Petrol Price India / କ୍ରୁଡ୍ ଅଏଲ୍ ୯୦ ଡଲାର ପାର୍, ଭାରତରେ ପୁଣି ବଢ଼ିପାରେ ପେଟ୍ରୋଲ-ଡିଜେଲ୍ ଦର !
·49 mins ago·2 min read

Key Points
କାହିଁକି ବଢ଼ୁଛି କ୍ରୁଡ୍ ଅଏଲ୍ର ଦର ?
ଭାରତରେ ପେଟ୍ରୋଲ-ଡିଜେଲ ମହଙ୍ଗା ହେବ କି ?
ଭାରତରେ ପେଟ୍ରୋଲ-ଡିଜେଲ ମହଙ୍ଗା ହେବ କି ?
ପେଟ୍ରୋଲ-ଡିଜେଲ ଦରକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା । ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ବିବାଦ ମଧ୍ୟରେ ବିଶ୍ୱ ବଜାରରେ ହଠାତ୍ ବୃଦ୍ଧି ପାଇଛି କ୍ରୁଡ୍ ଅଏଲ୍ର ଦର । ବ୍ରେଣ୍ଟ କ୍ରୁଡ୍ ୯୩ ଡଲାରରୁ ଉପରକୁ ପହଞ୍ଚିବା ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ—ଏହାର ପ୍ରଭାବ କ’ଣ ଭାରତର ପେଟ୍ରୋଲ ଓ ଡିଜେଲ ଦର ଉପରେ ପଡ଼ିବ ?
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ବିଶ୍ବ ବଜାରରେ ପୁଣି କ୍ରୁଡ୍ ଅଏଲର ଦରରେ ହଠାତ ବୃଦ୍ଧି ଦେଖିବାକୁ ମିଳିଛି । ଅଗଷ୍ଟ ୨୦ ତାରିଖରେ ବ୍ରେଣ୍ଟ କ୍ରୁଡ୍ ଅଏଲ ୨.୪ ପ୍ରତିଶତ ବଢ଼ି ୯୩.୭୮ ଡଲାର ପ୍ରତି ବ୍ୟାରେଲରେ ପହଞ୍ଚିଥିଲା । ଜୁଲାଇ ୨୪ ପରେ ଏହା ସର୍ବୋଚ୍ଚ ସ୍ତର ବୋଲି କୁହାଯାଉଛି । ସେହିପରି ଆମେରିକାର WTI କ୍ରୁଡ୍ର ଦର ମଧ୍ୟ ପ୍ରାୟ ୨.୫ ପ୍ରତିଶତ ବୃଦ୍ଧି ପାଇଛି ।
କାହିଁକି ବଢ଼ୁଛି କ୍ରୁଡ୍ ଅଏଲ୍ର ଦର ?
କ୍ରୁଡ୍ ଅଏଲ୍ର ଦର ବଢ଼ିବା ପଛରେ ସବୁଠାରୁ ବଡ଼ କାରଣ ହେଉଛି ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ବିବାଦ । ଇରାନକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ବିରୋଧରେ କଠୋର ଆର୍ଥିକ ପଦକ୍ଷେପ ନେବାକୁ ଆମେରିକା ପକ୍ଷରୁ ଚେତାବନୀ ଦିଆଯାଇଛି। ଇରାନ ଉପରେ ଆହୁରି କଟକଣା ଲଗାଇବା ନେଇ ମଧ୍ୟ ଆଲୋଚନା ଚାଲିଥିବା କୁହାଯାଉଛି । ଏହାର ପ୍ରଭାବରେ ଆଗାମୀ ଦିନରେ ତେଲ ଯୋଗାଣ ପ୍ରଭାବିତ ହୋଇପାରେ । ଯୋଗାଣ କମିବାର ଆଶଙ୍କା ଥିଲେ ବଜାରରେ କ୍ରୁଡ୍ ଅଏଲ୍ର ଦର ସାଧାରଣତଃ ବଢ଼ିଥାଏ ।
ତେଲ ବଜାର ପାଇଁ ଏବେ ସବୁଠାରୁ ବଡ଼ ଚିନ୍ତା ହେଉଛି ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ । ମଧ୍ୟପ୍ରାଚ୍ୟରେ ବିବାଦ ଯୋଗୁଁ ଏହି ରାସ୍ତା ଦେଇ ତେଲ ପରିବହନ ପ୍ରଭାବିତ ହୋଇଛି । ଯୁଦ୍ଧ ପୂର୍ବରୁ ବିଶ୍ୱର ମୋଟ ତେଲ ବ୍ୟବହାରର ପ୍ରାୟ ଏକ-ପଞ୍ଚମାଂଶ ତେଲ ଏହି ରାସ୍ତା ଦେଇ ଆସୁଥିଲା । ଯଦି ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ତେଲ ଯୋଗାଣ ଆହୁରି ବାଧାପ୍ରାପ୍ତ ହୁଏ, ତେବେ ବିଶ୍ୱ ବଜାରରେ କ୍ରୁଡ୍ ଅଏଲ୍ର ଦର ଆହୁରି ବଢ଼ିବାର ଆଶଙ୍କା ରହିଛି ।
ଭାରତରେ ପେଟ୍ରୋଲ-ଡିଜେଲ ମହଙ୍ଗା ହେବ କି ?
ଭାରତ ନିଜର ତେଲ ଆବଶ୍ୟକତାର ଏକ ବଡ଼ ଅଂଶ ଆମଦାନୀ କରେ । ତେଣୁ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ମହଙ୍ଗା ହେଲେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଉପରେ ମଧ୍ୟ ଚାପ ପଡ଼ିପାରେ । ତେବେ କ୍ରୁଡ୍ ଅଏଲ୍ ମହଙ୍ଗା ହେଲା ବୋଲି ଭାରତରେ ପେଟ୍ରୋଲ-ଡିଜେଲ ଦର ତୁରନ୍ତ ବଢ଼ିବ ନାହିଁ । ଦେଶରେ ଇନ୍ଧନ ଦର ଉପରେ ସରକାରଙ୍କ ନୀତି, ଟ୍ୟାକ୍ସ, ତେଲ କମ୍ପାନୀଗୁଡ଼ିକର ମାର୍ଜିନ୍ ଏବଂ ଅନ୍ତର୍ଜାତୀୟ ବଜାରର ପରିସ୍ଥିତି ଭଳି ଅନେକ କାରଣର ପ୍ରଭାବ ରହିଥାଏ ।
କିନ୍ତୁ ଯଦି କ୍ରୁଡ୍ ଅଏଲ୍ର ଦର ଦୀର୍ଘ ସମୟ ଧରି ୯୦ ଡଲାରରୁ ଉପରେ ରହେ ଏବଂ ଲଗାତର ବୃଦ୍ଧି ଘଟେ ତେବେ ଦେଶରେ ପେଟ୍ରୋଲ-ଡିଜେଲ ଦରକୁ କମ୍ ରଖିବା ଚ୍ୟାଲେଞ୍ଜିଂ ହୋଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories