Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Driver To President / ବସ୍ ଡ୍ରାଇଭରରୁ ଭେନେଜୁଏଲାର ରାଷ୍ଟ୍ରପତି, ଏମିତି ଥିଲା ଭାରତ ସହ ସମ୍ପର୍କ...

Banajyotshna Ray
Browse all articles by Banajyotshna Ray
·6 months ago·2 min read
ବସ୍ ଡ୍ରାଇଭରରୁ ଭେନେଜୁଏଲାର ରାଷ୍ଟ୍ରପତି, ଏମିତି ଥିଲା ଭାରତ ସହ ସମ୍ପର୍କ...
Driver To President

Key Points

ବସ୍ ଡ୍ରାଇଭରରୁ ଭେନେଜୁଏଲାର ରାଷ୍ଟ୍ରପତି 
ଜାଣନ୍ତୁ ଭାରତ ସହ ଥିଲା କେଉଁ ସମ୍ପର୍କ ?
ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭେନେଜୁଏଲାର ରାଜଧାନୀ କାରାକାସ ଶନିବାର ସକାଳେ (ଜାନୁଆରୀ ୩,୨୦୨୬) ଅନେକ ବଡ଼ ବିସ୍ଫୋରଣରେ ଥରି ଉଠିଥିଲା। ଭେନେଜୁଏଲାର ସରକାର ଏହି ଆକ୍ରମଣକୁ ନିନ୍ଦା କରି ଆମେରିକା ଏହାର ନାଗରିକ ଏବଂ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଥିବା ଅଭିଯୋଗ କରିଛନ୍ତି। ଏହି ସମୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ବର୍ତ୍ତମାନ ଆମେରିକାର ହେପାଜତରେ ଅଛନ୍ତି। ଏହାପରେ ଚର୍ଚ୍ଚାରେ ଅଛନ୍ତି ଭେନେଜୁଏଲା ରାଷ୍ଟ୍ରପତି। ସେ ଜଣେ ବସ୍‌ ଡ୍ରାଇଭର ଥିଲେ, ଆଉ ତାପରେ କେମିତି ହେଲେ ଭେନେଜୁଏଲାର ରାଷ୍ଟ୍ରପତି ଜାଣି ରଖନ୍ତୁ। ଖୁବ କଷ୍ଟକର ଥିଲା ତାଙ୍କ ଜୀବନ ଶୈଳୀ। 

ଭେନେଜୁଏଲାରେ ଦୀର୍ଘକାଳୀନ ଆର୍ଥିକ ସଂକଟ ଓ ରାଜନୈତିକ ଅଚଳାବସ୍ଥା ମଧ୍ୟରେ ଏହି କାର୍ଯ୍ୟ ସିଧାସଳଖ ଶାସନ ପରିବର୍ତ୍ତନର ସଂକେତ ଦେଉଛି। ତେବେ ଟ୍ରମ୍ପ କହିଛନ୍ତି ଯେ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରି ଦେଶ ବାହାରକୁ ନେଇ ନିଆ ଯାଇଛି। ତେବେ ଭେନେଜୁଏଲା ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗଜ ରାଷ୍ଟ୍ରପତି ମାଡୁରୋ ଓ ତାଙ୍କ ପତ୍ନୀଙ୍କ ବିଷୟରେ କିଛି ଜାଣିନଥିବା କହିଛନ୍ତି। ତେବେ ଆମେରିକୀୟ ଅଧିକାରୀଙ୍କ ଅନୁସାରେ ମାଡୁରୋ ଓ ତାଙ୍କ ପତ୍ନୀଙ୍କୁ ଆମେରିକୀୟ ସେନାର ଶୀର୍ଷ ସ୍ୱତନ୍ତ୍ର ମିଶନ ୟୁନିଟି ଡେଲ୍ଟା ଫୋର୍ସ ଦ୍ୱାରା ବନ୍ଦୀ କରାଯାଇଛି।ବସ୍ତିରେ ଜନ୍ମ, ହାତରେ ବସ୍ ଷ୍ଟିୟରିଂ ଓ ବିଶ୍ୱର ସର୍ବ ବୃହତ୍ତ ତୈଳ ଭଣ୍ଡାର ଥିବା ଦେଶର ରାଷ୍ଟ୍ରପତି କୌଣସି ଫିଲ୍ମୀ କାହାଣୀରୁ କମ୍ ନୁହେଁ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଡୁରୋଙ୍କ ଜୀବନୀ।

