Women DSP / ପ୍ରେମ, ଧୋକା ଓ ବ୍ଲାକମେଲିଂ: ବ୍ୟବସାୟୀଙ୍କୁ ଲୁଟୁଥିଲେ ମହିଳା ଡିଏସପି
·7 months ago·3 min read

Key Points
ପ୍ରେମ, ଧୋକା ଓ ବ୍ଲାକମେଲିଂ
ମହିଳା ଡିଏସପିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ
ବ୍ୟବସାୟୀଙ୍କୁ ଲୁଟୁଥିଲେ ମହିଳା ଡିଏସପି
ମହିଳା ଡିଏସପିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ
ବ୍ୟବସାୟୀଙ୍କୁ ଲୁଟୁଥିଲେ ମହିଳା ଡିଏସପି
ଥାନାବାବୁଙ୍କ ବିରୋଧରେ ଲଭ ସେକ୍ସ ଧୋକ୍କା ଅଭିଯୋଗ । ପ୍ରେମ, ଧୋକା ଓ ବ୍ଲାକମେଲିଂ ଏକ ନିତିଦିନିଆ ଖବର ହୋଇଗଲାଣି। ପ୍ରତ୍ୟେକ ଦିନ ଖବରକାଗଜ ଲେଉଟାଉ ଲେଉଟାଉ ବିଭିନ୍ନ ସ୍ଥାନରୁ ଏଭଳି ଖବର ସାମ୍ନାକୁ ଆସିଥାଏ। କିନ୍ତୁ ଛତିଶଗଡ଼ର ଜଣେ ମହିଳା ପୋଲିସ ଅଧିକାରୀ କିଛି ବ୍ୟବସାୟୀଙ୍କୁ ପ୍ରେମ ଜାଲରେ ଫସାଇ ଲୁଟିଥିବା ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଡିଏସପି-ବିଜନେସମ୍ୟାନ ଲଭ ଷ୍ଟୋରୀ ପୂରା ଛତିଶଗଡ଼ରେ ରୋଚକ ଖବର ପାଲଟିଛି । ଛତିଶଗଡ଼ର ମହିଳା ପୋଲିସ ଅଧିକାରୀ ଓ ବ୍ୟବସାୟୀଙ୍କ ମଧ୍ୟରେ ‘ପ୍ରେମ ଓ ଅର୍ଥ’ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି। ଉଦ୍ୟୋଗପତିଙ୍କୁ ପ୍ରେମ ଜାଲରେ ଫସାଇ କୋଟି କୋଟି ଟଙ୍କା ନେଇଥିବାର ସଙ୍ଗୀନ ଅଭିଯୋଗ DSPଙ୍କ ନାଁରେ ଆସିଛି ।
ମାମଲା ଏବେ ଥାନାରେ ପହଞ୍ଚିଛି। ରାୟପୁରର ଉଦ୍ୟୋଗପତି ଦୀପକ ଟଣ୍ଡନ ଡିଏସପି କଳ୍ପନା ବର୍ମାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ପ୍ରେମ ଜାଲରେ ଫସାଇ କୋଟି କୋଟି ଟଙ୍କା, ନଗଦ, ସଂପତ୍ତି ପାଇଁ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଚାପ ପକାଉଥିଲେ। ଦୀପକ ଖାମରଡିହ ପୋଲିସରେ ଅଭିଯୋଗ କରିବା ସହ ହ୍ଵାଟ୍ସଆପ୍ ଚାଟ୍, ସିସିଟିଭି ଚ୍ୟାଟ୍, ସିସିଟିଭି ଫୁଟେଜ୍ ଓ ଅନ୍ୟ ପ୍ରମାଣ ଦେଇଛନ୍ତି । ଅନ୍ୟପଟେ ନିଜ ଉପରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଏସପି କଳ୍ପନା। ତାଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ରଚା ଯାଇଥିବା ସେ କହିଛନ୍ତି। ତେବେ କିଏ କହୁଛି ସତ ତଦନ୍ତ ପରେ ପ୍ରକୃତ କଥା ଜଣା ପଡ଼ିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।
ଏଥିସହ ପଢ଼ନ୍ତୁ: କ୍ୟାରିଅର ପାଇଁ ବଡ଼ ବଳିଦାନ ଦେଇଛି, ଅସୁସ୍ଥ ବାପାଙ୍କୁ ବି ଦେଖିବାକୁ ଯାଇ ପାରିଲିନି: ପ୍ରିୟଙ୍କା
ଡିଏସପି କଳ୍ପନା ସଂପ୍ରତି ଛତିଶଗଡ଼ର ଦାନ୍ତେଓ୍ଵାଡ଼ାରେ କାର୍ଯ୍ୟରତ । ରାଜ୍ୟର ଜଣେ ସଚ୍ଚୋଟ ମହିଳା ପୋଲିସ ଅଧିକାରୀ ଭାବେ ସେ ପରିଚିତ। ଅନେକ ମିଡିଆରେ ଦେଇଥିବା ସାକ୍ଷାତକାରରେ ଦୀପକ ଟଣ୍ଡନ କହିଛନ୍ତି, ଡିଏସପି କଳ୍ପନାଙ୍କ ସହ ତାଙ୍କର ସାକ୍ଷାତ ୨୦୨୧ରେ ଜଣେ ସାଙ୍ଗଙ୍କ ଜରିଆରେ ହୋଇଥିଲା। ଏହା ପରେ ଦୁହେଁ ପରସ୍ପର ନିକଟତର ହୋଇ ଚାଲିଲେ। କଥା ଏ ପର୍ଯ୍ୟନ୍ତ ବଢିଗଲା ଯେ, ଦୁହିଁଙ୍କ ମଧ୍ୟରେ ମହଙ୍ଗା ଉପହାର ପର୍ଯ୍ୟନ୍ତ ଆଦାନ-ପ୍ରଦାନ ହେବାରେ ଲାଗିଲା।ଦୀପକ ଟଣ୍ଡନ ଏହା ମଧ୍ୟ କହିଛନ୍ତି, କଳ୍ପନା ୨ କୋଟି ଟଙ୍କା ନେବା ସହ ଏକ ଲକ୍ଷ ଟଙ୍କାର ବ୍ରେସଲେଟ, ୫ ଲକ୍ଷ ଟଙ୍କାର ସୁନାର ଚେନ ଓ ୧୨ ଲକ୍ଷ ଟଙ୍କାର ହୀରାର ମୁଦି ନେଇଛନ୍ତି। ଡିଏସପି ରାୟପୁରର ଭିଆଇପି ରୋଡରେ ଥିବା ହୋଟେଲକୁ ମଧ୍ୟ ନିଜ ଭାଇ ନାଁରେ କରାଇ ନେଇଛି। ପରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଡିଏସପି ହୋଟେଲ୍ ସଂପତ୍ତିକୁ ନିଜ ନାମରେ ଟ୍ରାନ୍ସଫର କରାଇଥିବା ଦୀପକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ଦୀପକ ଟଣ୍ଡନ ନିଜ ଅଭିଯୋଗରେ କହିଛନ୍ତି ଡିଏସପି ତାଙ୍କଠୁ ଗତ କିଛି ବର୍ଷରେ ୨ କୋଟିରୁ ଅଧିକ ଟଙ୍କା ନେଇଛନ୍ତି। ମହଙ୍ଗା ଗାଡ଼ି, ଗହଣା ଓ ଉପହାର ବି ନେଇଛନ୍ତି। ଏପରିକି ଗୋଟିଏ ହୋଟେଲ୍ ନିଜ ଭାଇ ନାଁରେ ବି କରାଇ ନେଇଛି। ଦୀପକଙ୍କ ଅଭିଯୋଗ ଅନୁଯାୟୀ, ଦୁହିଁଙ୍କ ମଧ୍ୟରେ ପ୍ରାୟ ଚାରି ବର୍ଷରୁ ପ୍ରେମ ସଂପର୍କ ଥିଲା। ଟଣ୍ଡନ କହିଛନ୍ତି ଦୁହେଁ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲୁ। ସେ କିଛି ଚାଟ୍ସ ବି ସାର୍ବଜନୀନ କରିଛନ୍ତି। ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ତାଙ୍କ ସହ ରହିବା ପାଇଁ ଡିଏସପି କଳ୍ପନା ଚାପ ପକାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ଉଦ୍ୟୋଗପତି ଓ ତାଙ୍କ ପତ୍ନୀ ଏବେ ଡିଏସପି କଳ୍ପନାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ ଏଫଆଇଆର ରୁଜୁ କରି ନ ଥିବା ଦମ୍ପତ୍ତି କହିଛନ୍ତି। ଅନ୍ୟପଟେ ଡିଏସପି ନିଜ ଉପରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅନ୍ୟପଟେ ଚର୍ଚ୍ଚା ଜୋର ଧରିଛି ଯେ, ଦୀପକ ଟଣ୍ଡନ ବିବାହିତ ହୋଇଥିବା ସତ୍ତ୍ଵେ ଜାଣିଶୁଣି ଡିଏସପି କଳ୍ପନାଙ୍କ ସହ ବନ୍ଧୁତା ବଢାଇଥିଲା ଏବଂ ନିଜ ଇଚ୍ଛାରେ ଉପହାର ଦେଉଥିଲା। ମାତ୍ର ଉଭୟଙ୍କ ସଂପର୍କ ତେବେ ବିଗିଡ଼ିଲା ଯେତେବେଳେ ଦୀପକଙ୍କ ପତ୍ନୀ ବରଖା ଉଭୟଙ୍କ ସଂପର୍କ ବିଷୟରେ ଜାଣିଲେ। ବରଖା ଦୀପକ ଓ କଳ୍ପନାଙ୍କ ମଧ୍ୟରେ ମୋବାଇଲରେ ହୋଇଥିବା କଥାବାର୍ତ୍ତା ଓ ଚାଟ୍ ଦେଖି ନେଇଥିଲେ। ଏହା ପରେ ଦୀପକ ଦୂରେଇ ରହି ଡିଏସପି ପ୍ରେମ ଜାଲରେ ଫସାଇ ତାଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗ କରିଥିବା ଚର୍ଚ୍ଚା ହେଉଛି।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories