Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗତବର୍ଷ ନିଜାର ହତ୍ୟା ପରେ ଭାରତ ଓ କାନାଡା ମଧ୍ୟରେ ବଢିଥିଲା ବିବାଦ

International

ଗତବର୍ଷ ନିଜାର ହତ୍ୟା ପରେ ଭାରତ ଓ କାନାଡା ମଧ୍ୟରେ ବଢିଥିଲା ବିବାଦ

Jitendra Dash
Browse all articles by Jitendra Dash
·2 years ago·1 min read
ଗତବର୍ଷ ନିଜାର ହତ୍ୟା ପରେ ଭାରତ ଓ କାନାଡା ମଧ୍ୟରେ ବଢିଥିଲା ବିବାଦ

ଅର୍ଗସ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାର ହତ୍ୟା ଘଟଣାରେ କାନାଡା ପୋଲିସ ୩ଜଣ ଭାରତୀୟଙ୍କୁ ଗିରଫ କରିଛି । ଗତବର୍ଷ ନିଜାରଙ୍କୁ ହତ୍ୟା କରାଯାଇଥିଲା । ଏହାକୁ ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା । ଏପରିକି ନିଜାର ହତ୍ୟାକାଣ୍ଡରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଅଭିଯୋଗ କରିଥିଲେ । କିନ୍ତୁ ଭାରତ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇଥିଲା ।

ସୂଚନା ଅନୁସାରେ, ପୋଲିସ କହିଛି ଯେ ତଦନ୍ତ ଆରମ୍ଭ ହେବା ପୂର୍ବରୁ ସେମାନେ ସେମାନଙ୍କୁ ଜାଣି ନଥିଲେ । ଆଇଆଇଆଇଟି ର ଅଧିକାରୀ ତଥା ଅଧୀକ୍ଷକ ମନଦୀପ ମୁକର ଏବଂ ଆରସିଏମପି ସହକାରୀ କମିଶନର ଡେଭିଡ୍ ଟେବଉଲ ଏବଂ ବ୍ରାୟନ ଏଡୱାର୍ଡସ ସାମ୍ବାଦିକଙ୍କ ସହ କଥାବାର୍ତ୍ତାରେ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ନିଶ୍ଚିତ କରିଛନ୍ତି । 

ଅଧିକ ପଢନ୍ତୁ ବିଦେଶ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସର୍ଚ୍ଚ ଅପରେସନ୍ ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । କାନାଡା ଏହି ତିନି ଜଣଙ୍କୁ ଭାରତୀୟ ନାଗରିକ ବୋଲି ବର୍ଣ୍ଣନା କରୁଛି । ଜୁନ୍ ୨୦୨୩ ରେ କାନାଡାର ବ୍ରିଟିଶ କଲମ୍ବିଆରେ ଥିବା ଏକ ଗୁରୁଦ୍ୱାର ବାହାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କାନାଡା ଏହି ହତ୍ୟାକାଣ୍ଡ ପାଇଁ ଭାରତକୁ ଦାୟୀ କରିଛି ।

 
 

Sponsored
Canada police releases pictures of accused arrested in Khalistani terrorist Hardeep Singh Nijjar's murder | Argus News