|
logo
Live

Argus News - ବିଜୁଳି ଚମକରେ ଚମକି ଉଠିଲା ବୁର୍ଜ ଖଲିଫା; ଭାଇରାଲ ହେଲା ଭିଡ଼ିଓ

International

Dubai Burj Khalifa / ବିଜୁଳି ଚମକରେ ଚମକି ଉଠିଲା ବୁର୍ଜ ଖଲିଫା; ଭାଇରାଲ ହେଲା ଭିଡ଼ିଓ

Subhramjit Ray
Browse all articles by Subhramjit Ray
·1 week ago·2 min read
ବିଜୁଳି ଚମକରେ ଚମକି ଉଠିଲା ବୁର୍ଜ ଖଲିଫା; ଭାଇରାଲ ହେଲା ଭିଡ଼ିଓ
Dubai Burj Khalifa Lightning Video

Key Points

ବାରମ୍ବାର ବଜ୍ରଘାତ ହେବା ସତ୍ତ୍ୱେ ମଧ୍ୟ ଅକ୍ଷତ ରହିଛି ବିଶ୍ୱର ସବୁଠାରୁ ଉଚ୍ଚ କୋଠା।

Burj Khalifa Viral Video: ନିକଟରେ ଦୁବାଇରେ ରାତି ସେତେବେଳେ ଅଚାନକ ଅଟକି ଯାଇଥିଲା ଯେତେବେଳେ ଏକ ଶକ୍ତିଶାଳୀ ବିଜୁଳି କଳା ମେଘ ଭେଦ କରି ବିଶ୍ୱର ସବୁଠାରୁ ଉଚ୍ଚ କୋଠା ବୁର୍ଜ ଖଲିଫା ଉପରେ ପଡ଼ିଥିଲା। ବିଜୁଳିର ଚମକ ତୁରନ୍ତ ସମଗ୍ର ଦୁବାଇ ଆକାଶକୁ ଆଲୋକିତ କରି ଦେଇଥିଲା। ଏହି ଘଟଣା ଘଟିବା ପରେ ମନେ ହେଉଥିଲା ଯେପରି ପ୍ରକୃତି ନିଜର ଶକ୍ତି ପ୍ରଦର୍ଶନ କରିଛି। ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ନିକଟରେ ବୁର୍ଜ ଖଲିଫା ଉପରେ ବଜ୍ରାଘାତ ହେବାର ଭିଡିଓ ଇଣ୍ଟରନେଟ୍ ରେ ଭାଇରାଲ ହେବାରେ ଲାଗିଛି। ଲୋକ ଏହାକୁ ବିଭିନ୍ନ ପ୍ଲାଟଫର୍ମରେ ଦେଖିବା ସହ ଏହାକୁ ସେୟାର କରୁଛନ୍ତି।

କାହିଁକି ବୁର୍ଜ ଖଲିଫା ଉପରେ ବାରମ୍ବାର ହୋଇଥାଏ ବଜ୍ରାଘାତ?
ସଦ୍ୟ ବୁର୍ଜ ଖଲିଫା ଉପରେ ବିଜୁଳି ପଡ଼ିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ଏହା ଭୟାନକ ପ୍ରତୀତ ହେଉଛି। ହେଲେ ଏପରି ଘଟଣା ଘଟିବା ପଛରେ ଏକ ଅତି ସରଳ କାରଣ ମଧ୍ୟ ରହିଛି। ବିଶ୍ୱର ସବୁଠାରୁ ଉଚ୍ଚ କୋଠା ବୁର୍ଜ ଖଲିଫା (Burj Khalifa) ଦୁବାଇ ସହରର (Dubai City) ସବୁଠାରୁ ଉଚ୍ଚତମ ବିଲ୍ଡିଂ (Tallest Building of World)।
ଆକାଶରେ ସୃଷ୍ଟି ହେଉଥିବା ବିଜୁଳି ପ୍ରାୟତଃ ଅଧିକ ଉଚ୍ଚତା ରହିଥିବା ସ୍ଥାନ ଆଡ଼କୁ ଆକର୍ଷିତ ହୋଇଥାଏ। ସରଳ ଭାବରେ କହିବାକୁ ଗଲେ ଏହି ବିଲ୍ଡିଂ ଏକ ବିଶାଳ ବିଦ୍ୟୁତ ଦଣ୍ଡ (Lightning Rod) ପରି କାର୍ଯ୍ୟ କରିଥାଏ। ଯାହା ଆଖପାଖରୁ ବିଦ୍ୟୁତ୍ ନିଜ ଆଡ଼କୁ ଟାଣି ନେଇଥାଏ। ଏହା ପ୍ରଥମ ଥର ନୁହେଁ ଯେତେବେଳେ ଏହା ଘଟିଛି। ବିଗତ କିଛି ବର୍ଷ ମଧ୍ୟରେ ବୁର୍ଜ ଖଲିଫା ଉପରେ ଅନେକ ଥର ବଜ୍ରପାତ ହୋଇଛି। ଆଉ ପ୍ରତ୍ୟେକ ଥର ଏପରି ଦୃଶ୍ୟ ଲୋକଙ୍କ ପାଇଁ ଏକ କୌତୂହଳପୂର୍ଣ୍ଣ ଘଟଣା ହୋଇରହିଛି।

