Bangladesh Hindu Killing / ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା, ୨୩ ବର୍ଷୀୟ ଚଞ୍ଚଲଙ୍କୁ ଜୀବନ୍ତ ଜାଳି ଦେଲେ !
·7 months ago·2 min read

Key Points
ସଂଖ୍ୟାଲଘୁ ହିନ୍ଦୁ ଉପରେ ନିର୍ମମ ଆକ୍ରମଣ
ଗ୍ୟାରେଜ ଭିତରେ ଯୁବକଙ୍କୁ ପୋଡ଼ି ହତ୍ୟା
ସିସିଟିଭିରେ ଧରାପଡ଼ିଲା ଘଟଣା
ଗ୍ୟାରେଜ ଭିତରେ ଯୁବକଙ୍କୁ ପୋଡ଼ି ହତ୍ୟା
ସିସିଟିଭିରେ ଧରାପଡ଼ିଲା ଘଟଣା
ବାଂଲାଦେଶରେ ପୁଣି ଜଣେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ହତ୍ୟା । ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ବିରୁଦ୍ଧରେ ହିଂସାର ଆଉ ଏକ ଗମ୍ଭୀର ମାମଲା ସାମ୍ନାକୁ ଆସିଛି । ନରସିଙ୍ଗଡି ପୋଲିସ ଲାଇନ୍ସ ସଂଲଗ୍ନ ମସଜିଦ ମାର୍କେଟ ଅଞ୍ଚଳରେ ୨୩ ବର୍ଷୀୟ ହିନ୍ଦୁ ଯୁବକ ଚଞ୍ଚଲ ଚନ୍ଦ୍ର ଭୌମିକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ଗ୍ୟାରେଜ୍ ଭିତରେ ଚଞ୍ଚଲଙ୍କୁ ଜୀବନ୍ତ ପୋଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି ।
ମୃତକ ଚଞ୍ଚଲ ଚନ୍ଦ୍ର ଭୌମିକ କୋମିଲ୍ଲା ଜିଲ୍ଲାର ଲକ୍ଷ୍ମୀପୁର ଗାଁର ବାସିନ୍ଦା ଥିଲେ । ସେ ବହୁ ବର୍ଷ ଧରି ନରସିଙ୍ଗଡିର ଏକ ଗ୍ୟାରେଜରେ କାମ କରୁଥିଲେ ଏବଂ କାମ ପାଇଁ ସେଠାରେ ରହୁଥିଲେ । ଚଞ୍ଚଲ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ ଥିଲେ ।
ପ୍ରତ୍ୟକ୍ଷଦର୍ଶୀ ଏବଂ ସ୍ଥାନୀୟ ସୂତ୍ର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଚଞ୍ଚଲ ଗ୍ୟାରେଜ ଭିତରେ ଶୋଇଥିବା ସମୟରେ, ଦୋକାନ ବାହାରେ ସଟରରେ ପେଟ୍ରୋଲ ଢାଳି ନିଆଁ ଲଗାଯାଇଥିଲା । ନିଆଁ ଶୀଘ୍ର ସମଗ୍ର ଗ୍ୟାରେଜରେ ବ୍ୟାପିଯାଇଥିଲା । ଘଟଣାର ଏକ ଭିଡିଓରେ ଜଣେ ବ୍ୟକ୍ତି ଦୋକାନ ବାହାରେ ନିଆଁ ଲଗାଇ ଦେଉଥିବା ଦେଖାଯାଇଛି, ଯାହା ପରେ ନିଆଁ ଶୀଘ୍ର ଭିତରେ ବ୍ୟାପି ଯାଇଥିଲା ।
ସ୍ଥାନୀୟ ବାସିନ୍ଦା ତୁରନ୍ତ ଅଗ୍ନିଶମ ସେବାକୁ ସୂଚନା ଦେଇଥିଲେ । ନରସିଙ୍ଗଡି ଅଗ୍ନିଶମ ସେବାର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଏକ ଘଣ୍ଟାର ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ । ନିଆଁ ଲିଭାଇବା ପରେ ଗ୍ୟାରେଜ ଭିତରୁ ଚଞ୍ଚଳ ଚନ୍ଦ୍ର ଭୌମିକଙ୍କ ପୋଡ଼ିଯାଇଥିବା ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଚଞ୍ଚଳ ଦୀର୍ଘ ସମୟ ଧରି ନିଆଁରେ ଜଳି ମୃତ୍ୟୁବରଣ କରିଥିଲେ । ପରିବାର ଏହି ଘଟଣାକୁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୋଷୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି । ଏହି ଘଟଣା ପରେ, ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି, ଯାହା ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ନେଇ ନୂତନ ଚିନ୍ତା ସୃଷ୍ଟି କରିଛି ।
ପୋଲିସ କହିଛି ଯେ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଇଛି, ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ମାମଲା ତଦନ୍ତ ଜାରି ରହିଛି ।
ଏହାରି ମଧ୍ୟରେ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟର ନେତାମାନେ ଏହି ନିର୍ମମ ହତ୍ୟାକାଣ୍ଡର ତୀବ୍ର ନିନ୍ଦା କରିଛନ୍ତି । ସେମାନେ ଦୋଷୀଙ୍କୁ ତୁରନ୍ତ ଚିହ୍ନଟ ଏବଂ ଗିରଫ କରିବାକୁ ଦାବି କରିଛନ୍ତି ଏବଂ ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କଡ଼ା ପଦକ୍ଷେପ ନେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ।

Related Topics
Explore more stories