Videos
|
International

Hindu Family Killed / ଛାତରେ ବାପା, ଶିଡ଼ିରେ ମାଆ ଓ ଝିଅ ଏବଂ ବେଡ୍ ତଳୁ ମିଳିଲା ପୁଅର ମୃତଦେହ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଛାତରେ ବାପା, ଶିଡ଼ିରେ ମାଆ ଓ ଝିଅ ଏବଂ ବେଡ୍ ତଳୁ ମିଳିଲା ପୁଅର ମୃତଦେହ
4-Member Hindu Family Found Dead in Bangladesh

Key Points

ବାଂଲାଦେଶରେ ପୁଣି ଥରେ ହିନ୍ଦୁ ବିରୋଧୀ ହିଂସା ଦେଖିବାକୁ ମିଳିଛି । ଗୋଟିଏ ହିନ୍ଦୁ ପରିବାରର ୪ ଜଣଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି ।
ଢାକା: ଅବସରପ୍ରାପ୍ତ ହିନ୍ଦୁ ଶିକ୍ଷକ ପରିବାରକୁ ହତ୍ୟା । ବାଂଲାଦେଶରେ ପୁଣି ଥରେ ହିନ୍ଦୁ ବିରୋଧୀ ହିଂସା ଦେଖିବାକୁ ମିଳିଛି । ଗୋଟିଏ ହିନ୍ଦୁ ପରିବାରର ୪ ଜଣଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ବାଲାଂଦେଶର ରଙ୍ଗପୁର ସହରରେ ପରିବାରର ୪ ଜଣଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି ।

ଗୋଟିଏ ବନ୍ଦ ଘରେ ଭିତରେ ଅବସରପ୍ରାପ୍ତ ସ୍କୁଲ୍ ଶିକ୍ଷକ, ତାଙ୍କ ପତ୍ନୀ, ପୁଅ ଓ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ପ୍ରାଥମିକ ତଦନ୍ତରୁ ପୋଲିସ ଆଶଙ୍କା କରୁଛି ଯେ, ୪ ଜଣଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି । ପୋଲିସ, CID ଓ ଡିଟେକ୍ଟିଭ୍ ବ୍ରାଞ୍ଚ ମିଳିତ ଭାବେ ମାମଲାର ଯାଞ୍ଚ କରୁଛନ୍ତି ।

ଏଥିସହ ପଢ଼ନ୍ତୁ: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଏବେ ‘ଆମେରିକାର ଅଞ୍ଚଳ’ ! ମ୍ୟାପ୍‌ ଶେୟାର କଲେ ଟ୍ରମ୍ପ 

ରିପୋର୍ଟ ଅନୁସାରେ, ରଙ୍ଗପୁର ସହରର ଦାସପାରା ଅଞ୍ଚଳରେ ଏହି ପରିବାର ରହୁଥିଲେ । ଶନିବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ୪ ଜଣଙ୍କ ମୃତଦେହ ମିଳିଛି । ମୃତକ ଅବସରପ୍ରାପ୍ତ ଶିକ୍ଷକ ଗଣପତି ଚକ୍ରବର୍ତ୍ତୀ (୬୫), ତାଙ୍କ ପତ୍ନୀ ପ୍ରୀତିଲତା ଚକ୍ରବର୍ତ୍ତୀ (୫୦), ଝିଅ ଆଗାମୀ ଚକ୍ରବର୍ତ୍ତୀ ପ୍ରାର୍ଥୀ (୨୩) ଓ ପୁଅ ପ୍ରିୟମ ଚକ୍ରବର୍ତ୍ତୀ ବୋଲି ଜଣାପଡ଼ିଛି ।

ରଙ୍ଗପୁର କୋତବାଲି ପୋଲିସ ହତ୍ୟାକାଣ୍ଡ ଘଟିଥିବା ନେଇ ସ୍ପଷ୍ଟ କରିଛି । CID ଦାୟିତ୍ଵରେ ଥିବା ସୁବୀର ଚୌଧୁରୀ କହିଛନ୍ତି, "ମାଆ ଓ ଝିଅଙ୍କ ମୃତଦେହ ଶିଡ଼ିରୁ ମିଳିଥିବା ବେଳେ ଗଣପତିଙ୍କ ମୃତଦେହ ଛାତ ଉପରେ ପଡ଼ିଥିଲା । ପୁଅର ମୃତଦେହ ଖଟ ତଳୁ ଉଦ୍ଧାର କରାଯାଇଛି ।"

ତଣ୍ଟି ଚିପି ହତ୍ୟା ଆଶଙ୍କା

CID ଅଧିକାରୀଙ୍କ ଅନୁସାରେ, ସମସ୍ତଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି । ଏହି ଘଟଣା ଗୁରୁବାର ରାତିରୁ ଶୁକ୍ରବାର ଭୋର୍ ସମୟ ମଧ୍ୟରେ ହୋଇ ଥାଇପାରେ । ତେବେ ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ପରେ ହିଁ ଜଣାପଡ଼ିବ ।

ଏଥିସହ ପଢ଼ନ୍ତୁ: ଭୂମିକମ୍ପରେ ଥରିଲା ଜାପାନ ୨୩ ଆହତ, ସବୁ ଟ୍ରେନ୍ ବନ୍ଦ 

ଗଣପତିଙ୍କ ସମ୍ପର୍କୀୟଙ୍କ ଅନୁସାରେ, ଗୁରୁବାର ରାତିରୁ ପରିବାରର ସମସ୍ତଙ୍କ ଫୋନ୍ ବନ୍ଦ ରହିଥିଲା । ପ୍ରୀତିଲତାଙ୍କ ସାନ ଭଉଣୀ ପୂଜା କହିଛନ୍ତି, "ଶେଷଥର ପାଇଁ ଗୁରୁବାର ଦିନ ସମୟରେ ଭଉଣୀଙ୍କ ସହ କଥା ହୋଇଥିଲି । ପରେ ଫୋନ୍ ସ୍ଵିଚ୍ ଅଫ୍ ଆସିବାରୁ ଶନିବାର ରାତିରେ ଯାଇ ଘରେ ପହଞ୍ଚିଥିଲୁ ।"

ଘରେ ପହଞ୍ଚିବା ବେଳକୁ ମୁଖ୍ୟ ଫାଟକ ବନ୍ଦ ରହିଥିଲା ଏବଂ ସମସ୍ତ ଲାଇଟ୍ ମଧ୍ୟ ବନ୍ଦ ଥିଲା । ପୋଲିସକୁ ସୂଚନା ଦେବା ପରେ ଯାଇ ତାଲା ଭାଙ୍ଗି ଘର ଭିତରକୁ ଯିବାରୁ ଭିନ୍ନ ଭିନ୍ନ ସ୍ଥାନରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲୁ ବୋଲି କହିଛନ୍ତି ପୂଜା । ଏବେ ପୋଲିସ ଛାନଭିନ୍ ଜାରି ରଖିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: