Gas Crisis / ଏଠାରେ ଭୟଙ୍କର ପରିସ୍ଥିତି, ଗ୍ୟାସ ସଙ୍କଟ ଯୋଗୁଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ
·1 hour ago·2 min read

Key Points
ବାଂଲାଦେଶରେ ଭୟଙ୍କର ପରିସ୍ଥିତି
ଅନେକ ସାର କାରଖାନା ବନ୍ଦ
ପୋଷାକ ଶିଳ୍ପରେ ଉପରେ ବଡ଼ ପ୍ରଭାବ
ଗ୍ୟାସ ସଙ୍କଟ ଯୋଗୁଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ

ଡାକା,୨୪/୦୮: ବାଂଲାଦେଶରେ ଏବେ ଗଭୀର ହେବାରେ ଲାଗିଛି ପ୍ରାକୃତିକ ଗ୍ୟାସ ଓ ଶକ୍ତି ସଙ୍କଟ। ଗ୍ୟାସ ଅଭାବର ସିଧାସଳଖ ପ୍ରଭାବ ପଡ଼ିଛି ଦେଶର ଶିଳ୍ପ, କୃଷି ଓ ପରିବହନ କ୍ଷେତ୍ର ଉପରେ। ଗ୍ୟାସ ଯୋଗାଣ କମିଯିବାରୁ ଅନେକ କାରଖାନାରେ ଉତ୍ପାଦନ ହ୍ରାସ ପାଇଥିବା ବେଳେ କେତେକ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି। ଏପରିକି ବିଦ୍ୟୁତ୍ ବିଭ୍ରାଟ ଓ ଇନ୍ଧନ ଅଭାବକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଓ ପ୍ରତିବାଦ ମଧ୍ୟ ଦେଖାଦେଉଛି।
ବର୍ତ୍ତମାନ ବାଂଲାଦେଶରେ ପ୍ରତିଦିନ ପ୍ରାୟ ୩,୮୦୦ରୁ ୪,୦୦୦ ମିଲିୟନ ଘନଫୁଟ୍ ଗ୍ୟାସର ଆବଶ୍ୟକତା ରହିଛି। କିନ୍ତୁ ଦେଶକୁ ମିଳୁଛି ମାତ୍ର ପ୍ରାୟ ୨,୧୦୦ରୁ ୨,୪୦୦ mmcfd ଗ୍ୟାସ। ଫଳରେ ଚାହିଦା ଓ ଯୋଗାଣ ମଧ୍ୟରେ ବଡ଼ ଫାଙ୍କ ସୃଷ୍ଟି ହୋଇଛି।
ପୋଷାକ ଶିଳ୍ପରେ ବଡ଼ ପ୍ରଭାବ
ବାଂଲାଦେଶର ଅର୍ଥନୀତିର ମୁଖ୍ୟ ଆଧାର ପୋଷାକ ଓ ବୟନ ଶିଳ୍ପ। ଦେଶର ବିଦେଶୀ ମୁଦ୍ରା ଆୟର ପ୍ରାୟ ୮୦ ପ୍ରତିଶତ ଏହି କ୍ଷେତ୍ରରୁ ଆସୁଥିବା ବେଳେ ଗ୍ୟାସ ସଙ୍କଟ ଏବେ ଏହି ଶିଳ୍ପ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।
ପଢନ୍ତୁ ଏହି ଖବର: ଠାରେ ପାଣି ବୋତଲ ଠାରୁ ଶସ୍ତାରେ ମିଲେ ବିୟର। ଭାଇରାଲ ଭିଡ଼ିଓରୁ ଜାଣନ୍ତୁ ସତ
ଗ୍ୟାସ ଚାପ କମିଯିବାରୁ ଶହ ଶହ କପଡ଼ା ଓ ସୂତା ମିଲରେ ଉତ୍ପାଦନ ଅଧାକୁ ଖସିଆସିଥିବା ଦାବି କରାଯାଉଛି। ଅନେକ କାରଖାନା ଉତ୍ପାଦନ ବନ୍ଦ କରିବା ସ୍ଥିତିରେ ପହଞ୍ଚିଛି। ଏହାର ପ୍ରଭାବ ରପ୍ତାନି ଓ ଦେଶର ଅର୍ଥନୀତି ଉପରେ ପଡ଼ିବା ଆଶଙ୍କା ବଢ଼ିଛି।
ସାର କାରଖାନା ମଧ୍ୟ ବନ୍ଦ
