Videos
|
International

China / ୧୫୬ ନିୟୁତ ଡଲାର ଲାଞ୍ଚ, ଚାଇନାରେ ଦିଆଗଲା ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କୁ ଫାଶୀ

Banajyotshna Ray
Browse all articles by Banajyotshna Ray
·9 months ago·3 min read
୧୫୬ ନିୟୁତ ଡଲାର ଲାଞ୍ଚ, ଚାଇନାରେ ଦିଆଗଲା ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କୁ ଫାଶୀ
China

Key Points

୧୫୬ ନିୟୁତ ଡଲାର ଲାଞ୍ଚ
ଚୀନରେ ପୂର୍ବତନ ବ୍ୟାଙ୍କରଙ୍କୁ ମୃତ୍ୟୁଦଣ୍ଡ
ଚୀନ ସବୁବେଳେ ନିଜର କିଛିନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାଏ। ଦୁର୍ନୀତି ବିରୁଦ୍ଧରେ ଚୀନର କଠୋର ଅଭିମୁଖ୍ୟ ସବୁବେଳେ ଭୟ ସୃଷ୍ଟି କରିଥାଏ। ବର୍ତ୍ତମାନ ଚୀନ ଏପରି ଏକ ନୀତି ଆପଣାଇଛି ଯାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଚୀନର ଜଣେ ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କୁ ଫାଶୀ ଦିଆଯାଇଛି। ସେ ପୁଣି ଲାଞ୍ଚ ନେଇଥିବା କାରଣରୁ। ଯାହା ବର୍ତ୍ତମାନ ସବୁ ଦେଶରେ ଖୁବ ଆଲୋଚନାର ବିଷୟ ପାଲଟିଛି। ଅତୀତରେ ବି ଅନେକ ଏପରି ନଜିର ରହିଛି । ଚୀନରେ ଜଣେ ଦୁର୍ନୀତିଗ୍ରସ୍ତ ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କୁ ଫାଶୀ ଦିଆଯାଇଛି । ଚୀନ ହୁଅରୋଙ୍ଗ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ (ସିଏଚଆଇଏଚ୍)ର ପୂର୍ବତନ ମହାପ୍ରବନ୍ଧକ ବାଇ ତିଆନହୁଇଙ୍କୁ ୧୫୬ ନିୟୁତ ଡଲାର ଲାଞ୍ଚ ନେବା ମାମଲାରେରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ଚୀନରେ ଦୁର୍ନୀତି ପାଇଁ ମୃତ୍ୟୁଦଣ୍ଡ ପ୍ରାୟତଃ ଦୁଇ ବର୍ଷର ଛାଡ଼ ସହିତ ଜାରି କରାଯାଏ ଏବଂ ତା’ପରେ ଏହାକୁ ଆଜୀବନ କାରାଦଣ୍ଡରେ ପରିଣତ କରାଯାଏ । କିନ୍ତୁ ବାଇଙ୍କ ଦଣ୍ଡ, ଯାହା ପ୍ରଥମେ ତିଆନଜିନର ଉତ୍ତର ସହରର ଏକ କୋର୍ଟ ଦ୍ୱାରା ମେ ୨୦୨୪ରେ ଦିଆଯାଇଥିଲା, କିନ୍ତୁ ପରେ ତାହାକୁ ସ୍ଥଗିତ ରଖାଯାଇ ନଥିଲା । ସେ ତାଙ୍କ ଦୋଷୀ ସାବ୍ୟସ୍ତ ହେବା ବିରୁଦ୍ଧରେ ଆବେଦନ କରିଥିଲେ କିନ୍ତୁ ଫେବ୍ରୁଆରୀରେ ପୂର୍ବ ରାୟକୁ ବଳବତ୍ତର ରଖାଯାଇଥିଲା । ୨୦୧୪ରୁ ୨୦୧୮ ମଧ୍ୟରେ ସେ ଲାଞ୍ଚ ନେଇ ବିଭିନ୍ନ ପ୍ରକଳ୍ପ ପାଇଁ ଅନୁକମ୍ପା ଦେଖାଇଥିବା ସରକାରୀ ମିଡିଆ ସିସିଟିଭି ରିପୋର୍ଟ କରିଛି । ଚୀନର ହୁଅରୋଙ୍ଗ ଆସେଟ୍ ମ୍ୟାନେଜମେଣ୍ଟର ଏକ ସହାୟକ କମ୍ପାନି ହେଉଛି ସିଏଚଆଇଏଚ୍ । ଏହି ସଂସ୍ଥା ଦେଶରେ ବୁଡ଼ି ଯାଇଥିବା ଋଣ ପରିଚାଳନା କରେ ।

