Brazil Serial Killer / ମହିଳା ବେଶରେ ଲୁଚିଥିଲା ସନ୍ଦିଗ୍ଧ ହତ୍ୟାକାରୀ, ଧରାପଡ଼ିବା ପରେ କହିଲା ‘୮୦ ଜଣଙ୍କୁ ମାରିଛି’ !
·1 hour ago·2 min read

Key Points
ମୁଣ୍ଡରେ ୱିଗ୍, ଦେହରେ ଡ୍ରେସ୍
ପୋଲିସକୁ ଚକମା ଦେବାକୁ ମହିଳା ସାଜିଲା ସନ୍ଦିଗ୍ଧ ହତ୍ୟାକାରୀ
ଧରାପଡ଼ିବା ପରେ ୮୦ ହତ୍ୟାର ଦାବି
ପୋଲିସକୁ ଚକମା ଦେବାକୁ ମହିଳା ସାଜିଲା ସନ୍ଦିଗ୍ଧ ହତ୍ୟାକାରୀ
ଧରାପଡ଼ିବା ପରେ ୮୦ ହତ୍ୟାର ଦାବି
ପୋଲିସଠାରୁ ବଞ୍ଚିବା ପାଇଁ ଜଣେ ସନ୍ଦିଗ୍ଧ ହତ୍ୟାକାରୀ ହଠାତ୍ ଧାରଣ କଲା ମହିଳା ବେଶ । ମୁଣ୍ଡରେ ଲମ୍ବା କେଶର ଓ୍ବିଗ୍, ଦେହରେ ଡ୍ରେସ୍, ପାଦରେ ସ୍ୟାଣ୍ଡେଲ ଆଉ ଆଖିରେ କଳା ଚଷମା…ଦେଖିଲେ କେହି ବି ତାଙ୍କୁ ଚିହ୍ନିବା କଷ୍ଟକର । କିନ୍ତୁ ପୋଲିସର ନଜରରୁ ସେ ବେଶି ସମୟ ଲୁଚିପାରିଲା ନାହିଁ । ଆଉ ଧରାପଡ଼ିବା ପରେ ଯାହା କହିଲା, ତାହା ଶୁଣି ପୋଲିସ ହୋଇଗଲା ଚକିତ ।
ବ୍ରାଜିଲରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏକାଧିକ ହତ୍ୟା ମାମଲାରେ ସନ୍ଦେହ ଘେରରେ ଥିବା ୩୩ ବର୍ଷୀୟ ଜଣେ ବ୍ୟକ୍ତି ପୋଲିସଠାରୁ ବଞ୍ଚିବା ପାଇଁ ମହିଳା ବେଶ ଧାରଣ କରିଥିବା ବେଳେ ଧରାପଡ଼ିଛି । ପଚରାଉଚରା ସମୟରେ ସେ ନିଜ ଜୀବନରେ ପ୍ରାୟ ୮୦ ଜଣଙ୍କୁ ହତ୍ୟା କରିଥିବା ନେଇ ପୋଲିସ୍ ସାମ୍ନାରେ କହିଛି । ତେବେ ଏହି ଦାବିର ସତ୍ୟତା ଏପର୍ଯ୍ୟନ୍ତ ଯାଞ୍ଚ ହୋଇନାହିଁ ।
ରିପୋର୍ଟ ଅନୁସାରେ, ଘଟଣାଟି ବ୍ରାଜିଲର ଉତ୍ତର-ପୂର୍ବ ରାଜ୍ୟ ପାରାଇବାର । ପୋଲିସ ଏକ ଅପରେସନ ସମୟରେ ୩୩ ବର୍ଷୀୟ ଜୋରଲାନ ଆଲଭେସ ଦା ସିଲଭାଙ୍କୁ ଗିରଫ କରିଛି । ସେତେବେଳେ ସେ ମୁଣ୍ଡରେ ଲମ୍ବା କଳା କେଶ ଥିବା ୱିଗ୍ ଲଗାଇଥିଲେ । ଏହା ସହିତ ସେ ମହିଳାଙ୍କ ସ୍ୟାଣ୍ଡେଲ, କଳା ଚଷମା ଏବଂ ନେଲ୍ ପଲିସ୍ ମଧ୍ୟ ଲଗାଇଥିଲେ । ତାଙ୍କ ସହ ପ୍ରାୟ ୨ ବର୍ଷର ଏକ ଶିଶୁ ମଧ୍ୟ ଥିଲା । ଗିରଫ ସମୟରେ ପୋଲିସ ତାଙ୍କ ମୁଣ୍ଡରୁ ୱିଗ୍ ହଟାଇବା ପରେ ତାଙ୍କ ପ୍ରକୃତ ପରିଚୟ ସାମ୍ନାକୁ ଆସିଥିଲା । ୱିଗ୍ ତଳେ ତାଙ୍କର ଛୋଟ କେଶ ଥିଲା ।
