Car Safety / ମଝି ରାସ୍ତାରେ ଭାଙ୍ଗିଗଲା ଏକ୍ସେଲ୍ ! ଭାରତରେ ପ୍ରବେଶ ପାଇଁ ପ୍ରସ୍ତୁତ ହେଉଛି ଏହି ଚୀନ କମ୍ପାନୀ
·1 hour ago·2 min read

Key Points
କାର ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା ? ମଝି ରାସ୍ତାରେ କାରରୁ ବାହାରି ପଡ଼ିଲା ପଛ ଏକ୍ସେଲ୍ ସହ ଦୁଇ ଚକ ।
ନୂଆଦିଲ୍ଲୀ: କ'ଣ କେବେ ଭାବିଛନ୍ତି, ରାସ୍ତାରେ ଦ୍ରୁତଗତିରେ ଯାଉଥିବା କାରରୁ ହଠାତ୍ ଚକ ଅଲଗା ହୋଇଗଲେ କ'ଣ ହେବ ? ଏହାର କଳ୍ପନା କରିବା ମାତ୍ରେ ଦେଶ ଶିହରୀ ଯିବ । ଏଭଳି ଏକ ମାମଲା ଆସିଛି ମାଲେସିଆରୁ । ଯେଉଁଠି ସଡ଼କରେ ଗଡ଼ୁଥିବା କାର (Chery Omoda 5)ର ପଛ ଚକର ଏକ୍ସେଲ ହିଁ ଗାଡ଼ିରୁ ଅଲଗା ହୋଇ ସଡ଼କରେ ପଡ଼ିଛି ।
ଦୁର୍ଘଟଣାରେ କାରର ପଛ ସସ୍ପେନଶନ, ଦୁଇ ଚକ ସହ ଗାଡ଼ିର ଗୁରୁତ୍ଵପୂର୍ଣ୍ଣ ପାର୍ଟ ଚେସିସ୍ ମଧ୍ୟ ଅଲଗା ହୋଇ ଯାଇଛି । ତେବେ, ଆଶ୍ଵସ୍ତିର କଥା ହେଉଛି ଏହି ଦୁର୍ଘଟଣାରେ କେହି ଆହତ ହୋଇ ନାହାନ୍ତି । କିନ୍ତୁ ଏହି ଘଟଣା ଗାଡ଼ିରେ ଯାତ୍ରା ବେଳେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ।
ଏସିଆ ୱାନର ରିପୋର୍ଟ ଅନୁସାରେ, ଅକ୍ଟୋବର ୬ ତାରିଖରେ ଜାଲନ ପଣ୍ଡନର AEON ମଲ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦେଖାଯାଉଛି କଳା ରଙ୍ଗର Omoda 5 ରାସ୍ତାରେ ଟ୍ରାଫିକ୍ ଲେନ୍ରେ ଛିଡ଼ା ହୋଇଛି । ଗାଡ଼ିର ପଛ ସସ୍ପେନସନ ଆସେମ୍ବଲି ଅଲଗା ହୋଇ ସଡ଼କରେ ରହିଛି ।
ଫଟୋରେ ଟ୍ରାସବର୍ସ ଟର୍ଶନ ବିମ, ଟ୍ରେଲିଂ ଆର୍ମ୍ସ, ସଜ ଅବଜର୍ଭର୍ସ, ବ୍ରେକ୍ ଲାଇନ୍ସ ଓ କାରର ଦୁଇ ପଛ ଛକ ଚେସିସ୍ ସହ ବାହାରି ଆସିଥିବା ଦେଖାଯାଉଛି । ଏହି ଚିତ୍ର ହିଁ କହୁଛି ଗାଡ଼ି ଆଗକୁ ଗଡ଼ିବାର ସ୍ଥିତିରେ ନାହିଁ ।
