Bangladesh Hindu violence / ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ପୁଣି ଜଣେ ହିନ୍ଦୁଙ୍କ ଘରେ ଲଗାଇ ଦେଲେ ନିଆଁ
·8 months ago·2 min read

Key Points
ଥମୁନି ଅତ୍ୟାଚାର
ବାଂଲାଦେଶରେ ହିନ୍ଦୁ ପରିବାର ଉପରେ ଆକ୍ରମଣ
ହିନ୍ଦୁଙ୍କ ଘରେ ଲଗାଇ ଦେଲେ ନିଆଁ
ବାଂଲାଦେଶରେ ହିନ୍ଦୁ ପରିବାର ଉପରେ ଆକ୍ରମଣ
ହିନ୍ଦୁଙ୍କ ଘରେ ଲଗାଇ ଦେଲେ ନିଆଁ
ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ । ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ଇସଲାମିକ କଟରପନ୍ଥୀମାନେ ପୁଣି ଥରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ଟାର୍ଗେଟ କରିଛନ୍ତି । ଏହି ମାସର ଆରମ୍ଭରେ ଯୁବ ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ଦେଶବ୍ୟାପୀ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଉ ଏସବୁ ମଧ୍ୟରେ ବାଂଲାଦେଶରେ ଆଉ ଏକ ସଂଖ୍ୟାଲଘୁ ହିନ୍ଦୁଙ୍କ ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା ଦକ୍ଷିଣ ବାଂଲାଦେଶର ପିରୋଜପୁର ସଦର ଉପଜିଲାର ପଶ୍ଚିମ ଡୁମରିଟୋଲା ଗାଁରେ ଘଟିଛି ।
ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଡିସେମ୍ବର ୨୭ ତାରିଖରେ ପିରୋଜପୁରର ଡୁମରିଟୋଲା ଗାଁରେ ଅଜ୍ଞାତ ଦୁର୍ବୃତ୍ତମାନେ ସାହା ପରିବାରର ଘରେ ନିଆଁ ଲଗାଇ ଦେଇଥିଲେ । ସନ୍ଦିଗ୍ଧମାନେ ଏକ କୋଠରୀ ଭିତରେ କପଡ଼ା ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଆଉ ଚାହୁଁଚାହୁଁ ଏହି ନିଆଁ ଶୀଘ୍ର ସାରା ଘରକୁ ବ୍ୟାପି ଯାଇଥିଲା ।
ବାଂଲାଦେଶୀ ଲେଖିକା ତସଲିମା ନସରିନ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ଲେଖିଛନ୍ତି, "ହିନ୍ଦୁ ବିରୋଧୀ ଜିହାଦୀମାନେ ପିରୋଜପୁରର ଡୁମରିଟୋଲା ଗାଁରେ ସାହା ପରିବାରର ପାଞ୍ଚଟି କୋଠରୀକୁ ପୋଡ଼ି ଦେଇଛନ୍ତି । ସମସ୍ତେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି ।
ସେ ଆହୁରି ଲେଖିଛନ୍ତି, " ଠିକ୍ ଏହି ପରି ଜିହାଦିମାନେ ରାଓଜାନର ଚଟୋଗ୍ରାମରେ ହିନ୍ଦୁ ଘର ପୋଡ଼ି ଦେଇଥିଲେ । ଦେଶର ସମସ୍ତ ହିନ୍ଦୁ ଘର ଏହିପରି ପୋଡ଼ି ଦେବେ କି ? ସେମାନେ ହିନ୍ଦୁମାନଙ୍କୁ ଜୀବନ୍ତ ଜାଳିବାକୁ ଚାହାଁନ୍ତି । ତେଣୁ ଲୋକମାନେ ଶୋଇଥିବା ସମୟରେ ସେମାନେ ନିଆଁ ଲଗାନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ସପ୍ତାହରେ ଅଜଣା ଆକ୍ରମଣକାରୀମାନେ ଦକ୍ଷିଣ-ପୂର୍ବ ବନ୍ଦର ନିକଟସହର ଚଟୋଗ୍ରାମରେ ଏକ ହିନ୍ଦୁ ଘର ପୋଡ଼ି ଦେବା ପରେ ଏହି ଘଟଣା ଘଟିଛି । ପରିବାର ସଦସ୍ୟମାନେ କହିଛନ୍ତି ଯେ ସେମାନେ ଭୋରରୁ ଦେଖିବାକୁ ପାଇଥିଲେ କି ତାଙ୍କ ଘରେ ନିଆଁ ଲାଗିଛି । ସେହିପରି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ ପାଞ୍ଚ ଦିନ ମଧ୍ୟରେ ରାଓଜାନର ତିନୋଟି ସ୍ଥାନରେ ସାତଟି ହିନ୍ଦୁ ପରିବାରର ଘରକୁ ପୋଡ଼ି ଦିଆଯାଇଛି ।
ଡିସେମ୍ବର ୧୨ ତାରିଖରେ, ଭାରତର ସମାଲୋଚକ ଜଣେ ପ୍ରମୁଖ ଛାତ୍ର ନେତା ଉସମାନ ହାଦିଙ୍କୁ ଅଜ୍ଞାତ ବନ୍ଧୁକଧାରୀମାନେ ମୁଣ୍ଡକୁ ଗୁଳି ମାରି ହତ୍ୟା କରିଥିଲେ । ଯାହାକୁ ନେଇ ବାଂଲାଦେଶରେ ଦେଶବ୍ୟାପୀ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏମିତିକି ମୈମନସିଂରେ ଏକ ଜନଗହଳି ଅଞ୍ଚଳରେ ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ନିର୍ମମ ଭାବରେ ପିଟି ପିଟି ହତ୍ୟା କରିଥିଲା । ତା'ପରେ ତାଙ୍କ ଶରୀରକୁ ପୋଡ଼ି ଦେଇଥିଲେ । ଏହାକୁ ବିଶ୍ବବ୍ୟାପୀ ପ୍ରତିବାଦ ହୋଇଥିଲା ।

Related Topics
Explore more stories