Cricket Coach Heart Attack / ମ୍ୟାଚ୍ ପୂର୍ବରୁ ପଡ଼ିଆରେ କୋଚ୍ଙ୍କୁ ହୃଦଘାତ, ହସ୍ପିଟାଲରେ ଚାଲିଗଲା ଜୀବନ
·6 months ago·2 min read

Key Points
BPL ରେ ଦୁଃଖଦ ଖବର
ମ୍ୟାଚ୍ ପୂର୍ବରୁ ହୃଦଘାତ
ଆଖି ବୁଜିଲେ ଢାକା କ୍ୟାପିଟାଲ୍ସର ସହାୟକ କୋଚ୍
ମ୍ୟାଚ୍ ପୂର୍ବରୁ ହୃଦଘାତ
ଆଖି ବୁଜିଲେ ଢାକା କ୍ୟାପିଟାଲ୍ସର ସହାୟକ କୋଚ୍
ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହୋଇଛି ବାଂଲାଦେଶ ପ୍ରିମିୟର ଲିଗ୍ । କିନ୍ତୁ ଏହି ଲିଗ୍ର ଦ୍ବିତୀୟ ଦିନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଶନିବାରର ରାଜଶାହୀ ଓ ଢାକା କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବାର ଥିଲା । କିନ୍ତୁ ଏହି ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଢାକା କ୍ୟାପିଟାଲ୍ସ ସହାୟକ ପ୍ରଶିକ୍ଷକ ମହବୁବ ଅଲି ଜାକି ହଠାତ୍ ପଡ଼ିଆରେ ପଡ଼ିଯାଇଥିଲେ । ଆଉ ଏହା ଦେଖି ସପୋର୍ଟ ଷ୍ଟାଫ୍ ମହବୁବ ଅଲିଙ୍କୁ CPR ଦେଇଥିଲେ । ଆଉ ଏହା ପରେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବାଂଲାଦେଶ ପ୍ରିମିୟର ଲିଗର ୨୦୨୫-୨୬ ସଂସ୍କରଣରେ ଢାକା କ୍ୟାପିଟାଲ୍ସ ଦଳ ସେମାନଙ୍କ ମ୍ୟାଚ୍ ପୂର୍ବରୁ ସିଲେଟ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅଭ୍ୟାସ କରୁଥିଲା । ରିପୋର୍ଟ ଅନୁଯାୟୀ, ମହବୁବ ଅଲି ଦଳର ପ୍ରସ୍ତୁତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ସେ ମ୍ୟାଚ୍ ପୂର୍ବରୁ ପ୍ରି-ମ୍ୟାଚ୍ ଡ୍ରିଲ୍ସରେ ଅଂଶଗ୍ରହଣ କରିଥିଲେ । କିନ୍ତୁ ହଠାତ୍ ପଡ଼ିଆରେ ପଡ଼ିଯାଇଥିଲେ । ସପୋର୍ଟ ଷ୍ଟାଫ୍ ତୁରନ୍ତ CPR ସମେତ ପ୍ରାଥମିକ ଚିକିତ୍ସା ସହାୟତା ପ୍ରଦାନ କରିଥିଲେ। ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ଢାକା କ୍ୟାପିଟାଲ୍ସ ଏକ ବିବୃତ୍ତି ଜାରି କରି କହିଛି, "ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଢାକା କ୍ୟାପିଟାଲ୍ସ ପରିବାରର ସହାୟକ ପ୍ରଶିକ୍ଷକ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ଏହି ଅପୂରଣୀୟ କ୍ଷତି ପାଇଁ ଆମେ ଗଭୀର ଦୁଃଖିତ। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ଏବଂ ଶୋକସନ୍ତପ୍ତ ପରିବାର ପ୍ରତି ଆମର ଗଭୀର ସମବେଦନା ।"