ଏହାସହ ପଢ଼ନ୍ତୁ: ପ୍ରେମ, ଧୋକା ଓ ବ୍ଲାକମେଲିଂ: ବ୍ୟବସାୟୀଙ୍କୁ ଲୁଟୁଥିଲେ ମହିଳା ଡିଏସପି

ଏହା ଦେଶର ସର୍ବବୃହତ ସମ୍ପତ୍ତି ପରିଚାଳନା ପଣ୍ଠି ମଧ୍ୟ । ହୁଅରୋଙ୍ଗ ଦୀର୍ଘ ଦିନରୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଟାର୍ଗେଟରେ ରହିଆସିଛି । ୨୦୨୧ ଜାନୁଆରୀରେ ୨୫୩ ନିୟୁତ ଡଲାର ଲାଞ୍ଚ ନେବା ମାମଲାରେ ସଂସ୍ଥାର ପୂର୍ବତନ ଅଧ୍ୟକ୍ଷ ଲାଇ ସାଓମିନଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା । ହୁଅରୋଙ୍ଗର ଅନେକ କାର୍ଯ୍ୟକାରୀ ଅଧିକାରୀ ମଧ୍ୟ ଦେଶର ଦୁର୍ନୀତି ନିବାରଣ ଏଜେନ୍ସିର ସ୍କାନରରେ ଅଛନ୍ତି । ମଙ୍ଗଳବାର ସକାଳେ କିଛି ସମ୍ପର୍କୀୟଙ୍କ ସହ ସାକ୍ଷାତ କରିବା ପରେ ବାଇଙ୍କୁ ତିଆନଜିନରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ତାଙ୍କୁ କିପରି ମୃତ୍ୟୁଦଣ୍ଡ ଦିଆଯାଇଥିଲା ରିପୋର୍ଟରେ ତାହା ସ୍ପଷ୍ଟ କରାଯାଇ ନାହିଁ । କିନ୍ତୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ସୂଚନା ରହିଛି। ଚୀନ୍ ମୃତ୍ୟୁଦଣ୍ଡ ସଂଖ୍ୟାକୁ ଦେଶର ଗୁପ୍ତ ତଥ୍ୟ ଭାବେ ବିବେଚନା କରେ । ଆମନେଷ୍ଟି ଏବଂ ଅନ୍ୟାନ୍ୟ ମାନବାଧିକାରୀ ସଂଗଠନ ମତରେ ଚୀନରେ ପ୍ରତିବର୍ଷ ହଜାର ହଜାର ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିପୋର୍ଟ କରିଛି ଯେ, ଚୀନର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ ପିପୁଲ୍ସ କୋର୍ଟ ମାମଲାର ସମୀକ୍ଷା ପରେ ରାୟକୁ ବଳବତ୍ତର କରିଥିଲେ । କୋର୍ଟ କହିଥିଲେ ଯେ ବାଇଙ୍କ ଅପରାଧ "ଅତ୍ୟନ୍ତ ଗମ୍ଭୀର"। ସିସିଟିଭି ରିପୋର୍ଟ ଅନୁସାରେ, "(ବାଇ) ଅସାଧାରଣ ଭାବରେ ବିପୁଳ ପରିମାଣର ଲାଞ୍ଚ ଗ୍ରହଣ କରିଥିଲେ, ତାଙ୍କ ଅପରାଧର ପରିସ୍ଥିତି ଅସାଧାରଣ ଭାବରେ ଗମ୍ଭୀର ଥିଲା । ସାମାଜିକ ପ୍ରଭାବ ବିଶେଷ ଭାବରେ ଗୁରୁତର ଥିଲା ଓ ରାଜ୍ୟ ଏବଂ ଲୋକଙ୍କ ସ୍ୱାର୍ଥ ଗୁରୁତ୍ୱପୂର୍ଣ୍ଣ କ୍ଷତି ସହିଥିଲା ।" ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଚାଇନା ସବୁବେଳେ କିଛି ନା କିଛି କାଣ୍ଡକୁ ନେଇ ଚର୍ଚ୍ଚାରେ ଥାଏ। ଗତ କିଛି ଦିନ ହେବ ପୂର୍ବରୁ ଚୀନରେ ଦ୍ରୁତ ଗତିରେ କାୟା ମେଲାଉଥିବା ନୂଆ ଭୂତାଣୁ ଏଚଏମପିଭି ଭାରତରେ ମଧ୍ୟ ଚିନ୍ତାର କାରଣ ହୋଇଥିଲା । ଏହି ଭୂତାଣୁ ବିଶେଷ ରୂପେ ଛୋଟ ପିଲାଙ୍କୁ ବ୍ୟାପୁଛି । ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କି, ଏହି ଭୂତାଣୁକୁ ନେଇ ଭାରତୀୟଙ୍କୁ ଭୟଭୀତ ହେବାର କିଛି ନାହିଁ । ନାସନାଲ ମିଡିଆ ଚାଇନା ଡେଲି ମୁତାବକ, ଏଚଏମପିଭି ଭୂତାଣୁର କେଶ ସାମ୍ପ୍ରତ୍ତିକ ସମୟରେ ଚୀନର ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ମଧ୍ୟରେ ଏକ ସାଧାରଣ ସଂକ୍ରମଣ । ଏହା ୧୪ ବର୍ଷ ବା ତାଠାରୁ କମ ବୟସ ବର୍ଗର ପିଲାଙ୍କୁ ଆକ୍ରାନ୍ତ କରୁଛି । ଏହା ପୂର୍ବରୁ କରୋନା ପରି ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics

Explore more stories