|
logo
Live
Argus News App
GET APP

Argus News - ଆଉ ମଣିଷଙ୍କୁ ମିଳିବନି ପୋଲିସ ଚାକିରି ! ଟ୍ରାଫିକ୍ ନିୟନ୍ତ୍ରଣ ସହ ରୋବୋଟ୍ ପୋଲିସ କାଟୁଛି ଚାଲାଣ

International

AI Robot Police / ଆଉ ମଣିଷଙ୍କୁ ମିଳିବନି ପୋଲିସ ଚାକିରି ! ଟ୍ରାଫିକ୍ ନିୟନ୍ତ୍ରଣ ସହ ରୋବୋଟ୍ ପୋଲିସ କାଟୁଛି ଚାଲାଣ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଆଉ ମଣିଷଙ୍କୁ ମିଳିବନି ପୋଲିସ ଚାକିରି ! ଟ୍ରାଫିକ୍ ନିୟନ୍ତ୍ରଣ ସହ ରୋବୋଟ୍ ପୋଲିସ କାଟୁଛି ଚାଲାଣ
China Uses Robot Police to Control Traffic

Key Points

ଏହି ରୋବୋଟ୍ ପୋଲିସ ସହରର ଟ୍ରାଫିକ୍ ସିଗନାଲ୍ ସିଷ୍ଟମ ସହ ଜଡ଼ିତ । ଯିଏକି ଟ୍ରାଫିକ୍ ଲାଇଟ୍ ବଦଳିବା ସହ ଗାଡ଼ି ଚାଳକ ଓ ଯାତ୍ରୀଙ୍କୁ ଇସାରା ଦେଉଛି ।
ନୂଆଦିଲ୍ଲୀ: ବିପଦରେ ମଣିଷ, ଚାକିରି ନେଇଯିବ ରୋବୋଟ୍ ! ମେଡିକାଲରୁ ନେଇ କାରଖାନା ପର୍ଯ୍ୟନ୍ତ ରୋବୋଟ୍‌ର ବ୍ଯବହାର ହେଲାଣି । ଆଉ ପାଦେ ଆଗକୁ ବଢ଼ି ଏବେ ରାସ୍ତାର ଟ୍ରାଫିକ୍‌ରେ ରୋବୋଟ୍ ପୋଲିସକୁ ମୁତୟନ କରାଯାଇଛି ।

ଟେକ୍ନୋଲୋଜିରେ ଆଗକୁ ବଢ଼ୁଥିବା ଚୀନ ଏଭଳି ପ୍ରୟାସ କରିଛି । ଚୀନର ଅନହୁଇ ପ୍ରଦେଶର ଉହୁ ସହରର ବ୍ୟସ୍ତବହୁଳ ଟ୍ରାଫିକ୍‌ରେ ମୁତୟନ ହୋଇଛି ରୋବୋଟ୍ ଟ୍ରାଫିକ୍ ପୋଲିସ । ଯିଏକି ଗାଡ଼ି ଚାଳକଙ୍କ ଦିଗ ନିୟନ୍ତ୍ରଣ ସହ କେଉଁ ଲେନ୍‌ରେ ଯିବେ ନିର୍ଦ୍ଦେଶ ଦେଉଛି ।

ଏଥିସହ ପଢ଼ନ୍ତୁ: ଗୁଡ଼ି ଉଜାଡ଼ି ଦେଲା ପରିବାର; ୭୦ ଫୁଟ୍ ବ୍ରିଜ୍‌ ତଳକୁ ଖସି ଆଖି ବୁଜିଲା ବାପାମାଆ ସହ ଝିଅ

ପୋଲିସ ୟୁନିଫର୍ମ, ରିଫ୍ଲେକ୍ଟିଭ୍ ଜ୍ୟାକେଟ୍ ଓ ଧଳା ଟୋପି ପିନ୍ଧିଥିବା ରୋବୋଟ୍ ପୋଲିସକୁ ମିଳିଛି ବ୍ୟାଜ୍ ନମ୍ବର । ଯେଉଁଥିରେ 'Intelligent Police Unit R001' ଉଲ୍ଲେଖ ରହିଛି । ଦୂରରୁ ଦେଖିଲେ ଜମା ବି ବୁଝି ପାରିବେନି ଟ୍ରାଫିକ୍‌ରେ ରୋବୋଟ୍ ଛିଡ଼ା ହୋଇଛି ନା ମଣିଷ ।

