Videos
|
International

ଯାହା ସନ୍ଦେହ ହେଉଥିଲା ତାହା ସତ ହେଲା, ଭାରତ ଅଭିଯୋଗ କରୁଥିଲା କାନାଡ଼ା ସ୍ୱୀକାର କଲା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
ଯାହା ସନ୍ଦେହ ହେଉଥିଲା ତାହା ସତ ହେଲା, ଭାରତ ଅଭିଯୋଗ କରୁଥିଲା କାନାଡ଼ା ସ୍ୱୀକାର କଲା

Key Points

ଏବେ କ୍ଷମା ମାଗିବେ କି କାନାଡ଼ା ସରକାର ?

ଭାରତକୁ ଭାଙ୍ଗିବା ପାଇଁ ଲାଗିଛି କି କାନାଡ଼ା ?

ଖଲିସ୍ତାନୀ ଆତଙ୍କବାଦୀଙ୍କ । ଯିଏ ଭାରତରେ ସୃଷ୍ଟି କରିଥାନ୍ତି ଅରାଜକତା । ବିଦେଶରୁ ଟଙ୍କା ପାଇ ଭାରତରେ କରିଥାନ୍ତି ଉତ୍ପାତ । ଦଙ୍ଗା କରନ୍ତି, ଆନ୍ଦୋଳନ ବି କରନ୍ତି । ହିଂସାତ୍ମକ କାଣ୍ଡ ବି ଭିଆନ୍ତି । ସେମାନଙ୍କ ଉଦେଶ୍ୟ... ଭାରତରୁ ପଞ୍ଜାବକୁ ଅଲଗା କରି, ଗଠନ କରିବେ ନିଜର ସ୍ୱତନ୍ତ୍ର ରାଜ୍ୟ । ଆଉ ଭାରତକୁ କରିବେ ଦୁର୍ବଳ ।


ସବୁଠାରୁ ବଡ଼ କଥା ହେଲା, ଏହି ଖଲିସ୍ତାନୀ ଆତଙ୍କବାଦୀଙ୍କୁ କାନାଡ଼ାରୁ ଫଣ୍ଡିଂ କରାଯାଏ ବୋଲି ଭାରତ ବହୁ ପୂର୍ବରୁ ଅଭିଯୋଗ କରି ଆସୁଥିଲା । ହେଲେ ଏକଥାକୁ କାନାଡ଼ା କେବେ ବି ସ୍ୱୀକାର କରୁନଥିଲା । କିନ୍ତୁ ଏବେ ଏକ ସରକାରୀ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ସ୍ୱୀକାର କରାଯାଇଛି ଯେ କାନାଡ଼ା ଏହି ଆତଙ୍କାବଦୀ ସଂଗଠନକୁ ଫଣ୍ଡିଂ କରେ । ଆଉ ତାହା ପୁଣି ଭାରତରେ ବିଶୃଙ୍ଖଳା ଘଟାଇବା ପାଇଁ । ଏହି ଖବର ସାମ୍ନାକୁ ଆସିବା ପରେ ଏବେ ସବୁଠି ଖଲିସ୍ତାନୀ ଆତଙ୍କବାଦୀ ଓ କାନାଡ଼ା ସରକାରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଆତଙ୍କବାଦୀ ସଂଗଠନକୁ କେବଳ ଯେ କନାଡ଼ା ସରକାର ଫଣ୍ଡିଂ କରନ୍ତି ତା ନୁହେଁ.. ଅନ୍ୟ ଦେଶମାନେ ମଧ୍ୟ ଦଙ୍ଗା ପାଇଁ ଟଙ୍କା ଦିଅନ୍ତି । କାନାଡ଼ା ସରକାରଙ୍କ ରିପୋର୍ଟରେ ଏହାକୁ ପରୋକ୍ଷରେ ସ୍ୱୀକାର କରାଯାଇଛି । ଏଥିରେ କୁହାଯାଇଛି ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ଏବେ ବି ସରକାରୀ ଫଣ୍ଡ ସଂଗ୍ରହ କରିବାରେ ସକ୍ରିୟ ରହିଛି । ପୂର୍ବରୁ ଏମାନଙ୍କର ଏକ ବଡ଼ ଫଣ୍ଡ ରେଜିଂ ନେଟ୍‌ଓ୍ୱାର୍କ କାମ କରୁଥିଲା । କିନ୍ତୁ ଏବେ ଏହାର ପରିଧି ହ୍ରାସ ପାଇଛି । ଏବେ କେବଳ କିଛି ନିର୍ଦ୍ଧିଷ୍ଟ ସଂସ୍ଥା ଓ ବ୍ୟକ୍ତିମାନେ ଏହି ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଅଛନ୍ତି ଆଉ ପଣ୍ଡିଂ କରୁଛନ୍ତି । ଏମାନେ ଖଲିସ୍ତାନୀ ଆନ୍ଦୋଳନ ସହ ଜଡ଼ିତ, କିନ୍ତୁ ଅନ୍ୟ କୌଣସି ବିଶେଷ ସଂଗଠନ ସହ ଏମାନେ ଜଡ଼ିତଥିବା ନଜର ଆସନ୍ତି ନାହିଁ । ଏମାନଙ୍କୁ ଯେଉଁ ଆର୍ଥୀକ ସହାୟତା ମିଳେ, ସେଥିରୁ ହିଁ ସଂଗଠନ ବଞ୍ଚି ରହେ ।


 ଏହା ସହ ପଢ଼ନ୍ତୁ:- 'ଭୈରବଙ୍କ ବଢୁଥିବା ହାକିମାତିକୁ ନେଇ ନାଖୁସ ଅନେକ ନେତା'


ହେଲେ ଏତେ ସବୁ ସତ୍ତ୍ୱେ ପୂର୍ବରୁ ଯେତେବେଳେ ଭାରତ ଏହି ଅଭିଯୋଗ ଆଣୁଥିଲା, ସେତେବେଳେ କାନାଡ଼ାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ଏହାକୁ ଖଣ୍ଡନ କରିଆସୁଥିଲେ । ଏମିତିକି ସେ ଭାରତ ଉପରେ ପାଲଟା ଦୋଷ ଲଦିଥିଲେ ।


କିନ୍ତୁ ବାସ୍ତବରେ କାନାଡ଼ାରୁ ହିଁ ଏହି ଆତଙ୍କବାଦୀ ସଂଗଠନକୁ ଟଙ୍କା ଆସିଥାଏ । ଯାହାର ପ୍ରମାଣ ମଧ୍ୟ ମିଳିଛି । କାନାଡ଼ା କ୍ରିମିନାଲ କୋଡ ଅନୁଯାୟୀ, କିଛି ଆତଙ୍କବାଦୀ ସଂଗଠନକୁ ତାଲିକାଭୁକ୍ତ କରାଯାଇଛି । ସେମାନେ ହେଲେ ଫିଲିସ୍ତୀନୀ ସଂଗଠନ ହମାସ, ଲେବାନନୀ ଚରମପନ୍ଥୀ ଗୋଷ୍ଠୀ ହିଜବୁଲ୍ଲା, ଖାଲିସ୍ତାନୀ ସନ୍ତ୍ରାସବାଦୀ ଗୋଷ୍ଠୀ ବାବର ଖାଲସା ଇଣ୍ଟରନ୍ୟାସନାଲ, ଇଣ୍ଡରନାସନାଲ ସିଖ୍ ୟୁଥ୍‌ ଫେଡ୍‌ରେସନ୍‌ । ଏହି ସଂଗଠନ ଗୁଡ଼ିକୁ କାନାଡ଼ାରୁ ଆର୍ଥିକ ସହଯୋଗ ମିଳୁଥିବା ନେଇ ଦେଶର ଗୁଇନ୍ଦା ବିଭାଗ ଓ ପ୍ରବର୍ତ୍ତନ ଏଜେନ୍ସି ରିପୋର୍ଟ ଦେଇସାରିଛନ୍ତି ।


ଏହାସହ ପଢ଼ନ୍ତୁ:- ବିଜେଡିର ପତ୍ତନ ଆରମ୍ଭ: ଦଳ ଛାଡ଼ିବେ ବଡ଼ ବଡ଼ ନେତା


ଦୀର୍ଘ ଦିନ ଧରି ଭାରତ ଅଭିଯୋଗ କରିଆସୁଛି ଯେ, ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ କଡ଼ା ଆକ୍ସନ ନେବାରେ ବିଫଳ ହୋଇଛନ୍ତି କାନାଡ଼ା ସରକାର । କିଛି ବର୍ଷ ପୂର୍ବରୁ ଏହି କାରଣରୁ ଦୁଇ ଦେଶ ମଧ୍ୟରେ କଥା କଟାକଟି ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ରିପୋର୍ଟ କେବଳ ଯେ କାନାଡ଼ାର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ତାହା ନୁହେଁ ବରଂ ଆନ୍ତର୍ଜାତୀୟ ସମ୍ପର୍କ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ । କାନାଡ଼ାରେ ଖଲିସ୍ତାନୀ ବିଚାରଧାରା ରଖୁଥିବା କିଛି ଲୋକ ଏବେ ବି ସକ୍ରିୟ ରହିଛନ୍ତି । ଯେଉଁମାନେ ସାମାଜିକ ଓ ରାଜନୈତିକ ସ୍ତରରେ ପ୍ରଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ।


ଏବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ କାନାଡ଼ା ସରକାର କି ପଦକ୍ଷେପ ନେଉଛନ୍ତି, ତା ଉପରେ ସାର ବିଶ୍ୱର ନଜର ରହିଛି ।


ଏହାସହ ପଢ଼ନ୍ତୁ:- ନଭେମ୍ବରରେ ବିହାର ଭୋଟ୍ ନେଇ ଅକ୍ଟୋବରରେ ହୋଇପାରେ ତାରିଖ ଘୋଷଣା