ଏଥିସହ ପଢ଼ନ୍ତୁ: EV କମ୍ପାନୀର ଗୋଟିଏ ଭୁଲ୍; ଗ୍ରାହକଙ୍କୁ ମିଳିଲା ୧ ଲକ୍ଷ ୭୦ ହଜାର ଟଙ୍କା
୨୦୨୪ରେ ଆସିଥିଲା ସମାନ ମାମଲା
ଏବେର ଏହି ଘଟଣା ୨୦୨୪ରେ Omoda 5 ଦୁର୍ଘଟଣାକୁ ମନେ ପକାଇ ଦେଇଛି । ୨୦୨୪ ଏପ୍ରିଲ୍ ୨୮ରେ ମାଲେସିଆରେ ଏକ Omoda 5ର ରିୟର୍ (ପଛ) ଏକ୍ସେଲ୍ ବିମ୍ ଟ୍ରାଫିକ୍ରେ ଭାଙ୍ଗି ଯାଇଥିଲା । ଯାହା ପରେ ମାଲେସିଆର ପରିବହନ ବିଭାଗ ଯାଞ୍ଚ ଆରମ୍ଭ କରିଥିଲା । ଦୁର୍ଘଟଣା ପରେ କମ୍ପାନୀ ପଦକ୍ଷେପ ନେବା ସହ ୬୦୦ କାର୍ ପାଇଁ ସେଫ୍ଟି କ୍ୟାମ୍ପେନ ଆରମ୍ଭ କରିଥିଲା ।
ଦୁର୍ଘଟଣା ନେଇ ସୂଚନା ଦେବା ବେଳେ ଚେରି ଅଟୋ ମାଲେସିଆର ଭାଇସ୍ ପ୍ରେସିଡେଣ୍ଟ ଲି ବେନ ସିୟାଙ୍ଗ କହିଥିଲେ, "ସମସ୍ୟା ବିଦେଶୀ କମ୍ପୋନେଣ୍ଟ ସପ୍ଲାୟରର କମ୍ପୋନେଣ୍ଟ କାଲିବ୍ରେଶନ ସହ ଜଡ଼ିତ । ମେଣ୍ଟେନାନ୍ସ ବେଳେ ଅଟୋମେଟେଡ୍ ୱେଲ୍ଡିଂ ଟିପ୍ ବଦଳା ଯାଇଛି । ଯାହାପରେ ଠିକ୍ ଭାବେ ରି-କାଲିବ୍ରେଶନ୍ ନ ହେବାରୁ ପଛ ଏକ୍ସେଲ୍ ବିମ୍ରେ ୱେଲ୍ଡ ଡେଫଥ୍ ଠିକ୍ ନଥିଲା । ଫଳରେ ପ୍ରଭାବିତ ପାର୍ଟ ୱେଲ୍ଡିଂ ମଜଭୁତ୍ ହୋଇ ନଥିଲା । "
ଭାରତରେ ଏଣ୍ଟ୍ରି ପାଇଁ Cherryର ପ୍ରସ୍ତୁତି
Chery Auto ମୂଳତଃ ଚୀନର କାର ନିର୍ମାତା କମ୍ପାନୀ । ଏବେ ଏହା ଭାରତରେ ପ୍ରବେଶ ଯୋଦନା କରୁଛି । ଏଥିପାଇଁ ଚେରୀ ଅଟୋମୋବାଇଲ୍ JSW ଗ୍ରୁପ ସହ କାମ କରୁଛି । ଆଶା କରାଯାଉଛି, ଭାରତରେ ଚେରୀର ପ୍ରଥମ ଗାଡ଼ି ୨୦୨୬ ଶେଷରୁ ନେଇ ୨୦୨୭ ମଧ୍ୟରେ ଆସିପାରେ ।

Made in China的Chery Omoda 5, 今早在柔佛新山把整根后轴梁连两轮一起卸在了路面上. 外观好看, 价格优惠, 司机也平安,可后轴能自己下车, 🫵你敢买吗? 我还是倾向 Toyota、Honda、Tesla. #chery #tesla https://t.co/BJwI9YbEoB
— 指标魔术师 (@crypto_ff99) October 6, 2026