ଗ୍ୟାସ ଅଭାବରୁ ବାଂଲାଦେଶର ୟୁରିଆ ସାର ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଛି। ଦେଶର ଛଅଟି ପ୍ରମୁଖ ୟୁରିଆ ସାର କାରଖାନା ମଧ୍ୟରୁ ଅନେକ କାରଖାନା ଗ୍ୟାସ ଅଭାବରୁ ବନ୍ଦ ରହିଛି। ଆଶୁଗଞ୍ଜ ସାର କାରଖାନା ଏହାର ଏକ ବଡ଼ ଉଦାହରଣ। ମାର୍ଚ୍ଚ ୨୦୨୫ରୁ ଏହି କାରଖାନା ବନ୍ଦ ରହିଛି। ଦିନରାତି ଚାଲୁଥିବା ଏହି ସରକାରୀ କାରଖାନାରେ ପ୍ରାକୃତିକ ଗ୍ୟାସ ବ୍ୟବହାର କରି ୟୁରିଆ ଉତ୍ପାଦନ କରାଯାଉଥିଲା। ଏଠାରେ ଏକଦା ୧,୨୦୦ରୁ ଅଧିକ ଲୋକ କାମ କରୁଥିଲେ। କିନ୍ତୁ ଗ୍ୟାସ ସଙ୍କଟ ଯୋଗୁଁ ଉତ୍ପାଦନ ଠପ୍ ହୋଇଥିବାରୁ କାରଖାନାର ଭିତ୍ତିଭୂମି ଏବେ ଅବ୍ୟବହୃତ ହୋଇପଡ଼ିଛି।
CNG ଷ୍ଟେସନରେ ଲମ୍ବା ଧାଡ଼ି
ଗ୍ୟାସ ସଙ୍କଟର ସବୁଠାରୁ ବଡ଼ ପ୍ରଭାବ ପରିବହନ କ୍ଷେତ୍ରରେ ମଧ୍ୟ ଦେଖାଯାଉଛି। ବାଂଲାଦେଶରେ ଅଟୋ, ବସ୍ ଓ ଟ୍ୟାକ୍ସିର ବଡ଼ ଅଂଶ CNG ଉପରେ ନିର୍ଭରଶୀଳ। ଢାକା ଓ ନାରାୟଣଗଞ୍ଜ ଭଳି ସହରରେ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବାରୁ ଅଧିକାଂଶ CNG ଷ୍ଟେସନ୍ ବନ୍ଦ ରହୁଛି।
ଫଳରେ CNG ଭରିବା ପାଇଁ ଲୋକଙ୍କୁ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି। ଅନେକ ଅଟୋ ଚାଳକ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିବା ମଧ୍ୟ ଜଣାପଡ଼ିଛି। ଯାନବାହାନ ଅଭାବରୁ ଲୋକଙ୍କ ପାଇଁ କାର୍ଯ୍ୟସ୍ଥଳ ଓ ସ୍କୁଲ-କଲେଜ ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି।
ରୋଷେଇ ପାଇଁ କାଠ ଓ କୋଇଲା ଭରସା
ଗ୍ୟାସ ଅଭାବର ପ୍ରଭାବ କେବଳ ଶିଳ୍ପ ଓ ପରିବହନରେ ସୀମିତ ନାହିଁ। ସହରାଞ୍ଚଳରେ ମଧ୍ୟ ଅନେକ ଲୋକ ରୋଷେଇ ପାଇଁ ପାରମ୍ପରିକ କାଠ ଓ କୋଇଲା ଚୁଲିର ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।
ଗ୍ୟାସ ଯୋଗାଣରେ ତୁରନ୍ତ ସୁଧାର ନଆସିଲେ ଶିଳ୍ପ ଉତ୍ପାଦନ, ରପ୍ତାନି, କୃଷି ଓ ସାଧାରଣ ଜନଜୀବନ ଉପରେ ସଙ୍କଟ ଆହୁରି ଗଭୀର ହୋଇପାରେ। ବାଂଲାଦେଶ ପାଇଁ ଏବେ ଗ୍ୟାସ ଓ ଶକ୍ତି ଯୋଗାଣକୁ ସ୍ୱାଭାବିକ କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories