China Bizarre News / ପଡ଼ୋଶୀଙ୍କୁ କରୁଥିଲେ ହଇରାଣ; କୋର୍ଟ ଦେଲେ ଏପରି ଶିକ୍ଷା
·4 hours ago·2 min read

Key Points
ପଡ଼ୋଶୀଙ୍କୁ ହଇରାଣ କରିବାରୁ କୋର୍ଟ ଜଣେ ବ୍ୟକ୍ତିଙ୍କୁ ଦଣ୍ଡିତ କରି ଲାଉଡସ୍ପୀକର ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
China Weird News: ପଡ଼ୋଶୀଙ୍କ ସହ ଝଗଡ଼ା ଅଥବା ଗଣ୍ଡଗୋଳ ଘଟଣା ହେଉଛି ପ୍ରାୟତଃ ସାଧାରଣ ଘଟଣା। କାରଣ ଆମେ ପ୍ରାୟତଃ ଯେଉଁମାନଙ୍କ ସହିତ ରହିଥାଉ ସେମାନଙ୍କ ସହିତ କୌଣସି ନା କୌଣସି କାରଣକୁ ନେଇ ଯୁକ୍ତିତର୍କ କିମ୍ବା ମତଭେଦ ଅଥବା ବିବାଦ ଉପୁଜିଥାଏ। ହେଲେ ବର୍ତ୍ତମାନ ଚୀନ୍ ରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ହୋଇଥିବା ବିବାଦ ଏବେ ଚର୍ଚ୍ଚାରେ ରହିଛି। ରିପୋର୍ଟ ଅନୁଯାୟୀ ଦେଶ ଗ୍ୱାଙ୍ଗଝାଉ ସହରରେ ରହୁଥିବା ଦୁଇଜଣ ବ୍ୟକ୍ତି ସେମାନଙ୍କ ପଡ଼ୋଶୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ କରିଥିବା ଅଦ୍ଭୂତ କାମ ପାଇଁ ଚର୍ଚ୍ଚାକୁ ଆସିଛନ୍ତି।
ଲାଉଡସ୍ପୀକରରେ ବଜାଇଥିଲେ ଭୂତ କାହାଣୀ
ସ୍ଥାନୀୟ ଗଣମାଧ୍ୟମ ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦେଶର ଗ୍ୱାଙ୍ଗଡଙ୍ଗ୍ ପ୍ରଦେଶର ରାଜଧାନୀ ଗ୍ୱାଙ୍ଗଝାଉ ସହରରେ ରହୁଥିବା ଲୁ (Lu) ଏବଂ ତାଙ୍କ ସହଯୋଗୀ ଲି (Li) ଙ୍କ ସେମାନଙ୍କ ପଡ଼ୋଶୀ ଶି (Xie) ଙ୍କ ସହିତ ବିବାଦ ହୋଇଥିଲା। ଏହାରେ ପ୍ରତିଶୋଦ ନେବାକୁ ଯାଇ ସବୁ ଦିନେ ରାତିରେ
ଲାଉଡସ୍ପୀକର ବ୍ୟବହାର କରି ଭୂତ କାହାଣୀ ବଜାଇବାରେ ଲାଗିଥିଲେ। ଉଭୟେ ପ୍ରାୟ ୧୦ ଘଣ୍ଟାରୁ ଅଧିକ ସମୟ ପାଇଁ ଏଭଳି ଭୟଙ୍କର ଶବ୍ଦକୁ ବାରମ୍ବାର ବଜାଉଥିଲେ।
କେବଳ ଜଣେ ପଡ଼ୋଶୀ ନୁହେଁ ବରଂ ସମଗ୍ର ବିଲ୍ଡିଂ ହୋଇଯାଇଥିଲା ଅସ୍ତବ୍ୟସ୍ତ
ଏହା ଦ୍ୱାରା କେବଳ ଜଣେ ପଡୋଶୀଙ୍କୁ ଅସୁବିଧା ହେଉନଥିଲା। ବରଂ ଏହା ଦ୍ୱାରା ସମଗ୍ର ବିଲ୍ଡିଂ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ଉପର ମହଲାରେ ରହୁଥିବା କୁଇ (Cui) ନାମକ ଜଣେ ବ୍ୟକ୍ତି ଏହା ଦ୍ୱାରା ବିଶେଷ ଭାବରେ ବିଚଳିତ ହୋଇ ପଡ଼ିଥିଲେ। କାରଣ ସେ ତାଙ୍କ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ହେଲେ ନିରନ୍ତର ଭାବରେ ଲାଉଡସ୍ପୀକର ବଜାଇବା କାରଣରୁ ତାଙ୍କ ପାଠପଢ଼ାରେ ବାଧା ଉପୁଜିଥିଲା।
ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିଲା ଆଇନ
ଏହି ଘଟଣା ସହ ଜଡ଼ିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲୁ ଏବଂ ତାଙ୍କ ସହଯୋଗୀ ଲି ଆଇନଗତ ଭାବେ ଧାର୍ଯ୍ୟ ହୋଇଥିବା ଡେସିବଲ୍ ସୀମା ମଧ୍ୟରେ ଲାଉଡ଼ ସ୍ପୀକର ବଜାଉ ଥିଲେ। ଘର ଭିତରେ ଲାଉଡ଼ ସ୍ପୀକର ବଜାଇବା ପାଇଁ ୩୬, ଦିନ ବେଳା ୬୦ ଏବଂ ରାତି ସମୟରେ ୫୦ ଡେସିବେଲ୍ ସୀମା ଧାର୍ଯ୍ୟ ହୋଇଥିଲା। ଏହି କାରଣରୁ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରି ନଥିଲା।
କୋର୍ଟ ଦେଲେ ଏପରି ନିର୍ଦ୍ଦେଶ
ଶେଷରେ କୁଇ ଗୁଆଙ୍ଗଝୁ ହାଇଝୁ ଜିଲ୍ଲା ଲୋକ ଅଦାଲତର ଦ୍ୱାରସ୍ତ ହୋଇଥିଲେ। ସେ ସମ୍ଭାବ୍ୟ କ୍ଷତିକୁ ରୋକିବା ପାଇଁ ଏକ ପ୍ରାକ୍-ମକଦ୍ଦମା ନିଷେଧ ପାଇଁ ଆବେଦନ କରିଥିଲେ। ସ୍ଥାନୀୟ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ। ଲୁ (Lu) ଙ୍କୁ ତୁରନ୍ତ ଲାଉଡ଼ସ୍ପୀକର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଲୁ କୋର୍ଟ ତତ୍ତ୍ୱାବଧାନରେ ସ୍ପୀକର ହଟାଇବା ସହ ସମସ୍ତ ରେକର୍ଡିଂ ଡିଲିଟ୍ କରିଥିଲେ। ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନକରିବାକୁ ପ୍ରତିଶୃତି ଦେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories