Videos
|
International

ରୁଷର କାଜାନଠାରେ ବ୍ରିକ୍ସ ସମିଟ୍ ଆରମ୍ଭ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରୁଷର କାଜାନଠାରେ ବ୍ରିକ୍ସ ସମିଟ୍ ଆରମ୍ଭ

ଅର୍ଗସ ବ୍ୟୁରୋ : ରୁଷର କାଜାନଠାରେ ବ୍ରିକ୍ସ ସମିଟ୍ ଆରମ୍ଭ ହୋଇଛି। ସମିଟର ଆରମ୍ଭରେ ରୁଷ୍ ୟୁକ୍ରେନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ପୁଟିନଙ୍କୁ ପୁଣି ଥରେ ଶାନ୍ତିର ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଯୁଦ୍ଧ ସମାଧାନ ନୁହେଁ ଶାନ୍ତି ଦ୍ବାରା ହିଁ ସମାଧାନର ବାଟ ବାହାରି ପାରିବ ବୋଲି ପୂର୍ବରୁ ମଧ୍ୟ ପୁଟିନ୍ଙ୍କୁ କହିଥିଲେ। ୧୬ତମ ବ୍ରିକ୍ସ ସମିଟ୍ ରେ ଯୋଗ ଦେବାକୁ ରୁଷ୍ ର କାଜାନ୍ ଠାରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କାଜାନ୍ ରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏହା ସହିତ ରୁଷି କଳାକାରମାନେ ଭାରତୀୟ ନୃତ୍ୟ ପରିବେଷଣ କରି ମୋଦିଙ୍କ ସ୍ବାଗତ କରିଥିଲେ।

ଅଧିକ ପଢନ୍ତୁ : ଜନଜାତି ଗୌରବ ଦିବସ ଅବସରରେ ରାଉରକେଲା ଆସିବେ ମୋଦି

ବ୍ରିକ୍ସ ସମିଟ୍ ର  ସଦସ୍ୟ ଦେଶର ମୁଖ୍ୟମାନଙ୍କ ସହିତ ମୋଦି ଦ୍ବିପାକ୍ଷିକ ଆଲୋଚନା କରିବେ। ବ୍ରିକ୍ସ ସମିଟ୍ ରେ ଯୋଗ ଦେବା ପାଇଁ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ ମଧ୍ୟ ପହଂଚିଛନ୍ତି। ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଛି, ‘ଷ୍ଟ୍ରେନ୍‌ଦେନିଙ୍ଗ ମଲ୍ଟିଲାଟେରାଲିଜିମ ଫର୍‌ ଜଷ୍ଟ ଗ୍ଲୋବାଲ ଡେଭେଲପମେଣ୍ଟ୍‌ ଆଣ୍ଡ ସିକ୍ୟୁରିଟି’ ଅର୍ଥାତ୍‌ ବିଶ୍ବର ବିକାଶ ଏବଂ ସୁରକ୍ଷା ପାଇଁ ବହୁପକ୍ଷବାଦକୁ ସୁଦୃଢ଼ କରିବା। ଏହା ଦ୍ବାରା ବିଶ୍ବ ନେତାମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ପ୍ରସଙ୍ଗ ଉପରେ ଏହି ଗୁରୁତ୍ବପୂର୍ଣ୍ଣ ମଞ୍ଚରେ ଆଲୋଚନା କରିପାରିବେ।  ତେବେ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବାର ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BRICS Summit begins in Kazan, Russia | Argus News