Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଇରାନ ଯୁଦ୍ଧ ରୋକିବାକୁ ଆଗଭର ହେଲା ଚୀନ; ଦେଲା ବଡ଼ ଅଫର୍

International

China Steps In / ଇରାନ ଯୁଦ୍ଧ ରୋକିବାକୁ ଆଗଭର ହେଲା ଚୀନ; ଦେଲା ବଡ଼ ଅଫର୍

Sushanta Sahoo
Browse all articles by Sushanta Sahoo
·1 month ago·2 min read
ଇରାନ ଯୁଦ୍ଧ ରୋକିବାକୁ ଆଗଭର ହେଲା ଚୀନ; ଦେଲା ବଡ଼ ଅଫର୍
China steps in to ease Iran war

Key Points

ଯୁଦ୍ଧ ରୋକିବାକୁ ଆଗକୁ ଆସି ମଧ୍ୟସ୍ଥତା ପ୍ରସ୍ତାବ ଦେଇଛି ଚୀନ । ଯୁଦ୍ଧ ଆରମ୍ଭରୁ ଚୀନ ଓ ଋଷ, ଇରାନ ଆଡ଼କୁ ଢ଼ଳି ରହିଛନ୍ତି । ତେବେ ଉପସାଗରୀୟ ଦେଶ ଉପରେ ଇରାନର ଆକ୍ରମଣକୁ ଚୀନ ବିରୋଧ କରି ଆସୁଛି ।
ନୂଆଦିଲ୍ଲୀ: ଯୁଦ୍ଧରେ ଜଳୁଛି ମଧ୍ୟପ୍ରାଚ୍ୟ । ଅୟୋତୁଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ପରେ ଆମେରିକା-ଇରାନ ମଧ୍ୟରେ ସଂଘର୍ଷ ଚରମରେ ପହଞ୍ଚିଛି । ଉପସାଗରୀୟ ଦେଶଗୁଡ଼ିକ ଉପରେ ଇରାନର ଆକ୍ରମଣ ବିଶ୍ଵରେ ତୈଳ ସଂକଟ ସୃଷ୍ଟି କରିଛି ।

ଏକାଧିକ ଦେଶ ଯୁଦ୍ଧ ଶୀଘ୍ର ସାରିବାକୁ ପ୍ରୟାସରତ ଅଛନ୍ତି । ଏହାରି ଭିତରେ, ଯୁଦ୍ଧ ରୋକିବାକୁ ଆଗକୁ ଆସି ମଧ୍ୟସ୍ଥତା ପ୍ରସ୍ତାବ ଦେଇଛି ଚୀନ । ଯୁଦ୍ଧ ଆରମ୍ଭରୁ ଚୀନ ଓ ଋଷ, ଇରାନ ଆଡ଼କୁ ଢ଼ଳି ରହିଛନ୍ତି । ତେବେ ଉପସାଗରୀୟ ଦେଶ ଉପରେ ଇରାନର ଆକ୍ରମଣକୁ ଚୀନ ବିରୋଧ କରି ଆସୁଛି ।

ଏଥିସହ ପଢ଼ନ୍ତୁ: ୨୪ ଘଣ୍ଟାରେ ପୁଣି ଥରେ ସାମ୍ନାକୁ ଆସିଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ; ଭିଡ଼ିଓ ହେଲା ଭାଇରାଲ

ଏବେ ଚୀନର ବିଦେଶ ମନ୍ତ୍ରଣାଳୟ କହିଛି, "ମଧ୍ୟପ୍ରାଚ୍ୟରେ ଅସ୍ତ୍ରବିରତି କିମ୍ବା ଯୁଦ୍ଧ ରୋକିବାକୁ ଚୀନ ମଧ୍ୟସ୍ଥତା କରିବାକୁ ପ୍ରୟାସ ଜାରି ରଖିଛି ।" ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି, "ଯୁଦ୍ଧ ଶେଷ ପାଇଁ ମଧ୍ୟସ୍ଥତା ଜାରି ରିହବ । ଏହି ଯୁଦ୍ଧ କେବେ ହେବାର ନଥିଲା, ଏହାକୁ ଜାରି ରଖିବାର କୌଣସି କାରଣ ନାହିଁ ।"

ବୁଧବାର ଚୀନର ବିଦେଶ ମନ୍ତ୍ରୀ ବେଜିଂରେ ୟୁଏଇ ରାଷ୍ଚ୍ରପତିଙ୍କ ଚୀନର ସ୍ଵତନ୍ତ୍ର ରାଷ୍ଟ୍ରଦୂତ ଖଲଦୁନ ଅଲ ମୁବାରକଙ୍କ ସହ ବୈଠକ ବେଳେ ଏହି କତା କହିଛନ୍ଚି । ଏହି ବୈଠକରେ ୟୁଏଇର ସାର୍ବଭୌମତ୍ଵ ଓ ସୁରକ୍ଷା ପ୍ରତି ଚୀନ ସମର୍ଥନ ଜଣାଇଛି ।

ଯୁଦ୍ଧରେ ଇରାନକୁ ସହାୟତା

ଆମେରିକା, ଇସ୍ରାଏଲ୍ ସହ ଇରାନ ଯୁଦ୍ଧ ଜାରି ରହିଛି । ପ୍ରଥମ ଦିନକୁ ଉଭୟ ଋଷ ଓ ଚୀନ, ଇରାନ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଅଛନ୍ତି । ବିଗତ ଦିନରେ ଇରାନର ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚି କହିଥିଲେ, "ଋଷ ଓ ଚୀନ ବିଭିନ୍ନ ଉପାୟରେ ଇରାନକୁ ସହାୟତା କରୁଛନ୍ତି । ଯେଉଁଥିରେ ସୈନ୍ୟ ସହଯୋଗ ସାମିଲ୍ ଅଛି ।"

ଏଥିସହ ପଢ଼ନ୍ତୁ: ଇରାନକୁ ବଡ ଝଟକା! ଯୁଦ୍ଧ ମଧ୍ୟରେ ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି

ଏକ ସାକ୍ଷାତକାରରେ ଅରାଘଚି କହିଛନ୍ତି, "ତେହରାନ ସହ ଋଷ ଓ ଚୀନ କୃଟୀନୀତିକ ଭାବେ କାମ କରୁଛନ୍ତି । ପୂର୍ବରୁ ଆମେ ଘନିଷ୍ଠ ସହଯୋଗୀ ରହିଛୁ, ଆଗକୁ ମଧ୍ଯ ରହିବୁ, ଏଥିରେ ସୈନ୍ୟ ସହଯୋଗ ସାମିଲ୍ ରହିଛି । ରାଜନୈତିକ,, ଆର୍ଥିକ ଓ ସୈନ୍ୟ ଶକ୍ତି କ୍ଷେତ୍ରରେ ସମ୍ପର୍କ ଘନିଷ୍ଠ ରହିଛି ।

ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଚୀନର ଅପିଲ୍

ଇରାନ ଯୁଦ୍ଧ ବନ୍ଦ କରିବାକୁ ଚୀନ ଏକାଧିକ ଥର ଅପିଲ୍ କଲାଣି । ସମସ୍ତ ପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଚୀନ କହି ଆସୁଛି । ଚୀନ ଅନୁସାରେ, "ଆଲୋଚନାରେ ସମାଧାନ ହୋଇ ପାରିବ ।" ଆମେରିକା ଓ ଇସ୍ରାଏଲ୍‌ ଆକ୍ରମଣର ସମାଲୋଚନା କରି ଚୀନ କହିଛି, "ଏହି ଆକ୍ରମଣ ଠିକ୍ ନୁହେଁ, ଏହା ସାର୍ବଭୌମତ୍ଵର ଉଲ୍ଲଂଘନ । ଇରାନରେ କ୍ଷମତା ପରିବର୍ତ୍ତନ ପାଇଁ ଆମେରିକା କରୁଥିବା ପ୍ରୟାସ ଭୁଲ୍, ଏହାର ସମର୍ଥନ କରୁ ନାହୁଁ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
China Offers to Mediate and Stop Iran War Amid Rising Tensions | Argus News | Argus News