ଫଟୋରେ ଟ୍ରାସବର୍ସ ଟର୍ଶନ ବିମ, ଟ୍ରେଲିଂ ଆର୍ମ୍ସ, ସଜ ଅବଜର୍ଭର୍ସ, ବ୍ରେକ୍ ଲାଇନ୍ସ ଓ କାରର ଦୁଇ ପଛ ଛକ ଚେସିସ୍ ସହ ବାହାରି ଆସିଥିବା ଦେଖାଯାଉଛି । ଏହି ଚିତ୍ର ହିଁ କହୁଛି ଗାଡ଼ି ଆଗକୁ ଗଡ଼ିବାର ସ୍ଥିତିରେ ନାହିଁ ।
ଏଥିସହ ପଢ଼ନ୍ତୁ: EV କମ୍ପାନୀର ଗୋଟିଏ ଭୁଲ୍; ଗ୍ରାହକଙ୍କୁ ମିଳିଲା ୧ ଲକ୍ଷ ୭୦ ହଜାର ଟଙ୍କା
୨୦୨୪ରେ ଆସିଥିଲା ସମାନ ମାମଲା
ଏବେର ଏହି ଘଟଣା ୨୦୨୪ରେ Omoda 5 ଦୁର୍ଘଟଣାକୁ ମନେ ପକାଇ ଦେଇଛି । ୨୦୨୪ ଏପ୍ରିଲ୍ ୨୮ରେ ମାଲେସିଆରେ ଏକ Omoda 5ର ରିୟର୍ (ପଛ) ଏକ୍ସେଲ୍ ବିମ୍ ଟ୍ରାଫିକ୍ରେ ଭାଙ୍ଗି ଯାଇଥିଲା । ଯାହା ପରେ ମାଲେସିଆର ପରିବହନ ବିଭାଗ ଯାଞ୍ଚ ଆରମ୍ଭ କରିଥିଲା । ଦୁର୍ଘଟଣା ପରେ କମ୍ପାନୀ ପଦକ୍ଷେପ ନେବା ସହ ୬୦୦ କାର୍ ପାଇଁ ସେଫ୍ଟି କ୍ୟାମ୍ପେନ ଆରମ୍ଭ କରିଥିଲା ।
ଦୁର୍ଘଟଣା ନେଇ ସୂଚନା ଦେବା ବେଳେ ଚେରି ଅଟୋ ମାଲେସିଆର ଭାଇସ୍ ପ୍ରେସିଡେଣ୍ଟ ଲି ବେନ ସିୟାଙ୍ଗ କହିଥିଲେ, "ସମସ୍ୟା ବିଦେଶୀ କମ୍ପୋନେଣ୍ଟ ସପ୍ଲାୟରର କମ୍ପୋନେଣ୍ଟ କାଲିବ୍ରେଶନ ସହ ଜଡ଼ିତ । ମେଣ୍ଟେନାନ୍ସ ବେଳେ ଅଟୋମେଟେଡ୍ ୱେଲ୍ଡିଂ ଟିପ୍ ବଦଳା ଯାଇଛି । ଯାହାପରେ ଠିକ୍ ଭାବେ ରି-କାଲିବ୍ରେଶନ୍ ନ ହେବାରୁ ପଛ ଏକ୍ସେଲ୍ ବିମ୍ରେ ୱେଲ୍ଡ ଡେଫଥ୍ ଠିକ୍ ନଥିଲା । ଫଳରେ ପ୍ରଭାବିତ ପାର୍ଟ ୱେଲ୍ଡିଂ ମଜଭୁତ୍ ହୋଇ ନଥିଲା । "
ଭାରତରେ ଏଣ୍ଟ୍ରି ପାଇଁ Cherryର ପ୍ରସ୍ତୁତି
Chery Auto ମୂଳତଃ ଚୀନର କାର ନିର୍ମାତା କମ୍ପାନୀ । ଏବେ ଏହା ଭାରତରେ ପ୍ରବେଶ ଯୋଦନା କରୁଛି । ଏଥିପାଇଁ ଚେରୀ ଅଟୋମୋବାଇଲ୍ JSW ଗ୍ରୁପ ସହ କାମ କରୁଛି । ଆଶା କରାଯାଉଛି, ଭାରତରେ ଚେରୀର ପ୍ରଥମ ଗାଡ଼ି ୨୦୨୬ ଶେଷରୁ ନେଇ ୨୦୨୭ ମଧ୍ୟରେ ଆସିପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories