୍ଚଳରେ ଅବସ୍ଥିତ ବିମାନବନ୍ଦର ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସହରର ଜରୁରୀକାଳୀନ ସେବା ଏବଂ ଇରାୱାନ୍ ମେଡିକାଲ୍ ସେଣ୍ଟର ରିପୋର୍ଟ ଅନୁସାରେ ଶନିବାର ସହରରେ ହୋଇଥିବାର ଅତି କମରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ୨୦ ଜଣରୁ ଅଧିକ ଲୋକ ଅଧିକ ଆହତ ହୋଇଛନ୍ତି।

ଅନେକ ଗାଡ଼ି ସହ ଧକ୍କା ହୋଇଥିଲା ଟ୍ରେନ୍
ଶନିବାର କେନ୍ଦ୍ରୀୟ ବ୍ୟାଙ୍କକ୍ ରେ ହୋଇଥିବା ଦୁର୍ଘଟଣାର ଭିଡ଼ିଓ ଫୁଟେଜ୍ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଏକ ମାଲବାହୀ ଟ୍ରେନ ଗୋଟିଏ ନାରଙ୍ଗୀ ରଙ୍ଗର ବସ୍ କୁ ସେତେବେଳେ ଧକ୍କା ଦେଇଥିଲା ଯେତେବେଳେ ଏକ ରେଲୱେ କ୍ରସିଂ ଠାରେ ଅନେକ ଗାଡ଼ି ଅଟକି ରହିଥିଲା। ମାଲଗାଡ଼ି ଧକ୍କା ହେବା ଯୋଗୁଁ ଅନେକ ଗାଡ଼ି ରେଳ ଧାରଣା ଉପରେ ଖସିପଡ଼ିବା ପରେ ବସ୍ ସହ ଆଗକୁ ମାଡ଼ି ଯାଇଥିଲେ। ଏହା ପରେ ବସ୍ ରେ ନିଆଁ ଲାଗି ଯାଇଥିଲା। ମାଲ୍ ଗାଡ଼ି ଧକ୍କା ପରେ ଅନେକ ବାଇକ୍ ଆରୋହୀ ଘଟଣାସ୍ଥଳରେ ତଳେ ଛିଟକି ପଡ଼ିଥିବାର ଦେଖିବାକୁ ମିଳିଥିଲା।


ପରେ ଏହି ଘଟଣା ସହ ଜଡ଼ିତ ଅନ୍ୟ ଏକ ଭିଡ଼ିଓରେ ଦେଖିବାକୁ ମିଳିଥିବା ଭିଡିଓରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଜଳିଯାଇଥିବା ବସ୍ ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ଥାଇଲ୍ୟାଣ୍ଡ ଉପ ପରିବହନ ମନ୍ତ୍ରୀ ସିରିପଙ୍ଗ ଅଙ୍ଗକାସାକୁଲକିୟାଟ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଗଣମାଧ୍ୟମକୁ କହିଛନ୍ତି ଯେ ବସ୍‌ରେ ସମସ୍ତ ମୃତଦେହ ମିଳିଛି। ଦୁର୍ଘଟଣାଗ୍ରସ୍ତ ବସ୍ ରେ କେତେ ଜଣ ଲୋକ ଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହି ବସ୍‌ ରେଲୟେ କ୍ରସିଂ ପାଖରେ ଅଟକି ରହିଥିଲା। ଟ୍ରେନ୍‌ ରେଲୱେ କ୍ରସିଂ ଅତିକ୍ରମ କରିବ ସମୟରେ ସେଠାରେ ଅଟକି ରହିଥିବା ଗାଡ଼ି ଚାଳକଙ୍କୁ ରେଳ ଧାରଣା ପାଖରୁ ଦୂରେଇ ରଖିବା ପାଇଁ କୌଣସି ଅସୁବିଧା ସୃଷ୍ଟି ହୋଇଥିଲା ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସିରିପଙ୍ଗ କହିଛନ୍ତି ଯେ ଏହି ଘଟଣା ଏବେ ତଦନ୍ତାଧିନ ରହିଛି।

ଦୁର୍ଘଟଣାକୁ ନେଇ କ'ଣ କହିଲେ ପ୍ରତ୍ୟେକ୍ଷଦର୍ଶୀ?
କିଟିପଙ୍ଗ ରାକ୍ସା କହିଛନ୍ତି ଯେ ସେ ସେତେବେଳେ ତାଙ୍କ କାର ରେଲୱେ କ୍ରସିଂ ପାଖରେ ପାର୍କ କରିଥିଲେ ଯେତେବେଳେ ଚାଙ୍କୁ ଟ୍ରେନ୍ ଆସିବାର ହର୍ଣ୍ଣ ଶୁଣିବାକୁ ମିଳିଥିଲା। ମୁଁ ଏକ ଜୋର୍‌ରେ ଶବ୍ଦ ଶୁଣିବାକୁ ପାଇଲି ଏବଂ ଏହା ପରେ ଆଉ ଏକ ଶବ୍ଦ ଶୁଣିବାକୁ ମିଳିଲା। ମୋତେ ଲାଗିଲା ଯେପରି କେହି ମୋ ଗାଡ଼ି ସହ ଧକ୍କା ହୋଇଛନ୍ତି। ଏହା ପରେ ମୁଁ ଟ୍ରେନ୍‌ କୁ ଗୋଟିଏ ବସ୍‌ ଟାଣି ନେଉଥିବା ଦେଖିବାକୁ ପାଇଲି। ସେ କହିଛନ୍ତି ଯେ ଧକ୍କା ପରେ, ସେ ତାଙ୍କ ଗାଡ଼ି ତଳେ ଜଣେ ବ୍ୟକ୍ତିଙ୍କୁ ଫସି ରହିଥିବାର ଦେଖିବାକୁ ପାଇଥିଲେ ଯାହାର ଗୋଡ଼ ଭାଙ୍ଗି ଯାଇଥିଲା।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Video: Horrific Freight Train Crash in Bangkok Sparks Massive Fire, 8 Dead | Argus News