ସେହିପରି ବାଂଲାଦେଶ କ୍ରିକେଟ୍ ବୋର୍ଡ ପୋଷ୍ଟ କରିଛି, "ବାଂଲାଦେଶ ପ୍ରିମିୟର ଲିଗ୍ ୨୦୨୬ରେ ଢାକା କ୍ୟାପିଟାଲ୍ସର ସହାୟକ ପ୍ରଶିକ୍ଷକ ମହବୁବ ଅଲି ଜାକି (୫୯)ଙ୍କ ଦେହାନ୍ତରେ ବୋର୍ଡ ଗଭୀର ସମବେଦନା ପ୍ରକାଶ କରୁଛି । ସେ ଡିସେମ୍ବର ୨୭, ୨୦୨୫ରେ ପ୍ରାୟ ୧:୦୦ ସମୟରେ ସିଲେଟରେ ମୃତ୍ୟୁବରଣ କରିଥିଲେ । ଦ୍ରୁତ ବୋଲିଂ ଏବଂ ବାଂଲାଦେଶ କ୍ରିକେଟର ବିକାଶରେ ମହବୁବ ଅଲି ଜାକିଙ୍କ ଉତ୍ସର୍ଗ ଏବଂ ଅମୂଲ୍ୟ ଅବଦାନକୁ ଗଭୀର ସମ୍ମାନ ଏବଂ କୃତଜ୍ଞତା ସହିତ ମନେ ରଖାଯିବ। ଏହି ଦୁଃଖଦ ସମୟରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ତାଙ୍କ ପରିବାର, ବନ୍ଧୁ, ସହକର୍ମୀ ଏବଂ ସମଗ୍ର କ୍ରିକେଟ୍ ସମ୍ପ୍ରଦାୟ ପ୍ରତି ଗଭୀର ସମବେଦନା ଜଣାଉଛି।"

The Bangladesh Cricket Board deeply mourns the passing of Mahbub Ali Zaki (59), Specialist Pace Bowling Coach of the BCB Game Development Department and Assistant Coach of Dhaka Capitals in the Bangladesh Premier League (BPL) T20 2026.
— Bangladesh Cricket (@BCBtigers) December 27, 2025
He passed away today, 27 December 2025, in… pic.twitter.com/p1ImtCNX0G
ସେହିପରି ବାଂଲାଦେଶ କ୍ରିକେଟ୍ ବୋର୍ଡ ପୋଷ୍ଟ କରିଛି, "ବାଂଲାଦେଶ ପ୍ରିମିୟର ଲିଗ୍ ୨୦୨୬ରେ ଢାକା କ୍ୟାପିଟାଲ୍ସର ସହାୟକ ପ୍ରଶିକ୍ଷକ ମହବୁବ ଅଲି ଜାକି (୫୯)ଙ୍କ ଦେହାନ୍ତରେ ବୋର୍ଡ ଗଭୀର ସମବେଦନା ପ୍ରକାଶ କରୁଛି । ସେ ଡିସେମ୍ବର ୨୭, ୨୦୨୫ରେ ପ୍ରାୟ ୧:୦୦ ସମୟରେ ସିଲେଟରେ ମୃତ୍ୟୁବରଣ କରିଥିଲେ । ଦ୍ରୁତ ବୋଲିଂ ଏବଂ ବାଂଲାଦେଶ କ୍ରିକେଟର ବିକାଶରେ ମହବୁବ ଅଲି ଜାକିଙ୍କ ଉତ୍ସର୍ଗ ଏବଂ ଅମୂଲ୍ୟ ଅବଦାନକୁ ଗଭୀର ସମ୍ମାନ ଏବଂ କୃତଜ୍ଞତା ସହିତ ମନେ ରଖାଯିବ। ଏହି ଦୁଃଖଦ ସମୟରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ତାଙ୍କ ପରିବାର, ବନ୍ଧୁ, ସହକର୍ମୀ ଏବଂ ସମଗ୍ର କ୍ରିକେଟ୍ ସମ୍ପ୍ରଦାୟ ପ୍ରତି ଗଭୀର ସମବେଦନା ଜଣାଉଛି।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories