Videos
|
International

Measles Outbreak / ମିଳିମିଳାରେ ୧୨୦୦ ଜୀବନ ଯିବା ପରେ ମନ୍ତ୍ରୀ କହିଲେ, 'ମୋତେ ଫା*ଶୀ ଦେଇଦିଅ...'

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମିଳିମିଳାରେ ୧୨୦୦ ଜୀବନ ଯିବା ପରେ ମନ୍ତ୍ରୀ କହିଲେ, 'ମୋତେ ଫା*ଶୀ ଦେଇଦିଅ...'
Vaccine Shortage Raises Concerns

Key Points

ମିଳିମିଳାରେ ଏବେ ସୁଦ୍ଧା ୧୨୦୦ରୁ ଅଧିକ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛୁଆ ରହିଛନ୍ତି । ଦେଶରେ ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିବା ବେଳେ ତେଜିଛି ରାଜନୀତି ।
ଢାକା: ବାଂଲାଦେଶରେ ମିଳିମିଳା ସଂକ୍ରମଣ ଭୟଙ୍କର ରୂପ ନେଇଛି । ଏହି ସଂକ୍ରାମକ ରୋଗରେ ଏବେ ସୁଦ୍ଧା ୧୨୦୦ରୁ ଅଧିକ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛୁଆ ରହିଛନ୍ତି । ଦେଶରେ ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିବା ବେଳେ ତେଜିଛି ରାଜନୀତି ।

ଦେଶରେ ମିଳିମିଳା ମୃତ୍ୟୁ ପାଇଁ ବାଂଲାଦେଶ ସ୍ଵାସ୍ଥ୍ୟ ମନ୍ତ୍ରୀ ସରଦାର ମୋହମ୍ମଦ ସଖାୱତ ହୁସୈନ ନିଜକୁ ଦାୟୀ କରିଛନ୍ତି । ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସ୍ଵାସ୍ଥ୍ୟ ମନ୍ତ୍ରୀ ନିଜକୁ ଫାଶୀ ଦଣ୍ଡଦେବାକୁ କହିଛନ୍ତି ।

ବାଂଲାଦେଶ ସ୍ଵାସ୍ଥ୍ୟ ମନ୍ତ୍ରୀ ସରଦାର ମୋହମ୍ମଦ ସଖାୱତ ହୁସୈନ କହିଛନ୍ତି, "ଏହା ମୋ ଦାୟିତ୍ଵ ଅଟେ । ମୋତେ ଫାଶୀ ଦେଇଦିଅ । ସ୍ଥିତି ନିୟନ୍ତ୍ରଣ ଲାଗି ମୁଁ ଯଥାସମ୍ଭବ ପ୍ରୟାସ କରିଛି । ଏହା ଆମ ସରକାରର ବିଫଳତା ନୁହେଁ ।"

କେଉଁଠୁ ଆସୁଛି ଭ୍ୟାକ୍ସିନ୍ ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ବାଂଲାଦେଶର ସ୍ଵାସ୍ଥ୍ୟମନ୍ତ୍ରୀ ଟିକା ଯୋଗାଣକୁ ନେଇ କରାଯାଉଥିବା ଦାବିକୁ ଅଗ୍ରାହ୍ୟ କରି ଦେଇଛନ୍ତି । ସେ କହିଛନ୍ତି, "ମାତ୍ର ୮ ପ୍ରତିଶତ ଭ୍ଯାକ୍ସିନ୍ ଭାରତରୁ ଆସୁଛି । ବାକି ଟିକା ଜର୍ମାନୀ, ଜାପାନ, ଅଷ୍ଟ୍ରେଲିଆ, ବ୍ରିଟେନ୍, ଦକ୍ଷିଣ କୋରିଆ ଓ ଇଣ୍ଡୋନେସିଆରୁ ଅଣାଯାଉଛି ।"

ଆମଦାନୀ କରାଯାଇଥିବା ଟିକା ଗୁଡ଼ିକର ଯାଞ୍ଚ କରୁଛି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO) ଏବଂ ନମୁନା UNICEFକୁ ଦିଆଯାଇଛି । ମିଳିମିଳା ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ଶିଶୁଙ୍କ ବୟସ ୬ ମାସରୁ କମ୍ ହୋଇଥିବା ବେଳେ ସେମାନଙ୍କୁ ଟିକା ଦିଆଯାଇ ନଥିବା ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ।

ଏଥିସହ ପଢ଼ନ୍ତୁ: ଷ୍ଟିଲ୍ ପ୍ଳାଣ୍ଟରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ; ଚାଲିଗଲା ୧୬ ଜୀବନ 

ୟୁନୁସ ସରକାର ଦାୟୀ

ଅନ୍ୟପଟେ ବାଂଲାଦେଶରେ ମିଳିମିଳା ମୃତ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ସରକାର ପୂର୍ବତନ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଦାୟୀ କରିଛନ୍ତି । ସ୍ଵାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଏମଏ ମୁହିତ, ୟୁନୁସ ପ୍ରଶାସନକୁ ଦାୟୀ କରି କହିଛନ୍ତି "ଅବହେଳା କାରଣରୁ ଦେଶବ୍ୟାପି ସମୟରେ ଟିକାକରଣ ଅଭିଯୋଗ ହୋଇନଥିଲା ଏବଂ ଜରୁରୀ ଷ୍ଟକ ସରି ଯାଇଥିଲା ।"

ସେ ଆହୁରି କହିଛନ୍ତି, "ତଦନ୍ତରୁ ଜଣାପଡ଼ିଛି ୨୦୨୪ ଶେଷ କିମ୍ବା ୨୦୨୫ ଆରମ୍ଭର ହେବାକୁ ଥିବା ଦେଶବ୍ୟାପି ଟିକାକରଣ ଅଭିଯାନକୁ ତତ୍କାଳୀନ ସରକାର କରି ନଥିଲେ । ଏପରିକି ଜରୁରୀ ଭ୍ୟାକ୍ସିନ୍ ଗଚ୍ଛିତ ମଧ୍ୟ ନଥିଲା ।"

୨୦୨୦ ପରେ ଦେଶରେ ବଡ଼ ମାତ୍ରାରେ ଟୀକାକରଣ କରାଯାଇ ନାହିଁ । ୨୦୨୪ରେ ରାଜନୈତିକ ଅସ୍ଥିରତା ପାଇଁ ଟୀକାକରଣ ଅଭିଯାନ ବନ୍ଦ ରହିଥିଲା । ଏହି ମାମଲାର ଯାଞ୍ଚ ପାଇଁ ବାଂଲାଦେଶ ସରକାର ୩ ଜଣିଆ ସଦସ୍ୟଙ୍କ ଏକ କମିଶନ ଗଠନ କରିଛନ୍ତି ।

ବାଂଲାଦେଶ ସ୍ଵାସ୍ଥ୍ୟସବା ନିର୍ଦ୍ଦେଶାଳୟ ଅନୁସାରେ, ନଭେମ୍ବର ୯ ସୁଦ୍ଧା ୧୨୮୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ମଧ୍ୟରୁ ୧୦୫ ଜଣଙ୍କ ମୃତ୍ୟୁ ମିଳିମିଳାରୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ୧୧୭୯ ମାମଲା ସନ୍ଦିଗ୍ଧ ରହିଛି । ଦେଶରେ ଏବେ ସୁଦ୍ଧା ମିଳିମିଳାର ୨.୪ ଲକ୍ଷରୁ ଅଧିକ ସନ୍ଦିଗ୍ଧ ମାମଲା ଆସିଛି । ଯେଉଁଥିରୁ ୨୪ ହଜାର ୫୨୩ଟି ମାମଲା ମିଳିମିଳା ବୋଲି ସ୍ପଷ୍ଟ ହୋଇଛି ।