China accuses US / ପେଣ୍ଟାଗନ ରିପୋର୍ଟକୁ ଚୀନର ପ୍ରତ୍ୟାଖ୍ୟାନ, ଏମିତି କହିଲା ଆମେରିକା...
·6 months ago·2 min read

Key Points
ଭାରତ-ଚୀନ ସମ୍ପର୍କ ବିଗାଡ଼ିବାକୁ ଚାହୁଁଛି ଆମେରିକା
ଭିନ୍ନ ଭିନ୍ନ ଆଳ ଦେଖାଇ ଆମେରିକା କରୁଛି ଟାର୍ଗେଟ

ପୁଣି ଜଣାପଡ଼ିଲା ଆମେରିକାର ପ୍ଲାନ। ଗୋଟେ ପରେ ଗୋଟେ ବିବାଦ ଭିତରକୁ ନିଜେ ନିଜେ ମାଡି ଆସୁଛି ଆମେରିକା। ଭାରତ-ଚୀନ ସମ୍ପର୍କ ବିଗାଡ଼ିବାକୁ ଚାହୁଁଛି ଆମେରିକା । ସୀମା ଟେନସନ କମ୍ କରିବାକୁ ଅସ୍ତ୍ର କରି ଚୀନ ଆମେରିକା-ଭାରତ ସମ୍ପର୍କ ଖରାପ କରିବାକୁ ଚାହୁଁଛି ବୋଲି ପେଣ୍ଟାଗନ ଯେଉଁ ଦାବି କରିଛି, ଚୀନ ଏହାକୁ ବି ଖଣ୍ଡନ କରିଛି। ଅରୁଣାଚଳ ପ୍ରଦେଶ ନେଇ ପେଣ୍ଟାଗନର ରିପୋର୍ଟ ଉପରେ ଅସନ୍ତୋଷ ପ୍ରକାଶ କଲା ଚୀନ। ଭାରତର ଅରୁଣାଚଳ ପ୍ରଦେଶକୁ ଚୀନ ନିଜର କୋର ଇଣ୍ଟରେଷ୍ଟ ଭାବୁଥିବା ଆମେରିକାର ପେଣ୍ଟାଗନ ରିପୋର୍ଟ ଦେଇଥିଲା।ଆମେରିକାର ପେଣ୍ଟାଗନ ଏକ ରିପୋର୍ଟରେ କହିଥିଲା ଯେ ଚୀନ୍ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିର କରିବା ପାଇଁ ଉଦ୍ୟମ କରୁଛି। ସମ୍ଭବତଃ ଭାରତ ସହିତ ହ୍ରାସ ପାଇଥିବା ଉତ୍ତେଜନାର ଫାଇଦା ଉଠାଇବାକୁ ଯାଇ ଚୀନ ଭାରତ-ଆମେରିକାର ଗଭୀର ସମ୍ପର୍କକୁ ରୋକିବାକୁ ଚାହୁଁଛି।
ତେବେ ପେଣ୍ଟାଗନର ଏହି ରିପୋର୍ଟକୁ ହାଲୁକା ଭାବରେ ନେବା ବି ଉଚିତ ନୁହେଁ। କାରଣ ୧୯୬୨ ମସିହାରେ ଚୀନ ଯେଉଁଭଳି ଭାବରେ ଭାରତକୁ ଧୋକା ଦେଇ ଆକ୍ରମଣ କରିଥିଲା ଠିକ୍ ସେମିତି ଚୀନ ଷଡ଼ଯନ୍ତ୍ର କରୁଥାଇପାରେ। ତେଣୁ ଭାରତକୁ ବି ଭିତରେ ଭିତରେ ସଜାଗ ରହିବାର ଆବଶ୍ୟକତା ରହିଛି। ରିପୋର୍ଟ ଅନୁଯାୟୀ, ଅରୁଣାଚଳ ପ୍ରଦେଶକୁ ଚୀନ ଦକ୍ଷିଣ ତିବ୍ଦତର ଅଂଶ ଜାଙ୍ଗନାନ ବୋଲି ଦାବି କରୁଛି। ୨୦୪୯ ସୁଦ୍ଧା ଏକ ବଡ଼ ପୁନରୁଦ୍ଧାର ଯୋଜନାରେ ସେ ଏହାକୁ ହାସଲ କରିବାର ବ୍ୟାପକ ଯୋଜନା କରୁଛି। କେମିତି ଏହାକୁ ଯୁଦ୍ଧ କରି ଜିତି ହେବ ଏହି ଲକ୍ଷ୍ୟରେ ବେଜିଂ ଏକ ଉଚ୍ଚ ବିଶ୍ୱ ସ୍ତରର କାର୍ଯ୍ୟ କରୁଛି। ଯୁଦ୍ଧ କରି ଜିତିବା ସକ୍ଷମ ଏକ ବିଶ୍ୱସ୍ତରୀୟ ସାମରିକ ବାହିନୀ ପ୍ରସ୍ତୁତ କରିବାକୁ ଚାହୁଁଛି ବୋଲି ପେଣ୍ଟାଗନ ରିପୋର୍ଟ ଦେଇଛି।
ଏଥିସହ ପଢ଼ନ୍ତୁ: ନୀଳ ହଳଦିର ରହସ୍ୟ ଖୋଲିଲେ ପ୍ରିୟଙ୍କା ଗାନ୍ଧୀ, ପ୍ରଧାନମନ୍ତ୍ରୀ କହିଲେ...
ସେପଟେ ଭାରତ ଚୀନ ଦାବିକୁ ନିରନ୍ତର ପ୍ରତ୍ୟାଖ୍ୟାନ କରିଆସିଛି। ଅରୁଣାଚଳ ପ୍ରଦେଶ ଦେଶର ଏକ ଅବିଚ୍ଛେଦ୍ୟ ଅଂଶ "ଥିଲା, ଅଛି ଏବଂ ସବୁବେଳେ ରହିବ ବୋଲି ଭାରତ କହି ଆସିଛି। ମିଡିଆରେ ପ୍ରତିକ୍ରିୟା ଦେଇ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ଲିନ ଜିଆନ କହିଛନ୍ତି ଯେ ଚୀନ ଭାରତ ସହିତ ତାର ସମ୍ପର୍କକୁ ଏକ ରଣନୈତିକ ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣରୁ ଦେଖୁଛି। ସୀମା ବିବାଦ ସମ୍ପୂର୍ଣ୍ଣ ଦୁଇ ଦେଶର ବ୍ୟକ୍ତିଗତ ମାମଲା। ଏଥିରେ ଅନ୍ୟ କେଉଁ ଦେଶର ମତାମତାକୁ ଚୀନ ଦୃଢ଼ ବିରୋଧ କରେ ବୋଲି ଲିନ ଜିଆନ କହିଛନ୍ତି।ଆମେରିକା କଂଗ୍ରେସକୁ ପ୍ରଦାନ କରାଯାଇଥିବା ସାମ୍ପ୍ରତିକ ପେଣ୍ଟାଗନ ରିପୋର୍ଟରେ ଅରୁଣାଚଳ ପ୍ରଦେଶକୁ ଚୀନର "ମୁଖ୍ୟ ସ୍ୱାର୍ଥ" ମଧ୍ୟରେ ଦର୍ଶାଯାଉଛି। ତାଇୱାନ ଏବଂ ଦକ୍ଷିଣ ଚୀନ ସାଗରରେ ବେଜିଂର କ୍ଷେତ୍ରୀୟ ଏବଂ ସାମୁଦ୍ରିକ ଦାବି ହି ଚୀନର କୋର ଇଣ୍ଟରେଷ୍ଟରେ ରହିଛି। ଉତ୍ତର-ପୂର୍ବ ଭାରତୀୟ ରାଜ୍ୟ ଭବିଷ୍ୟତରେ ଭାରତ-ଚୀନ୍ ସମ୍ପର୍କରେ ଏକ ପ୍ରମୁଖ ବିବାଦୀୟ ସ୍ଥାନ ଭାବରେ ଉଭା ହୋଇପାରେ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: