Factory Fire / ଷ୍ଟିଲ୍ ପ୍ଳାଣ୍ଟରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ; ଚାଲିଗଲା ୧୬ ଜୀବନ
·1 hour ago·2 min read

Key Points
- ତୁର୍କୀର ଏକ ଇସ୍ପାତ କାରଖାନାରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ
- ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ, ୧୩ରୁ ଅଧିକ ଆହତ
- ବୟଲର ପରିବର୍ତ୍ତନ ବେଳେ ହଠାତ୍ ଖସି ପଡ଼ିଲା କ୍ରେନ୍
- ଦୁର୍ଘଟଣା ସମୟରେ କାରଖାନାରେ ଥିଲେ ୨୦୦ ଶ୍ରମିକ
ନୂଆଦିଲ୍ଲୀ: ବିସ୍ଫୋରଣ ପରେ ବଡ଼ ଧରଣର ଅଗ୍ନିକାଣ୍ଡ । ୧୬ ଜଣଙ୍କ ମୃତ୍ୟୁ, ୧୩ରୁ ଅଧିକ ଗୁରୁତର ଆହତ । ପଶ୍ଚିମ ତୁର୍କୀର ଇଜମୀରରେ ଥିବା ଏକ ଇସ୍ପାତ କାରଖାନାରେ ଭୟାବହ ବିସ୍ଫୋରଣ ପରେ ଭୀଷଣ ନିଆଁ ଲାଗିଛି । ଅଗ୍ନିକାଣ୍ଡ ସମୟରେ କାରଖାନାରେ ପ୍ରାୟ ୨୦୦ ଜଣ ଶ୍ରମିକ ଥିଲେ ।
ମିଳିଥିବା ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ରୁ ଅଧିକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ନେଇ ଇଜମୀର ପ୍ରଦେଶର ରାଜ୍ୟପାଳ ସୁଲେମାନ ଏଲ୍ବନ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, "ଏହି ବିସ୍ଫୋରଣ ଏଲିଆୟଗା ଅଞ୍ଚଳରେ ଥିବା ହବାସ ପ୍ଳାଣ୍ଟରେ ଦ୍ଵି ପ୍ରହର ପ୍ରାୟ ୧୨ଟା ବେଳେ ଘଟିଛି । କାରଖାନାରେ ବୟଲର ପରିବର୍ତ୍ତନ ବେଳେ ହଠାତ୍ ଗୋଟିଏ କ୍ରେନ୍ ଖସି ପଡ଼ି ନିଆଁ ଉପରେ ପଡ଼ିଥିଲା । ଫଳରେ ନିକଟରେ ଥିବା ଷ୍ଟିଲ୍ ବିସ୍ଫୋରଣ ହେବା ସହ ନିଆଁ ଲାଗି ଯାଇଥିଲା ।"
ଇଜମୀର ପ୍ରଦେଶର ରାଜ୍ୟପାଳ ସୁଲେମାନ ଏଲ୍ବନଙ୍କ ଅନୁସାରେ, କାରଖାନାରେ ବୟଲର୍ ପରିବର୍ତ୍ତନ ଲାଗି ଉତ୍ପାଦନ ବନ୍ଦ କରାଯାଇଥିଲା । ତେଣୁ ସାମାନ୍ୟ ୩୦୦ ଶ୍ରମିକଙ୍କ ପରିବର୍ତ୍ତେ ଘଟଣା ସମୟରେ କାରଖାନାରେ ପ୍ରାୟ ୨୦୦ ଜଣ ଶ୍ରମିକ ଉପସ୍ଥିତ ଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ହ୍ୱାଇଟ୍ ହାଉସ୍ରେ ହାଇଆଲର୍ଟ, କାର୍ ଧକ୍କା ପରେ ସିକ୍ରେଟ୍ ସର୍ଭିସ୍ ଅଧିକାରୀଙ୍କ ସହ ଡ୍ରାଇଭରଙ୍କ ମାରପିଟ୍
ରାଷ୍ଟ୍ରପତି ଦେଲେ ତଦନ୍ତ ନିର୍ଦ୍ଦେଶ
ଏହି ଦୁର୍ଘଟଣାକୁ ନେଇ ତୁର୍କୀରେ କ୍ୟାବିନେଟ୍ ବୈଠକ ବସିଛି । ରାଷ୍ଟ୍ରପତି ରେସିପ ତଇପ୍ ଏର୍ଡୋଗାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ବିସ୍ଫୋରଣର ନ୍ୟାୟିକ ଓ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ଦୁଃଖଦ ଅଘଟଣର କାରଣ, ପରିସ୍ଥିତି ଓ ଏଥିପାଇଁ କିଏ ଦାୟୀ ତାକୁ ଶୀଘ୍ର ହିଁ ଧରାଯିବ ।"
ଗୃହ ମନ୍ତ୍ରୀ ମୁସ୍ତଫା ସିପ୍ତଚୀ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, "ଜରୁରୀକାଳୀନ ଟିମ୍ ନିଆଁକୁ ଆୟତ୍ତ କରିବା ସହ ପ୍ରଭାବିତଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛି । ଆହତଙ୍କୁ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।"
ନ୍ୟାୟ ମନ୍ତ୍ରୀ ଏକିନ ଗୁରଲେକ କହିଛନ୍ତି, "ମାମଲାର ଯାଞ୍ଚ ପାଇଁ ୪ ଜଣ ସରକାରୀ ଓକିଲଙ୍କୁ ଦାୟିତ୍ଵ ଦିଆଯାଇଛି ।" ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଅଘଟଣ ପରେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଅଘଟଣ ସମୟରେ କାରଖାନାରେ ଉପସ୍ଥିତ ଜଣେ ଶ୍ରମିକ ନୁରୀ ଅଲୀ ଉଲ୍କର କହିଛନ୍ତି, "ଭୂଇଁ ଥରିଥିଲା, ବହୁତ ବଡ଼ ବିସ୍ଫୋରଣ ଥିଲା ।" ଆଉ ଜଣେ କହିଛନ୍ତି- ବିସ୍ଫୋରଣ ଏତେ ଶକ୍ତଶାଳୀ ଥିଲା ଯେ, ଲାଗୁଥିଲା ପାଦ ତଳୁ ମାଟି ଖସି ଯାଉଛି । ଯେମିତି ଭୂମିକମ୍ପ ଆସୁଛି ।