ପୋଲିସର ସୂଚନା ଅନୁସାରେ, ଏହାପୂର୍ବରୁ ଜୋରଲାନ ଏବଂ ତାଙ୍କ କିଛି କଥିତ ସହଯୋଗୀ ଥିବା ଏକ ଗାଡ଼ିକୁ ଅଟକାଇ ତଲାସୀ କରାଯାଇଥିଲା । ଗାଡ଼ିରେ ଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଧରିଥିଲା, କିନ୍ତୁ ଜୋରଲାନ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିଲେ । ପରେ ପୋଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା । ଶେଷରେ ମହିଳା ବେଶରେ ତାଙ୍କୁ ଧରାଯାଇଥିଲା। ପରିଚୟ ଲୁଚାଇବା ଏବଂ ପୋଲିସକୁ ଭ୍ରମିତ କରିବା ପାଇଁ ସେ ଏପରି ବେଶ ଧାରଣ କରିଥିବା ଅନୁମାନ କରାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ ଅନୁସାରେ, ଜୋରଲାନଙ୍କ ଉପରେ ସଂଗଠିତ ଅପରାଧ ସହ ଜଡ଼ିତ ଗ୍ୟାଙ୍ଗ ପାଇଁ ହତ୍ୟା କରିଥିବା ଅଭିଯୋଗ ରହିଛି। ଗତ ପ୍ରାୟ ୩ ମାସ ମଧ୍ୟରେ ଅତି କମରେ ୧୫ଟି ହତ୍ୟା ମାମଲାରେ ତାଙ୍କ ନାମ ସାମ୍ନାକୁ ଆସିଥିବା ପୋଲିସ କହିଛି ।
କିନ୍ତୁ ପଚରାଉଚରା ସମୟରେ ଜୋରଲାନ ନିଜ ଜୀବନରେ ପ୍ରାୟ ୮୦ ଜଣଙ୍କୁ ହତ୍ୟା କରିଥିବା କଥା କହିଥିବା ଜଣାପଡ଼ିଛି । ଏପରିକି ସେ ମାତ୍ର ୧୩ ବର୍ଷ ବୟସରେ ପ୍ରଥମ ହତ୍ୟା କରିଥିବା ଦାବି ମଧ୍ୟ କରିଛି । ତେବେ ପୋଲିସ ଏହି ଦାବିଗୁଡ଼ିକର ସତ୍ୟତା ଯାଞ୍ଚ କରୁଛି ।
ବ୍ରାଜିଲରେ ଅନେକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ମଧ୍ୟରେ ପେଡ୍ରୋ ରୋଡ୍ରିଗ୍ସ ଫିଲ୍ହୋଙ୍କ ନାମ ସାମ୍ନାକୁ ଆସେ । ତାଙ୍କୁ ୭୧ଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତେବେ ସେ ନିଜେ ୧୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ଦାବି କରିଥିଲେ । ଏପରି ସ୍ଥିତିରେ ଜୋରଲାନଙ୍କ ୮୦ ହତ୍ୟାର ଦାବି ଯଦି ତଦନ୍ତରେ ପ୍ରମାଣିତ ହୁଏ, ତେବେ ଏହା ବ୍ରାଜିଲର ଚର୍ଚ୍ଚିତ ଅପରାଧ ମାମଲାଗୁଡ଼ିକ ମଧ୍ୟରୁ ଏକ ବଡ଼ ଘଟଣା ହୋଇପାରେ ।

Related Topics
Explore more stories