|
logo
Live

Argus News - ହସିନାଙ୍କ ବିରୋଧରେ ରାୟ ଆସିବା ପୂର୍ବରୁ ପୁଣି ଜଳୁଛି ବାଂଲାଦେଶ

International

Sheikh Hasina / ହସିନାଙ୍କ ବିରୋଧରେ ରାୟ ଆସିବା ପୂର୍ବରୁ ପୁଣି ଜଳୁଛି ବାଂଲାଦେଶ

Ritu Das
Browse all articles by Ritu Das
·4 months ago·2 min read
ହସିନାଙ୍କ ବିରୋଧରେ ରାୟ ଆସିବା ପୂର୍ବରୁ ପୁଣି ଜଳୁଛି ବାଂଲାଦେଶ

Key Points

  • ପୋଲିସ ଉପରେ ଆକ୍ରମଣ କଲେ ଏନକାଉଣ୍ଟର କରିବାକୁ ଉପରୁ ଆଦେଶ
  • ଢାକାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
  • ପୁଣି ଅଶାନ୍ତ ବାଂଲାଦେଶ

ବାଂଲାଦେଶରେ ହାଇଆଲର୍ଟ ଜାରି। ଆଜି ଆୱାମୀ ଲିଗ ନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ରାୟ ପ୍ରକାଶ ପାଇବ। ଏହି ରାୟ ପୂର୍ବରୁ ଜଳୁଛି ବାଂଲାଦେଶ। ଏନେଇ ଦେଶରେ ବନ୍ଦ ଡାକରା ଦେଇଛନ୍ତି ତାଙ୍କ ଦଳର ନେତା। ଆଉ ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଉତ୍ତେଜନା ବଢିବାର ଆଶଙ୍କା ଦେଖାଦେଉଥିବାରୁ ସମସ୍ତ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT-BD) ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅନୁପସ୍ଥିତିରେ ଚାଲିଥିବା ମାମଲାର ଶୁଣାଣି ପରେ ତାଙ୍କ ବିରୋଧରେ ଆଜି ରାୟ ଦେବେ।

ଏହାସହ ପଢ଼ନ୍ତୁ: ଶେଖ୍ ହାସିନା ବାଂଲାଦେଶ ଫେରିବା ପାଇଁ ଏକ ବଡ଼ ସର୍ତ୍ତ ରଖିଛନ୍ତି, "ମୁଁ କ୍ଷମତା ଚାହେଁ ନାହିଁ", କିନ୍ତୁ...


ICT-BD ପବ୍ଲିକ ପ୍ରସିକ୍ୟୁଟର ଗାଜି ଏମ.ଏଚ. ତମିମ କହିଛନ୍ତି, “ଆମେ ଶେଖ ହସିନାଙ୍କ ପାଇଁ ସର୍ବାଧିକ ସମ୍ଭାବ୍ୟ ଦଣ୍ଡ ଦାବି କରିଛୁ। ଏହା ବ୍ୟତୀତ, ଆମେ ଦୋଷୀଙ୍କ ସମ୍ପତ୍ତି ଜବତ କରିବାକୁ ଅନୁରୋଧ କରିଛୁ ଯାହା ଦ୍ଵାରା ଏହା ସହିଦ ଏବଂ ଆହତ ପୀଡିତଙ୍କ ପରିବାରକୁ ବଣ୍ଟନ କରାଯାଇପାରିବ (ଗତ ବର୍ଷର ହିଂସାତ୍ମକ ରାସ୍ତା ପ୍ରତିବାଦର)।”

ଅନ୍ୟପଟେ 30 ଦିନ ଭିତରେ ତାଙ୍କୁ ଆତ୍ମସମର୍ପଣ ବା ଗିରଫ କରିବାକୁ ଦାବି କରାଯାଇଛି। ଏହା ଉଲ୍ଲେଖ ଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଶେଖ ହସିନାଙ୍କ ଦଳ, ଆୱାମୀ ଲିଗର କର୍ମୀମାନେ ଦେଶବ୍ୟାପୀ ବନ୍ଦ ଡାକରା ଦେଇଥିଲେ। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆୱାମୀ ଲିଗ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇବା ସତ୍ତ୍ୱେ, କର୍ମୀମାନେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଲୋକଙ୍କୁ ଏକତ୍ରିତ କରିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷେ ହିଂସାକାଣ୍ଡ ଘଟାଉଥିବା ବ୍ୟକ୍ତିଙ୍କ ଉପରେ ଗୁଳି ଚାଳନା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ଉପରେ ଆକ୍ରମଣ କଲେ ଏନକାଉଣ୍ଟର କରିବାକୁ ଉପରୁ ଆଦେଶ ରହିଛି । ତେଣୁ ଢାକାରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିବା ପୋଲିସ ମୁଖ୍ୟ ସେଖ ମହମ୍ମଦ ସଜ୍ଜାଦ ଅଲ୍ଲୀ କହିଛନ୍ତି। 

ଏହାସହ ପଢ଼ନ୍ତୁ: ପାକିସ୍ତାନରେ ବିସ୍ଫୋରଣ ପରେ ଭୟରେ ଶ୍ରୀଲଙ୍କା ଦଳ ! ଘରକୁ ଫେରୁଛନ୍ତି ଖେଳାଳି


ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ଦୃଷ୍ଟିରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବାହିନୀ ମୁତୟନ କରାଯାଉଛି। ଢାକା ସମେତ ଚାରୋଟି ଜିଲ୍ଲାରେ ସୀମା ସୁରକ୍ଷା ବାଂଲାଦେଶ (BGB) କର୍ମଚାରୀମାନଙ୍କୁ ମୁତୟନ କରାଯାଇଛି।ହିଂସାତ୍ମକ ଘଟଣା ଘଟିପାରେ ବୋଲି ଆଶଙ୍କା କରି ଅନ୍ତରୀଣ ସରକାର ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି।

କେଉଁ ଆରୋପ ହାସିନାଙ୍କ ନାମରେ ରହିଛି: ଶେଖ ହାସିନାଙ୍କୁ ବିରୋଧ କରି ଦେଶରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନରେ ଅନେକ ଛାତ୍ରଙ୍କ ଜୀବନ ଯାଇଥିଲା। ପାଖାପାଖି ହଜାରରୁ ଅଧିକ ଜଣଙ୍କ ଜୀବନ ଯାଇଥିଲା। ଆଉ ଏହି ସମସ୍ତ ଛାତ୍ରଙ୍କ ମୃତ୍ୟୁ ମାମଲା ନେଇ ହାସିନାଙ୍କ ବିରୋଧରେ ଏକ କେସ ଫାଇଲ କରାଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sheikh Hasina: ହସିନାଙ୍କ ବିରୋଧରେ ରାୟ ଆସିବା ପୂର୍ବରୁ ପୁଣି ଜଳୁଛି ବାଂଲାଦେଶ | Argus News