Dipu Das Murder Case / ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଦାସ ହତ୍ୟାକାଣ୍ଡ: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ
·8 months ago·2 min read

Key Points
ଦୀପୁ ଦାସ ହତ୍ୟା ମାମଲା
ମୁଖ୍ୟ ଅଭିଯୁକ୍ତ ଗିରଫ
ଢାକା ପୋଲିସ ହାତରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ
ମୁଖ୍ୟ ଅଭିଯୁକ୍ତ ଗିରଫ
ଢାକା ପୋଲିସ ହାତରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ
ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଢାକା ପୁଲିସ। ଗିରଫ ମୁଖ୍ୟ ଅଭିଯୁକ୍ତ ୟାସିନ ଆରାଫାତ ଜଣେ ପୂର୍ବତନ ଶିକ୍ଷକ। ସେ ହିଁ ଭିଡ଼କୁ ଉସ୍କାଇବା ଓ ଆକ୍ରମଣକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଢାକା ପୁଲିସ କହିଛି।
ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ଯୁବକ ଦୀପୁ ଦାସଙ୍କ ନିର୍ମମ ଭାବେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଢାକା ପୋଲିସ୍ । ମୁଖ୍ୟ ଅଭିଯୁକ୍ତ ହେଉଛି ୟାସିନ ଆରାଫାତ । ସେ ଜଣେ ପୂର୍ବତନ ଶିକ୍ଷକ । ସେ ହିଁ ଦୀପୁ ଦାସଙ୍କୁ ହତ୍ୟା କରିଥିବା ଭିଡ଼କୁ ଉସ୍କାଇବା ଏବଂ ଆକ୍ରମଣକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ଢାକା ପୋଲିସ୍ କହିଛି । ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଚାଲିଥିବା ଅତ୍ୟାଚାର ମଧ୍ୟରେ ଏହି ଘଟଣା ବାଂଲାଦେଶ ପାଇଁ ବିଶ୍ୱସ୍ତରୀୟ ସମାଲୋଚନା ଆଣିଥିଲା ।
ସୂଚନା ଅନୁସାରେ, ଡିସେମ୍ବର ୧୮, ୨୦୨୫ରେ ବାଂଲାଦେଶର ମୈମନସିଂ ଜିଲ୍ଲାରେ ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ସଂଖ୍ୟାଲଘୁ ଶ୍ରମିକ ଦୀପୁ ଚନ୍ଦ୍ର ଦାସଙ୍କୁ କାରଖାନା ସୁପରଭାଇଜର ବଳପୂର୍ବକ ଚାକିରିରୁ ବହିଷ୍କାର କରି ଏକ ମୌଳବାଦୀ ଭିଡ଼କୁ ହସ୍ତାନ୍ତର କରିଥିଲେ । ତା'ପରେ ହିଂସାତ୍ମକ ଭିଡ଼ ତାଙ୍କୁ ନିର୍ମମ ଭାବରେ ପିଟି ହତ୍ୟା କରିଥିଲା, ତାଙ୍କ ମୃତଦେହକୁ ଗଛରେ ଝୁଲାଇ ନିଆଁ ଲଗାଇ ଦେଇଥିଲା। ଜଣେ ସହକର୍ମୀ ମଧ୍ୟ ଦୀପୁଙ୍କ ହତ୍ୟାରେ ସାମିଲ ଥିବା ଅଭିଯୋଗ ହୋଇଛି ।
ଦୀପୁଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଆରାଫତ ଫେରାର୍ ଥିଲା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାଂଲାଦେଶୀ ପୋଲିସ କହିଛି ଯେ ମୁଖ୍ୟ ଅଭିଯୁକ୍ତ ୟାସିନ ଆରାଫାତ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ପରେ ଅଞ୍ଚଳରୁ ପଳାଇ ଯାଇଥିଲା ଏବଂ ଆତ୍ମଗୋପନ କରିଥିଲା । ପୋଲିସ ତାଙ୍କୁ ଗୁରୁବାର ଗିରଫ କରିଛି ।
ଅଧିକାରୀଙ୍କ କହିବା ଅନୁସାରେ, ଆରାଫାତ ଏହି ଆକ୍ରମଣର ଷଡ଼ଯନ୍ତ୍ର କରିଥିଲେ, ଅନ୍ୟମାନଙ୍କୁ ଏକାଠି ହୋଇ ଦାସଙ୍କୁ ଟାର୍ଗେଟ କରିବାକୁ ପ୍ରୋତ୍ସାହିତ କରିଥିଲେ। ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସେ ଜଣେ ପରିଚିତ ବ୍ୟକ୍ତି ହୋଇଥିବାରୁ ତାଙ୍କ ନେତୃତ୍ୱରେ ଏକ ବଡ଼ ଭିଡ଼ ଏକାଠି ହୋଇଯାଇଥିଲା।
ବାଂଲାଦେଶୀ ପୋଲିସ ଆହୁରି କହିଛି ଯେ ଆରାଫାତ କେବଳ ଭିଡ଼କୁ ଉସ୍କାଇ ନଥିଲେ ବରଂ ଦୀପୁଙ୍କୁ ବ୍ୟକ୍ତିଗତ ଭାବରେ ଏକ ଛକକୁ ଟାଣି ନେଇଥିଲେ, ଯେଉଁଠାରେ ତାଙ୍କୁ ଗଛରେ ଝୁଲାଇ ନିଆଁ ଲଗାଇ ଦିଆଯାଇଥିଲା ।

Related Topics
Explore more stories