Videos
|
International

Donald Trump Strait of Hormuz / ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଏବେ ‘ଆମେରିକାର ଅଞ୍ଚଳ’ ! ମ୍ୟାପ୍‌ ଶେୟାର କଲେ ଟ୍ରମ୍ପ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଏବେ ‘ଆମେରିକାର ଅଞ୍ଚଳ’ ! ମ୍ୟାପ୍‌ ଶେୟାର କଲେ ଟ୍ରମ୍ପ
Strait of Hormuz

Key Points

ହର୍ମୁଜ୍‌କୁ ନେଇ ଟ୍ରମ୍ପଙ୍କ ବଡ଼ ଦାବି
ଶେୟାର କଲେ ମ୍ୟାପ୍‌
‘ହର୍ମୁଜ୍‌ ଆମେରିକାର ଅଞ୍ଚଳ’ ଦାବି
ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ବିବାଦ ଆହୁରି ବଢ଼ିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ନିଜ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍‌ ସୋସିଆଲ୍‌’ରେ ଏକ ପୋଷ୍ଟ କରି ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଆମେରିକାର ନୂଆ ଅଞ୍ଚଳ ବୋଲି ଦାବି କରିଛନ୍ତି । ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ ଉଭୟ ଦେଶ ମଧ୍ୟରେ ଚାଲିଥିବା ଭୂ-ରାଜନୈତିକ ଓ ଆର୍ଥିକ ବିବାଦ ଆହୁରି ତୀବ୍ର ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନେଇ ଟ୍ରମ୍ପଙ୍କ ଏଭଳି ଦାବି ପ୍ରଥମ ଥର ନୁହେଁ । ଅଗଷ୍ଟ ୧୮ ତାରିଖରେ ମଧ୍ୟ ସେ ଏହି ସମାନ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହା ପୂର୍ବରୁ ଅଗଷ୍ଟ ୧୪ ତାରିଖରେ ଲଙ୍ଗ୍‌ ଆଇଲ୍ୟାଣ୍ଡରେ ଟ୍ରମ୍ପ କହିଥିଲେ ଯେ ଆମେରିକା ଖୁବ୍‌ଶୀଘ୍ର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜ ଅଞ୍ଚଳ ଘୋଷଣା କରିବ ।

ସେପଟେ ଇରାନ୍‌ର ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ । ତେହରାନ୍‌ କହିଛି ଯେ ଆମେରିକା ନିଜ ଆଭିମୁଖ୍ୟ ପରିବର୍ତ୍ତନ ନକରିବା ପର୍ଯ୍ୟନ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଖୋଲାଯିବ ନାହିଁ । ଏହି ଜଳପଥକୁ ନେଇ ଦୁଇ ଦେଶର ମଧ୍ୟରେ ଚାଲିଥିବା ବିବାଦ ବିଶ୍ୱ ବାଣିଜ୍ୟ ଓ ତୈଳ ବଜାର ଉପରେ ମଧ୍ୟ ପ୍ରଭାବ ପକାଇପାରେ । କେବଳ ଏତିକି ନୁହେଁ ୱାଶିଂଟନ୍‌ ଇରାନ୍‌ ବିରୋଧରେ ନୂଆ ଏବଂ କଠୋର ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛି । ଆମେରିକାର ଟ୍ରେଜେରି ସେକ୍ରେଟାରୀ ସ୍କଟ୍‌ ବେସେଣ୍ଟ ଇରାନ୍‌ ବିରୋଧରେ ଇତିହାସର ସବୁଠାରୁ କଠୋର ପ୍ରତିବନ୍ଧକ ଘୋଷଣା କରିପାରନ୍ତି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଇରାନ୍‌ ଗୋଟିଏ ପଟେ ଆମେରିକାର ଚାପକୁ ବିରୋଧ କରୁଥିବା ବେଳେ ଅନ୍ୟପଟେ କୂଟନୈତିକ ଆଲୋଚନା ପାଇଁ ମଧ୍ୟ ସଙ୍କେତ ଦେଇଛି। ଇରାନ୍‌ର ରାଷ୍ଟ୍ରପତି ମସୁଦ୍‌ ପେଜେଶ୍କିଆନ୍‌ ଯୁଦ୍ଧ ଶେଷ କରିବା ପାଇଁ କୂଟନୈତିକ ସମାଧାନର ଆବଶ୍ୟକତା ଉପରେ ଜୋର୍‌ ଦେଇଛନ୍ତି। ଦେଶର ଶକ୍ତି ଓ ସମ୍ମାନ ବଜାୟ ରଖି ଯୁଦ୍ଧ ଶେଷ କରିବାକୁ ଇରାନ୍‌ ଚେଷ୍ଟା କରିବା ଉଚିତ ବୋଲି ସେ କହିଛନ୍ତି।

ଏପଟେ ଟ୍ରମ୍ପ ବାରମ୍ବାର ଅନ୍ୟ ଦେଶଗୁଡ଼ିକୁ ଇରାନ୍‌କୁ ସହାୟତା ନକରିବା ପାଇଁ ଚେତାବନୀ ଦେଉଛନ୍ତି। ହର୍ମୁଜ୍‌କୁ ଆମେରିକାର ଅଞ୍ଚଳ ବୋଲି ତାଙ୍କର ପୁନଃ ଦାବି ଏବଂ ଇରାନ୍‌ର ଏହାକୁ ଖୋଲିବାକୁ ମନା କରିବା ମଧ୍ୟରେ ଏବେ ବିବାଦ ଆହୁରି ବଢ଼ିଛି । ଆଗାମୀ ଦିନରେ ଏହି ବିବାଦ କେଉଁ ଦିଗକୁ ଯିବ ଏବଂ ଏହାର ପ୍ରଭାବ ବିଶ୍ୱ ତୈଳ ବଜାର ଓ ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ କେତେ ପଡ଼ିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।