Videos
|
Technology

Electric Vehicle / EV କମ୍ପାନୀର ଗୋଟିଏ ଭୁଲ୍; ଗ୍ରାହକଙ୍କୁ ମିଳିଲା ୧ ଲକ୍ଷ ୭୦ ହଜାର ଟଙ୍କା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
EV କମ୍ପାନୀର ଗୋଟିଏ ଭୁଲ୍; ଗ୍ରାହକଙ୍କୁ ମିଳିଲା ୧ ଲକ୍ଷ ୭୦ ହଜାର ଟଙ୍କା
Electric Vehicle

Key Points

ଇଭି କମ୍ପାନୀର ବଡ଼ ଭୁଲ୍
ଶେଷରେ ମାଲେମାଲ ଗ୍ରାହକ
ମିଳିଲା ୧ ଲକ୍ଷ ୭୦ ହଜାର ଟଙ୍କା
ଥିରୁଅନନ୍ତପୁରମ: ବିଶ୍ଵରେ ଯୁଦ୍ଧ ସଙ୍କଟ ମଧ୍ୟରେ ପେଟ୍ରୋଲ, ଡିଜେଲ ଦର ବଢିବାରେ ଲାଗିଛି । ଏଥିଲାଗି ଦେଶବାସୀ ଇଲେକଟ୍ରିକ ଯାନ ମୁହାଁ ହୋଇଛନ୍ତି । କମ ଖର୍ଚ୍ଚରେ ନିଜର ଯାତାୟାତ ଆବଶ୍ୟକତାକୁ ପୂରଣ କରିବା ଲାଗି ଇଲେକଟ୍ରିକ୍ କାରଠୁ ବାଇକ୍‌, ସ୍କୁଟି ଆଦି କିଣୁଛନ୍ତି । ମାତ୍ର ଇଭି ଶିଳ୍ପରେ ବିଶେଷ କରି ଦୁଇ ଚକିଆ ଯାନକୁ ନେଇ ଅନେକ ସମୟରେ ଗ୍ରାହକ ଅସନ୍ତୋଷ ଦେଖାଦେଉଛି । ସୋସିଆଲ ମିଡିଆରେ ମଧ୍ଯ ଏହି ଟୁ-ହ୍ଵିଲର ସେଗମେଣ୍ଟକୁ ନେଇ କେସ୍ ପରେ ଗ୍ରାହକଙ୍କୁ ୧ ଲକ୍ଷ ୭୦ ହଜାର ଟଙ୍କା ପ୍ରଦାନ କରିଛି ଇଭି କମ୍ପାନୀ ।

ଏହି ଘଟଣା କେରଳରୁ ଆସିଛି । ଏଠାରେ ଜଣେ ଗ୍ରାହକ ୮୫ କିଲୋମିଟର ରେଞ୍ଜ ଦାବି କରୁଥିବା ଏକ ଇଲେକ୍ଟ୍ରିକ୍ ସ୍କୁଟର କିଣିଥିଲେ । ମାତ୍ର ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ସ୍କୁଟରଟି କେବଳ ୧୬ କିଲୋମିଟର ରେଞ୍ଜ ପ୍ରଦାନ କରିଥିଲା । ଅର୍ଥାତ୍ ଥରେ ସମ୍ପୂର୍ଣ୍ଣ ଚାର୍ଜ କଲେ ସ୍କୁଟରଟି ୮୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରୁଥିଲା କମ୍ପାନୀ ଦାବି କରିଥିବାବେଳେ ଏହା ମାତ୍ର ୧୬ କିଲୋମିଟର ଯାଇ ଧକେଇବା ଆରମ୍ଭ ହୋଇଥିଲା । ଗ୍ରାହକ ଜଣକ ଏବେ ବଡ଼ ଅସୁବିଧାରେ ପଡ଼ିଥିଲେ । ପରେ ସେ ବାରମ୍ବାର ବ୍ୟାଟେରୀ ବଦଳାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

  • କଞ୍ଜ୍ୟୁମର କୋର୍ଟରେ ପହଞ୍ଚିଲେ ଗ୍ରାହକ
କମ୍ପାନୀ ନିକଟରେ ଗ୍ରାହକ ଜଣକ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ମିଳିନଥିଲା । ଶେଷରେ ଗ୍ରାହକ ଆଇନର ଦ୍ଵାରସ୍ଥ ହୋଇଥିଲେ । କଞ୍ଜ୍ୟୁମର କୋର୍ଟ ଏହାକୁ ଗମ୍ଭୀରତାର ସହ ନେଇ ଗ୍ରାହକଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ଏବଂ କମ୍ପାନୀକୁ ୧.୭୦ ଲକ୍ଷ ଟଙ୍କା ଗ୍ରାହକଙ୍କୁ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ ।

  • କେତେ ଟଙ୍କା ଦେଇ ସ୍କୁଟର କିଣିଥିଲେ ଗ୍ରାହକ ?
୨୦୨୨ ମସିହାରେ କେରଳର ଏହି ଗ୍ରାହକ ଜଣକ ୮୮,୦୦୦ ଟଙ୍କା ଦେଇ ବୈଦ୍ୟୁତିକ ସ୍କୁଟର କିଣିଥିଲେ । କମ୍ପାନୀ ଦାବି କରିଥିଲା ଯେ, ୬ ଘଣ୍ଟା ସମ୍ପୂର୍ଣ୍ଣ ଚାର୍ଜରେ ଏହି ସ୍କୁଟରଟି ୮୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏଥିଲାଗି କମ୍ପାନୀ ୩ ବର୍ଷ ୱାରେଣ୍ଟି ପ୍ରଦାନ କରିଥିଲା । ହେଲେ ନୂଆ ଗାଡ଼ି ପ୍ରଥମରୁ ୪୦ କିଲୋମିଟର ଚାଲିଥିଲା । ଧୀରେ ଧୀରେ ଏହାର ରେଞ୍ଜ ହ୍ରାସ ପାଇ ୧୬ କିଲୋମିଟର ହୋଇଥିଲା । ଗ୍ରାହକ ଏନେଇ କମ୍ପାନୀକୁ ସୂଚିତ କରିଥିଲେ, ହେଲେ କୌଣସି ସୁଫଳ ମିଳିଲା ନାହିଁ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଇଥାନଲ ମିଶ୍ରିତ ପେଟ୍ରୋଲରେ ଖରାପ ହେବନି ଗାଡ଼ି; ନୀତିନ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ

  • ଯାଞ୍ଚ ପରେ ସବୁ ଜଣାପଡ଼ିଲା
ଯେତେବେଳେ ମାମଲାଟି କୋର୍ଟରେ ପହଞ୍ଚିଲା, ସେତେବେଳେ ଗାଡ଼ିର ଯାନ୍ତ୍ରିକ ପାର୍ଟ ଯାଞ୍ଚ ହୋଇଥିଲା । ରିପୋର୍ଟରେ ଜଣାପଡ଼ିଥିଲା ଯେ ସ୍କୁଟରରେ ମ୍ୟାନୁଫାକଚରିଂ ଅସୁବିଧା ଥିଲା । ଗାଡ଼ିର ବ୍ୟାଟେରୀ ସଠିକ୍ ଭାବେ କାମ କରୁନଥିଲା । ଏହାବ୍ୟତୀତ ସ୍କୁଟରର ଚକରେ ମଧ୍ୟ ସମସ୍ୟା ମିଳିଥିଲା । କୋର୍ଟ ଶେଷରେ କହିଥିଲେ ଯେ ଉକ୍ତ କମ୍ପାନୀ ପକ୍ଷରୁ ଲଗାତାର ଗ୍ରାହକଙ୍କୁ ଖରାପ ସେବା ପ୍ରଦାନ କରାଯାଉଛି । ଶୁଣାଣି ବେଳେ କମ୍ପାନୀ ଓ ଡିଲର ନିଜର ଦୋଷକୁ ଲୁଚାଇବା ପାଇଁ ବହୁ ଉଦ୍ୟମ କରିଥିଲେ । ସେ କହିଥିଲେ ଗ୍ରାହକଙ୍କ ଓଜନ, ଚଲାଇବାର ଭୁଲ୍ ଉପାୟ ଓ ରାସ୍ତା ସ୍ଥିତି ଯୋଗୁଁ ଏହିସବୁ ସମସ୍ୟା ଉପୁଜିଛି । ମାତ୍ର କୋର୍ଟରେ ପ୍ରମାଣ ଦେଇପାରିନଥିଲେ । ଅପରପକ୍ଷେ ଗ୍ରାହକଙ୍କ ସ୍କୁଟର ଯାଞ୍ଚ ବେଳେ ପ୍ରକୃତ ସମସ୍ୟା ଜଣାପଡ଼ିଲା । ଏହାପରେ କୋର୍ଟ ଗ୍ରାହକଙ୍କୁ ସ୍କୁଟରର ଦାମ ୮୮,୦୦୦ ଟଙ୍କା ସହିତ ୫୫,୦୦୦ ଅତିରିକ୍ତ ଖର୍ଚ୍ଚ ଏବଂ କେସ୍ ପାଇଁ ଖର୍ଚ୍ଚ ହୋଇଥିବା ୨୫,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।