Videos
|
International

ଚିଲିରେ ଜଳୁଛି ଜଙ୍ଗଲ, ଜନବସତି ଅଞ୍ଚଳକୁ ବ୍ୟାପିଗଲା ଜଙ୍ଗଲ ନିଆଁ

Jitendra Dash
Browse all articles by Jitendra Dash
·2 years ago·1 min read
ଚିଲିରେ ଜଳୁଛି ଜଙ୍ଗଲ, ଜନବସତି ଅଞ୍ଚଳକୁ ବ୍ୟାପିଗଲା ଜଙ୍ଗଲ ନିଆଁ

ଅର୍ଗସ ବ୍ୟୁରୋ : ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଲ ନିଆଁ । ବର୍ତ୍ତମାନ ସୁଦ୍ଧା ୧୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ହଜାର ହଜାର ଲୋକ ଏଥିରେ ନିଖୋଜ ଥିବା ସୂଚନା ମିଳିଛି । ନିଆଁ ଲାଗି ୧୪୦୦ ଘର ପୋଡି ପାଉଁଶ ହୋଇଯାଇଛି ।

ସୂଚନା ଅନୁସାରେ, କିଛି ଦିନ ହେବ ବଣରେ ଲାଗିଥିବା ନିଆଁ ଜଳି ଜଳି ପର୍ଯ୍ୟଟକମାନଙ୍କ ପ୍ରିୟ ଭିନା ଡେଲ୍‌ ମାର୍‌ ଓ ଭାଲ୍‌ପାରାଇଜୋ ନାମରେ ଦୁଇଟି ଉପକୂଳବର୍ତ୍ତୀ ନଗରୀ ନିକଟକୁ ମାଡ଼ି ଆସିଲାଣି । ଏହି ନଗରୀ ଦୁଇଟିରେ ଏକ ନିୟୁତରୁ ଅଧିକ ବାସିନ୍ଦା ଅଛନ୍ତି । ଅଗ୍ନିକାଣ୍ଡରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳରେ ଚିଲି ସରକାରୀ କର୍ତ୍ତୃପକ୍ଷମାନେ ରାତି ୯ଟାରୁ କର୍ଫ୍ୟୁ ଜାରି କରିଛନ୍ତି । ଆକାଶରୁ ହେଲିକପ୍ଟର୍‌ ପାଣି ପକାଉଥିବା ବ‌େଳେ ଦମକଳ ବାହିନୀକୁ ସହଯୋଗ କରିବା ଲାଗି ସେନାବାହିନୀ ମଧ୍ୟ ସେ ଅଞ୍ଚଳରେ ପହଞ୍ଚିଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର

ଏହି ବନାଗ୍ନିରେ ପାଖାାପାଖି ୧୬୦ ବର୍ଗକିଲୋମିଟର ଅଞ୍ଚଳ ଜଳିପୋଡି ନଷ୍ଟ ହୋଇସାରିଛି । କଳା ଧୂଆଁରେ ସମଗ୍ର ଆକାଶ ଧୂମାଚ୍ଛନ୍ନ ହୋଇଯାଇଛି । ଅନେକ ଘର ଦ୍ବାର, ଗାଡି ମଧ୍ୟ ଜଳି ଯାଇଛି । ରାଷ୍ଟ୍ରପତି ଗାର୍ବିଏଲ ବୋରିକ୍ ଏଭଳି ସ୍ଥିତିକୁ ନେଇ ଚିନ୍ତାପ୍ରକଟ କରିବା ସହ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ଲୋକମାନଙ୍କୁ ସତର୍କ ରହିବା ସହ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଦେଶର ଭାଲପାରାଏଜୋ ରାଜ୍ୟରେ ୪ଟି ସ୍ଥାନରେ ଭୟଙ୍କର ଭାବେ ନିଆଁ ବ୍ୟାପିଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ରାଷ୍ଟ୍ରପତି ଆଶଙ୍କା କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Central Chile's forest fires claim 112 lives in devastating 3-day blaze | Argus News