ସାରା ବିଶ୍ୱରେ ଜଣେ ଏକଛତ୍ରବାଦୀ ଭାବେ ଜଣାଶୁଣା ଏହି ରାଷ୍ଟ୍ରପତିଙ୍କ ଏକ ସମ୍ପର୍କ ଭାରତର ଆନ୍ଧ୍ରପ୍ରଦେଶ ରାଜ୍ୟର ପୁଟପର୍ତ୍ତି ସ୍ଥିତ ସତ୍ୟସାଇ ସଂସ୍ଥା ସହିତ ଜଡିତ। ଜଣେ ବସ୍ ଡ୍ରାଇଭର ଭାବେ ଜୀବନ ଆରମ୍ଭ କରିଥିବା ବ୍ୟକ୍ତି ଭାରତର ଆଧ୍ୟାତ୍ମିକ ଗୁରୁ ସତ୍ୟସାଇ ବାବାଙ୍କ ଭକ୍ତ ହେଲେ କିପରି? ମାଡୁରୋଙ୍କ ଆଧ୍ୟାତ୍ମିକ ପକ୍ଷ ମଧ୍ୟ ଏବେ ଚର୍ଚ୍ଚାକୁ ଆସିଛି। ପୂର୍ବତନ ବସ୍ ଚାଳକ ଓ ଟ୍ରେଡ ୟୁନିୟନ ନେତା ମାଡୁରୋ ମହାନ ଭାରତୀୟ ଆଧ୍ୟାତ୍ମିକ ଗୁରୁ ସତ୍ୟସାଇ ବାବାଙ୍କର ଜଣେ ଦୃଢ ଅନୁଗାମୀ। ୨୦୦୫ ମସିହାରେ ମାଡୁରୋ ତାଙ୍କ ପତ୍ନୀ ସିଲିୟାଙ୍କ ସହିତ ଆନ୍ଧ୍ରପ୍ରଦେଶର ପୁଟପୁର୍ତ୍ତି ଆସିଥିଲେ ଓ ସାଇବାବାଙ୍କ ବ୍ୟକ୍ତିଗତ ଆଶିର୍ବାଦ ଗ୍ରହଣ କରିଥିଲେ।

ଏଥିସହ ପଢ଼ନ୍ତୁ: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତା, କହିଲେ ଭୁଲ୍‌ ଖବର ପ୍ରସାରଣ କରନ୍ତୁ ନାହିଁ

ଏହା ସେହି ସମୟ ଥିଲା ଯେତେବେଳେ ଭେନେଜୁଏଲାରେ ଚାଭିଜିମ୍ ଶିଖରରେ ଥିଲା, ତେବେ ଶାସନର ଶୀର୍ଷ ସ୍ଥାନରେ ଥିବା ଚାଭେଜ-ମାଦୁରୋ ଯୋଡି ଶାନ୍ତି ସନ୍ଧାନରେ ପୂର୍ବକୁ ମହାଇଁଥିଲେ। ମାଦୁରୋଙ୍କ ରାଷ୍ଟ୍ରପତି କାର୍ଯ୍ୟାଳୟରେ ସତ୍ୟ ସାଇବାବାଙ୍କର ଏକ ବିଶାଳ ଫଟୋଚିତ୍ର ଲାଗି ରହିଛି। ସାଇ ଟ୍ରଷ୍ଟ ଅନୁସାରେ ମାଦୁରୋ ତାଙ୍କର ଜଟିଳ ସମୟରେ ପ୍ରାୟତଃ ଗୁରୁଙ୍କ ଶିକ୍ଷାର ସାହାରା ନିଅନ୍ତି।

ଅଧିକ ପଢ଼ନ୍ତୁ ବିଦେଶ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Driver To President | From Bus Driver to President: The Rise of Venezuela’s Nicolás Maduro | Argus News | Argus News