ବଜ୍ରଘାତ ସତ୍ତ୍ୱେ କିପରି ସୁରକ୍ଷିତ ବୁର୍ଜ ଖଲିଫା?
ବାରମ୍ବାର ବଜ୍ରପାତ ହେବା ସତ୍ତ୍ୱେ ମଧ୍ୟ ବୁର୍ଜ ଖଲିଫା ସମ୍ପୂର୍ଣ୍ଣ ଭାବରେ ଅକ୍ଷତ ରହିଛି। ଏପରିକି ବ୍ରଜପାତ ସମୟରେ ମଧ୍ୟ ଏହି ବିଲ୍ଡିଂ ମଧ୍ୟରେ ରହିଥିବା ଲୋକ ମଧ୍ୟ ସୁରକ୍ଷିତ ରହିଥାନ୍ତି। ଏହି କୋଠାରେ ସ୍ଥାପିତ ବଜ୍ରପାତ ସୁରକ୍ଷା ବ୍ୟବସ୍ଥା (Lightning Protection System) ଯୋଗୁଁ ଏହି ବିଲ୍ଡିଂ ସୁରକ୍ଷିତ ରହିଛି। ଏହି କୋଠାର ଉପର ଭାଗରେ ଏକ ସ୍ୱତନ୍ତ୍ର ରଡ୍ ଲଗାଯାଇଛି ଯାହା ବଜ୍ରପାତକୁ ସିଧା ରୋକିଥାଏ। ଏହା ପରେ କୋଠାର ବାହାର ଭାଗରେ ନିର୍ମିତ ଧାତୁ ପଥ ମାଧ୍ୟମରେ ବିଦ୍ୟୁତ ଶକ୍ତି ସୁରକ୍ଷିତ ଭାବରେ ଭୂମିକୁ ସ୍ଥାନାନ୍ତରିତ ହୋଇଯାଏ। ଏହାର ଦୃଢ଼ ଇସ୍ପାତ ଗଠନ ଏକ ଢାଲ ଭାବରେ କାର୍ଯ୍ୟ କରିଥାଏ। ଯାହା ବିପଜ୍ଜନକ ସ୍ରୋତକୁ ଭିତର ପର୍ଯ୍ୟନ୍ତ ପହଞ୍ଚିବାରୁ ରୋକିଥାଏ। ଶେଷରେ ଏହି ଶକ୍ତି ଏକ ଶକ୍ତିଶାଳୀ ଭୂତଳ ବ୍ୟବସ୍ଥା ମାଧ୍ୟମରେ ଭୂମିରେ ଅବଶୋଷିତ ହୋଇଥାଏ। ଯାହା ଫଳରେ ବିଲ୍ଡିଂ ଭିତରେ ରହିଥିବା କୌଣସି ବସ୍ତୁ ଉପରେ ଏହାର ପ୍ରଭାବ ଅନୁଭୂତ ହୋଇନଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dubai Burj Khalifa: ବିଜୁଳି ଚମକରେ ଚମକି ଉଠିଲା ବୁର୍ଜ ଖଲିଫା; ଭାଇରାଲ ହେଲା ଭିଡ଼ିଓ | Argus News