କିନ୍ତୁ ରୋବୋଟ୍ ପୋଲିସର ମେଟାଲିକ୍ ଚମକ ଓ ଫ୍ୟୁଚରିଷ୍ଟିକ୍ ଷ୍ଟାଇଲ୍‌ ସେଲିବ୍ରିଟିରେ ପରଣିତ କରିଛି । ରିପୋର୍ଟ ଅନୁସାରେ, ଏଆଇ ଟେକ୍ନୋଲୋଜିରେ ଭରପୂର ଟ୍ରାଫିକ ପୁଲିସିଂ ରୋବୋଟ୍ ହେଉଛି 'Intelligent Police Unit R001' ।

ଏହି ରୋବୋଟ୍ ପୋଲିସ ସହରର ଟ୍ରାଫିକ୍ ସିଗନାଲ୍ ସିଷ୍ଟମ ସହ ଜଡ଼ିତ । ଯିଏକି ଟ୍ରାଫିକ୍ ଲାଇଟ୍ ବଦଳିବା ସହ ଗାଡ଼ି ଚାଳକ ଓ ଯାତ୍ରୀଙ୍କୁ ଇସାରା ଦେଉଛି । ଏଥିସହ ରୋବୋଟ୍ ପୋଲିସ ଦେହରେ ହାଇଡେଫିନେସ୍ କ୍ୟାମେରା ଓ ଇଣ୍ଟେଲିଜେଣ୍ଟ ଭଏସ୍-ବ୍ରଡକାଷ୍ଟିଂ ସିଷ୍ଟମ ଲାଗିଛି ।

ଏଥିସହ ପଢ଼ନ୍ତୁ: ଲେବଲ୍ ୧ରୁ ୧୮ ପର୍ଯ୍ୟନ୍ତ... ଅଷ୍ଟମ ବେତନ କମିଶନରେ କାହା ଦରମା, କେତେ ବଢ଼ିବ ? ଜାଣନ୍ତୁ

AI ଆଲଗୋରିଦମ ବ୍ୟବହାର କରାଯାଇଛି । ଯାହାକି ସାଇକେଲ୍ ଚାଳକ ଓ ପଥଚାରୀ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଚେତାବନୀ ଦେଇ ପାରିବ । ଦୂରରୁ ରୋବୋଟ୍ ପୋଲିସକୁ ଦେଖିଲେ ମଣିଷ ଭଳି ଦେଖା ଯାଉଛି । ଏହି ରୋବୋଟ୍ ୨୪ ଘଣ୍ଟା କାମ କରିବା ସହ କମାଣ୍ଡ ମିଳିଲେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଜେ ଯାଇ ପାରିବ । ଏହାଛଡ଼ା ବେଆଇନ୍ ପାର୍କିଂ ଓ ସଡ଼କରେ ଭିଡ଼କୁ ଦେଖି ନିଷ୍ପତ୍ତି ନେଇ ପାରିବ ।

ଗତବର୍ଷ ଜୁନ୍‌ରେ ଚୀନର ଚେନଗଡୁ ସହରରେ ରୋବୋଟ୍ ପୋଲିସର ଏକ ଟିମ୍ ମୁତୟନ କରିଥିଲା । ଡିସେମ୍ବରରେ ହାଙ୍ଗଜୋଉରେ ମୁତୟନ ହୋଇଥିଲା ପୁଲିସିଂ ରୋବୋଟ । ଏବେ ଚୀନର ୧୦୦ରୁ ଅଧିକ ସ୍ଥାନରେ ରୋବୋଟ୍ ପୋଲିସ ମୁତୟନ ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
AI Robot Police: ଆଉ ମଣିଷଙ୍କୁ ମିଳିବନି ପୋଲିସ ଚାକିରି ! ଟ୍ରାଫିକ୍ ନିୟନ୍ତ୍ରଣ ସହ ରୋବୋଟ୍ ପୋଲିସ କାଟୁଛି ଚାଲାଣ | Argus News