Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଚାଲିଗଲେ ସୁନ୍ଦରୀ ବାଇକବାଲୀ ତାତ୍ୟାନା ଓଜୋଲିନା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଚାଲିଗଲେ ସୁନ୍ଦରୀ ବାଇକବାଲୀ ତାତ୍ୟାନା ଓଜୋଲିନା

ଅର୍ଗସ ବ୍ୟୁରୋ : ଚାଲିଗଲେ ସୁନ୍ଦରୀ ବାଇକବାଲୀ ତାତ୍ୟାନା ଓଜୋଲିନା । ୩୮ ବର୍ଷ ବୟସରେ ବାଇକ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଯାଇଛି । ଓଜୋଲିନା ହେଉଛନ୍ତି ଋଷିଆର ଫେମସ ବାଇକ ରାଇଡର ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନସର । ସେ 'ମୋଟୋ ତାନ୍ୟା' ଭାବେ ସୋସିଆଲ ମିଡିଆରେ ପରିଚିତ । ବାଇକ ରାଇଡ କରିବାକୁ ପସନ୍ଦ କରନ୍ତି ଓଜୋଲିନା । ସେଦିନ ମୁଗଲାରୁ ବୋରୋଡମ ମଧ୍ୟରେ ଯାତ୍ରା କରୁଥିଲେ ଓଜୋଲିନା । ସେ ନିଜର ନାଲି ବିଏମଡବଲ୍ୟୁ S1000RR 2015 ଧରି ଯାଉଥିଲେ । ଏହି ସମୟରେ ଆଉ ଏକ ବାଇକ ଚଲାଳୀ ଗୋଷ୍ଠୀଙ୍କ ସହ ତାଙ୍କ ଗାଡିର ଧକ୍କା ହୋଇଥିଲା । ସେମାନେ ହଠାତ୍ ବ୍ରେକ ମାରିଥିଲେ, କିନ୍ତୁ ମିସେସ ଓଜୋଲିନା ନିଜକୁ କଣ୍ଟ୍ରୋଲ କରିପାରିନଥିଲେ । ଏବଂ ସେହିଠାରେ ସେ ଏକ ଟ୍ରକ ସହ ନିଜ ଗାଡିକୁ ପିଟି ଦେଇଥିଲେ । ଆମ୍ବୁଲାନ୍ସ ସେଠାରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ସମୃତ୍ୟୁ ହୋଇ ଯାଇଥିଲା । 

ଅଧିକ ପଢନ୍ତୁ ବିଦେଶ ଖବର

ମିସେସ ଓଜୋଲିନା ଜଣେ ବ୍ଲଗର ଅଟନ୍ତି । ତାଙ୍କର ଇନଷ୍ଟାଗ୍ରାମରେ ୧ ମିଲିଅନ ଫଲୋର୍ସ ଥିବାବେଳେ ୟୁଟ୍ୟୁବରେ ୨ ମିଲିଅନ ଫଲୋର୍ସ ଅଟନ୍ତି । ସେ ବିବାହିତା, ଏବଂ ତାଙ୍କର ୧୩ ବର୍ଷର ପୁଅଟିଏ ମଧ୍ୟ ଅଛି। ତାଙ୍କର ମୃତ୍ୟୁ ଖବର ପରେ ସ୍ବଧ ହୋଇଯାଇଛନ୍ତି ପରିବାର । ତାଙ୍କର ମୃତ୍ୟୁକୁ ନେଇ ମୋଟୋମସ୍କୋର ହେଡ୍ ଆଣ୍ଡ୍ରେଇ ଲାଭାନୋଭ କହିଛନ୍ତି , ସେ ଏବେ ମୋ ସହ ନାହାନ୍ତି, କିନ୍ତୁ ତାଙ୍କର ଏକ ସୁନ୍ଦର ଜୀବନଶୈଳୀ ଥିଲା । ତାଙ୍କୁ ମିଲିଅନ ଲୋକେ ଫଲୋ କରୁଛନ୍ତି । ଦୂନିଆରେ ଏପରି କୌଣସି ମଟର ବାଇକ ନାହିଁ, ଯାହାକୁ ଚଲାଇବାରେ ଅକ୍ଷମ ଓଜୋଲିନା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
beautiful biker Tatyana Ozolina dies in motor cycle crash | Argus News