Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୪ ଘଣ୍ଟାରେ ପୁଣି ଥରେ ସାମ୍ନାକୁ ଆସିଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ; ଭିଡ଼ିଓ ହେଲା ଭାଇରାଲ

International

Israel PM New Viral Video / ୨୪ ଘଣ୍ଟାରେ ପୁଣି ଥରେ ସାମ୍ନାକୁ ଆସିଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ; ଭିଡ଼ିଓ ହେଲା ଭାଇରାଲ

Subhramjit Ray
Browse all articles by Subhramjit Ray
·1 month ago·2 min read
୨୪ ଘଣ୍ଟାରେ ପୁଣି ଥରେ ସାମ୍ନାକୁ ଆସିଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ; ଭିଡ଼ିଓ ହେଲା ଭାଇରାଲ
Israel PM Benjamin Netanyahu

Key Points

ବିଗତ ୨୪ ଘଣ୍ଟାରେ ପୁଣି ଥରେ ସର୍ବସାଧରଣକୁ ଆସି ଚର୍ଚ୍ଚାରେ ଅଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ।
Israel PM Benjamin Netanyahu: ଇରାନ ସହ ଚାଲିଥିବା ଯୁଦ୍ଧକୁ ୧୮ ଦିନ ହୋଇଥିବା ବେଳେ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିଛି। ଏଥର ତାଙ୍କୁ ଏକ ରେସ୍ତୁରାଁ ରହିଥିବା ସ୍ଥାନରେ ବୁଲୁଥିବାର ଦେଖିବାକୁ ମିଳୁଛି। ତାଙ୍କ ସରକାରୀ ସୋସିଆଲ ମିଡ଼ିଆରୁ ଏହାର ଏକ ଭିଡିଓ ପୋଷ୍ଟ କରାଯାଇଛି। ତାଙ୍କୁ ଗୁଜବ ସୃଷ୍ଟି କରୁଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ନିଜର ଭିଡ଼ିଓ ମାଧ୍ୟମରେ ତାଙ୍କ ସ୍ଥିତି ସମ୍ପର୍କରେ ଜଣାଇ ଦେଇଛନ୍ତି।

ଯଦିଓ ଯୁଦ୍ଧ ସୟରେ କିଛି ଇରାନୀ କ୍ଷେପଣାସ୍ତ୍ର ଇସ୍ରାଏଲୀ ସୀମାରେ ଆସିଛି ପଡ଼ିଛି, ହେଲେ ଦେଶର ଦୁଇ ରାଜଧାନୀ ଜେରୁସେଲେମ କିମ୍ବା ତେଲ ଅଭିଭ ସହରରେ ଏ ପର୍ଯ୍ୟନ୍ତ କୌଣସି ଭୟ କିମ୍ବା ଆତଙ୍କ ସୃଷ୍ଟି ହୋଇନାହିଁ। ଆଲର୍ମ ବାଜିବା ମାତ୍ରେ ସମ୍ବେଦନଶୀଳ ସୀମାବର୍ତ୍ତୀ ଅଞ୍ଚଳର ଲୋକେ ସେମାନଙ୍କ ଆଖ ପାଖରେ ସୈନ୍ୟ ବଙ୍କର ପାଖକୁ ଚାଲିଯିବାକୁ ବାଧ୍ୟ ହେଉଛନ୍ତି। ହେଲେ ଅନ୍ୟ ସ୍ଥାନରେ ଇସ୍ରାଏ ନାଗରିକ ବିନା ଭୟରେ ମୁକ୍ତ ଭାବରେ ଚଳ ପ୍ରଚଳ କରି ପାରୁଛନ୍ତି।

ଏହା ପୂର୍ବରୁ ରବିବାର ରେସ୍ତୁରାଁ ଠାରେ ପହଞ୍ଚିବା ପୂର୍ବରୁ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ (Israeli PM Benjamin Netanyahu) ଏକ କଫି ଦୋକାନ ସପ୍ ପରିଦର୍ଶନ କରିଥିଲେ। ଯେଉଁଠାରୁ ସେ ତାଙ୍କ ମୃତ୍ୟୁ ଖବରକୁ ମିଥ୍ୟା ବୋଲି ଦର୍ଶାଇଥିଲେ। କ୍ୟାମେରା ଆଡ଼କୁ ଆଙ୍ଗୁଠି ଦେଖାଇ ସେ ଲୋକଙ୍କୁ ମିଥ୍ୟା ଖବର ପ୍ରସାରଣକାରୀଙ୍କ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଇଥିଲେ। ସେ କଫି ପିଉଥିବାର ଭିଡ଼ିଓ ଖୁବ ଭାଇରାଲ ହୋଇଥିଲା।

ବିନା ସୁରକ୍ଷାରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ
ଏବେ ରେସ୍ତୁରାଁ ଠାରେ ତାଙ୍କର ଯେଉଁ ଭିଡ଼ିଓ ଭାଇରାଲ (Benjamin Netanyahu Viral Video) ହେଉଛି ସେଥିରେ ଖୋଲା ଆକାଶ ତଳେ ଚେୟାର ଏବଂ ଟେବୁଲ ରଖାଯାଇଥିବା ଦେଖାଯାଇଛି। କିଛି ଲୋକ ସେଠାରେ ବସିଛନ୍ତି। ସେଠାରେ କଫି ପିଉଥିବା ସମୟରେ କିଛି ଲୋକ ହସିବା ସହ ଗପସପ କରୁଛନ୍ତି। ଏହା ପରେ ଏକ ଟ୍ରାକସୁଟ୍ ପିନ୍ଧି, ସମସ୍ତେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ସେମାନଙ୍କ ମଧ୍ୟରେ ପାଇ ବେଶ ଖୁସି ଅଛନ୍ତି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଶାନ୍ତ ଭାବରେ ଉପସ୍ଥିତ ଥିବା ଲୋକଙ୍କୁ ସ୍ୱାଗତ କରୁଛନ୍ତି। ସେମାନଙ୍କ ସହିତ ସେ ହାତ ମିଳିଇବା ସହ ହସି ହସି କଥା ହେଉଛନ୍ତି। କାହା ମୁହଁରେ ଯୁଦ୍ଧ, କ୍ଷେପଣାସ୍ତ୍ର କିମ୍ବା ଡ୍ରୋନ୍ ଆକ୍ରମଣର ଭୟର କୌଣସି ଚିହ୍ନ ବର୍ଣ୍ଣ ନାହିଁ। ଏହି ଭିଡିଓ ସେୟାର କରିବା ସମୟରେ ତାଙ୍କ ଦ୍ୱାରା ଲେଖାଯାଇଥିବା କ୍ୟାପସନ ଏବେ ଚର୍ଚ୍ଚାରେ ରହିଛି। ଯେଉଁଥିରେ ସେ ଲେଖିଛନ୍ତି ନିର୍ଦ୍ଦେଶ ପାଳନ କରି ଆମେ ଜିତିପାରିବା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Netanyahu Appears Again Within 24 Hours, Video Goes Viral | Argus News