Videos
|
International

Unusual Incident / ୧୨ ସେକେଣ୍ଡ ପାଇଁ ମଝି ଆକାଶରେ ଝୁଲି ରହିଲେ ବ୍ରିଟେନର ମହିଳା

Jitendra Dash
Browse all articles by Jitendra Dash
·2 years ago·1 min read
୧୨ ସେକେଣ୍ଡ ପାଇଁ ମଝି ଆକାଶରେ ଝୁଲି ରହିଲେ ବ୍ରିଟେନର ମହିଳା
unusual incident

ଅର୍ଗସ ବ୍ୟୁରୋ : ଅନେକ ଥର ଏକ ଛୋଟ ଭୁଲ ଏକ ବଡ଼ ଦୁର୍ଘଟଣାର କାରଣ ହୋଇଥାଏ । ଯୋଉ ଭୁଲ ପାଇଁ ଆମେ କାହାକୁ ଦାୟୀ କରି ପାରିବା । ନିକଟରେ ବ୍ରିଟେନର ଜଣେ ବୟସ୍କା ମହିଳାଙ୍କ ସହ ଘଟିଥିବା ଏକ ଘଟଣା । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି । ଭିଡିଓରେ, ଦେଖିବାକୁ ମିଳୁଛି ମହିଳା ଜଣକ ଦୋକାନ ବାହାରେ ବୁଲୁଥିବାର ନଜର ଆସୁଛନ୍ତି । ଏହି ସମୟରେ, କିଛି ଅଘଟଣ ଘଟୁଛି ଯାହା ଫଳରେ ମହିଳା ଜଣକ ଆକାଶରେ ଉଡ଼ିବାକୁ ଲାଗୁଛନ୍ତି ।

ସୂଚନା ଅନୁସାରେ, ଜଣେ ୭୨ ବର୍ଷ ବୟସ୍କା ମହିଳା ଏକ ବନ୍ଦ ଦୋକାନର ସଟର ପାଖରେ ଛିଡ଼ା ହୋଇଥିଲେ । ଏହି ଦୋକାନୀ ଜଣକ ଇଲେକଟ୍ରିକ ସଟର ଉଠାଇଲେ । ସଟର ଉଠୁଥିବା ସମୟରେ ମହିଳା ଜଣଙ୍କର ପୋଷାକ ଏଥିରେ ଅଟକି ଯାଇଥିଲା ଏବଂ ମହିଳା ସଟର ସହିତ ଉପରକୁ ଉଠିବାକି ଲାଗିଥିଲେ । ଠିକ୍ ଏହି ସମୟରେ ମହିଳା ଜଣଙ୍କ ଚିତ୍କାର ସୁଣି ଦୋକାନୀ ଜଣକ ଆସି ମହିଳା ଜଣକୁ ଉଦ୍ଧାର କରିଥିଲେ  ।

ଅଧିକ ପଢନ୍ତୁ ବିଦେଶ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଭି଼ଡ଼ିଓରେ ଆହୁରି ମଧ୍ୟ ଦେଖିବାକୁ ମିଳିଥିଲା, ମହିଳା ଝଣକ ୧୨ ସେକେଣ୍ଡ ଯାଏ ସଟରରେ ଝୁଲିବାର ନଜର ଆସିଥିଲା । ଦୋକନୀ କର୍ମଚାରୀ ବାହାରକୁ ଆସି ତାଙ୍କୁ ସାହାଯ୍ୟ କରିଥିଲେ । ଯଦି ଦୋକାନୀ ଜଣଙ୍କ ତାଙ୍କୁ ଧରି ନ ଥାନ୍ତେ ତାହାଲେ କଣ ଯେ ହୋଇଥାନ୍ତା । ଏହି ଘଟଣା ଘଟିବା ପରେ ମହିଳା ଜଣକ କହିଛନ୍ତି, ଭଗବାନ ଦୟାରୁ ମୁଁ ବଞ୍ଚି ଗଲି । ଦୋକାନୀ ଭାଇ ଜଣକ ନଥିଲେ ମୋର ଯେ କଣ ହେଇ ଥାନ୍ତା, ଭଗବାନଙ୍କୁ ଜଣା ।
 

Sponsored