|
logo
Live

Argus News - ପାକିସ୍ତାନରେ ବିସ୍ଫୋରଣ ପରେ ଭୟରେ ଶ୍ରୀଲଙ୍କା ଦଳ ! ଘରକୁ ଫେରୁଛନ୍ତି ଖେଳାଳି

International

Pakistan Blast / ପାକିସ୍ତାନରେ ବିସ୍ଫୋରଣ ପରେ ଭୟରେ ଶ୍ରୀଲଙ୍କା ଦଳ ! ଘରକୁ ଫେରୁଛନ୍ତି ଖେଳାଳି

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ପାକିସ୍ତାନରେ ବିସ୍ଫୋରଣ ପରେ ଭୟରେ ଶ୍ରୀଲଙ୍କା ଦଳ ! ଘରକୁ ଫେରୁଛନ୍ତି ଖେଳାଳି

Key Points

ପାକିସ୍ତାନରେ ବିସ୍ଫୋରଣ ପରେ ଭୟରେ ଶ୍ରୀଲଙ୍କା ଟିମ୍ । ଘରକୁ ଫେରୁଛନ୍ତି ଶ୍ରୀଲଙ୍କା ଖେଳାଳି । ରଦ୍ଦ ହୋଇପାରେ ଦିନିକିଆ ସିରିଜ୍‌ ।
ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ଏକଦିବସୀୟ ମ୍ୟାଚ୍‌ ବାତିଲ ହୋଇପାରେ । ଏହାର କାରଣ ହେଉଛି ପାକିସ୍ତାନ ରାଜଧାନୀ ଇସଲାମାବାଦରେ ହୋଇଥିବା ବୋମା ବିସ୍ଫୋରଣ । ଯେଉଁଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ତେବେ ଏହି ବୋମା ବିସ୍ଫୋରଣ ପରେ ଆତଙ୍କିତ ହୋଇପଡ଼ିଛି ଶ୍ରୀଲଙ୍କା ଦଳ । ସୁରକ୍ଷା ଦୃଷ୍ଟିରୁ ଗୁରୁବାର ୮ ଜଣ ଶ୍ରୀଲଙ୍କା ଖେଳାଳି ସ୍ୱଦେଶ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ଶୁକ୍ରବାର ରାୱଲପିଣ୍ଡିରେ ହେବାକୁ ଥିବା ସିରିଜର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ବାତିଲ କରାଯାଇପାରେ ।

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୂତ୍ର ଅନୁଯାୟୀ, "ରାୱଲପିଣ୍ଡି ଏବଂ ଇସଲାମାବାଦ ନିକଟତର ହୋଇଥିବାରୁ ଖେଳାଳିମାନେ ସେମାନଙ୍କର ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ଏବଂ ସ୍ବଦେଶ ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଯେଉଁ ଖେଳାଳି ସ୍ବଦେଶ ଫେରିବେ ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିମାନଙ୍କୁ ପାକିସ୍ତାନ ପଠାଯିବ, ଯାହାଦ୍ବାରା ସିରିଜର ବାକି ମ୍ୟାଚ୍ ଖେଳାଯାଇପାରିବ।"

ଅଧିକ ପଢ଼ନ୍ତୁ: IPL ୨୦୨୬ ପୂର୍ବରୁ ବଡ଼ ପରିବର୍ତ୍ତନ, ନିଜ ଅଧିନାୟକଙ୍କୁ ଛାଡିପାରେ ଏହି ୩ ଫ୍ରାଞ୍ଚାଇଜ୍‌ !

ଇସଲାମାବାଦରେ ହୋଇଥିବା ଆକ୍ରମଣ ଶ୍ରୀଲଙ୍କା କ୍ରିକେଟ୍ ଦଳକୁ ୨୦୦୯ ଆତଙ୍କବାଦୀ ଘଟଣାର ମନେ ପକାଇ ଦେଇଛି। ୨୦୦୯ ମସିହାରେ ଲାହୋରର ଗଦ୍ଦାଫି ଷ୍ଟାଡିୟମ ବାହାରେ ଆତଙ୍କବାଦୀମାନେ ଶ୍ରୀଲଙ୍କା ଦଳ ବସ୍ ଉପରେ ଆକ୍ରମଣ କରିଥିଲେ। ସେହି ଆକ୍ରମଣରେ ଅଧିନାୟକ ମାହେଲା ଜୟବର୍ଦ୍ଧନେ, ଅଜନ୍ତା ମେଣ୍ଡିସ୍ ଏବଂ ଚାମିଣ୍ଡା ଭାସଙ୍କ ସମେତ ଅନେକ ଖେଳାଳି ଆହତ ହୋଇଥିଲେ । ସେହିପରି ଶ୍ରୀଲଙ୍କା ଦଳର ସୁରକ୍ଷାରେ ଥିବା ଅନେକ ପାକିସ୍ତାନୀ ସୁରକ୍ଷା କର୍ମୀ ନିହତ ହୋଇଥିଲେ । ସେହି ଆତଙ୍କବାଦୀ ଆକ୍ରମଣ ପରେ ପରବର୍ତ୍ତୀ ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ବିଦେଶୀ ଦଳ ପାକିସ୍ତାନ ଗସ୍ତ କରି ନଥିଲା। ପାକିସ୍ତାନ ୟୁଏଇରେ ଏହାର ମ୍ୟାଚ୍ ଖେଳୁଥିଲା । ୨୦୧୯ରେ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲା, ଯାହା ବିଦେଶୀ ଦଳଗୁଡ଼ିକୁ ପୁଣି ଥରେ ଖେଳିବା ପାଇଁ ପଥ ଖୋଲି ଦେଇଥିଲା । ଆଉ ଏବେ ହୋଇଥିବା ଆକ୍ରମଣ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ ଆୟୋଜନ ଉପରେ ପୁଣି ଥରେ ପ୍ରଶ୍ନ ଉଠାଇଛି ।

ସେହିପରି ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପରେ ଏକ ତ୍ରିକୋଣୀୟ ଟି-୨୦ ସିରିଜ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀଲଙ୍କା-ପାକିସ୍ତାନ-ଜିମ୍ବାଓ୍ବେକୁ ଟି-୨୦ ସିରିଜ୍‌ ଖେଳାଯିବ । କିନ୍ତୁ ଇସଲାମାବାଦରେ ବିସ୍ଫୋରଣ ଏହି ତ୍ରିକୋଣୀୟ ଟି-୨୦ ସିରିଜ୍ ବାତିଲ ହେବାର ଆଶଙ୍କା ବଢ଼ାଇ ଦେଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakistan Blast: ପାକିସ୍ତାନରେ ବିସ୍ଫୋରଣ ପରେ ଭୟରେ ଶ୍ରୀଲଙ୍କା ଦଳ ! ଘରକୁ ଫେରୁଛନ୍ତି ଖେଳାଳି | Argus News