|
logo
Live
Argus News App
GET APP

Argus News - ଲେବଲ୍ ୧ରୁ ୧୮ ପର୍ଯ୍ୟନ୍ତ... ଅଷ୍ଟମ ବେତନ କମିଶନରେ କାହା ଦରମା, କେତେ ବଢ଼ିବ ? ଜାଣନ୍ତୁ

Business

Salary Hike / ଲେବଲ୍ ୧ରୁ ୧୮ ପର୍ଯ୍ୟନ୍ତ... ଅଷ୍ଟମ ବେତନ କମିଶନରେ କାହା ଦରମା, କେତେ ବଢ଼ିବ ? ଜାଣନ୍ତୁ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଲେବଲ୍ ୧ରୁ ୧୮ ପର୍ଯ୍ୟନ୍ତ... ଅଷ୍ଟମ ବେତନ କମିଶନରେ କାହା ଦରମା, କେତେ ବଢ଼ିବ ? ଜାଣନ୍ତୁ
8th Pay Commission Salary Calculator

Key Points

ଅଷ୍ଟମ ବେତନ କମିଶନଙ୍କୁ ମଞ୍ଜୁରୀ ମିଳି ସାରିଛି । ଯାହା ପରେ ସମସ୍ତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ସେମାନଙ୍କ ଦରମା କେତେ ଟଙ୍କା ବଢ଼ିବ ?
ନୂଆଦିଲ୍ଲୀ: ଅଷ୍ଟମ ବେତନ କମିଶନଙ୍କୁ ମଞ୍ଜୁରୀ ମିଳି ସାରିଛି । ଯାହା ପରେ ସମସ୍ତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ସେମାନଙ୍କ ଦରମା କେତେ ଟଙ୍କା ବଢ଼ିବ ? ବର୍ତ୍ତମାନ ପର୍ଯ୍ୟନ୍ତ ଅଷ୍ଟମ ବେତନ କମିଶନଙ୍କ ପକ୍ଷରୁ ଦରମା ଷ୍ଟ୍ରକଚର୍ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ । ବିଶେଷଜ୍ଞ ଅନୁମାନ ଅନୁସାରେ, ଆସନ୍ତୁ ଜାଣିବା ଲେବଲ୍ ୧ରୁ ନେଇ ୧୮ ପର୍ଯ୍ୟନ୍ତ କାହା ଦରମା କେତେ ବଢ଼ିବ ?

ରିପୋର୍ଟ ଅନୁସାରେ, ଦରମା ଓ ଭତ୍ତା ବୃଦ୍ଧି ଫିଟମେଣ୍ଟ ଫ୍ୟାକ୍ଟର (Fitment Factor) ଉପରେ ନିର୍ଭର କରେ । ଯାହାକି ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଈଙ୍କ ଅଧ୍ୟକ୍ଷତା କମିଟି ନିର୍ଦ୍ଧାରଣ କରିବ । ଏହାପରେ କେନ୍ଦ୍ର ସରକାର ତାର ସମୀକ୍ଷା କରିବେ ଏବଂ ୨୦୨୭ର ଦ୍ଵିତୀୟ ତ୍ରୈମାସିକ ସୁଦ୍ଧା ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି । ଯାହା ପରେ ପାର୍ବଣରେ ଏହାକୁ ଲାଗୁ କରିବାର ଘୋଷଣା କରାଯାଇପାରେ ।

ଏଥିସହ ପଢ଼ନ୍ତୁ: ରେଲୱେ ବଦଳାଇଲା ନିୟମ; RAC ଯୁଗ ଶେଷ, ସ୍ଲିପରରେ ଗଲେ କମ୍‌ରେ ଦେବେ ୨୦୦ କିମିର ଭଡ଼ା

ବିଶେଷଜ୍ଞଙ୍କ ଅନୁସାରେ, ଅଷ୍ଟମ ବେତନ କମିଶନ ପ୍ରକାରେ ଫିଟମେଣ୍ଟ ଫ୍ୟାକ୍ଟର ୧.୭୦ରୁ ନେଇ ୨.୮୬ ମଧ୍ୟରେ ରହିପାରେ । ଯାହାକି ସମସ୍ତ ଲେବଲ୍ ପାଇଁ ସମାନ ଭାବେ ଲାଗୁ କରାଯାଇପାରେ । ଯାହା ଫଳରେ ଉଚ୍ଚ ପଦରେ ଥିବା ଅଧିକାରୀଙ୍କ ଦରମା ଅଧିକ ବଢ଼ିବ ।

୨.୧୫ ଫିଟମେଣ୍ଟ ଫ୍ୟାକ୍ଟରରେ କେତେ ବଢ଼ିବ ଦରମା ?

  • ଲେବଲ ୧ କର୍ମଚାରୀଙ୍କ ଦରମା ୧୮ ହଜାରରୁ ୩୮ ହଜାର ୭୦୦ ଅର୍ଥାତ୍ ୨୦ ହଜାର ୭୦୦ ଟଙ୍କା ବଢ଼ିପାରେ ।
  • ଲେବଲ ୧୦ କର୍ମଚାରୀଙ୍କ ଦରମା ୫୬ ହଜାର ୧୦୦ରୁ ୧ ଲକ୍ଷ ୨୦ ହଜାର ୬୧୫ ଟଙ୍କା ଅର୍ଥାତ୍ ୬୪ ହଜାର ୫୧୫ ଟଙ୍କା ବଢ଼ିପାରେ ।
  • ଲେବଲ ୧୮ କର୍ମଚାରୀଙ୍କ ଦରମା ୨ ଲକ୍ଷ ୫୦ ହଜାରରୁ ୫ ଲକ୍ଷ ୩୭ ହଜାର ୫୦୦ ଅର୍ଥାତ୍ ୨ ଲକ୍ଷ ୮୭ ହଜାର ୫୦୦ ଟଙ୍କା ବଢ଼ିପାରେ ।


୨.୮୬ ଫିଟମେଣ୍ଟ ଫ୍ୟାକ୍ଟରରେ କେତେ ବଢ଼ିବ ଦରମା ?

  • ଲେବଲ ୧ କର୍ମଚାରୀଙ୍କ ଦରମା ୧୮ ହଜାରରୁ ୫୧ ହଜାର ୪୮୦ ଅର୍ଥାତ୍ ୩୩ ହଜାର ୪୮୦ ଟଙ୍କା ବଢ଼ିପାରେ ।
  • ଲେବଲ ୩ କର୍ମଚାରୀଙ୍କ ଦରମା ୨୧ ହଜାର ୭୦୦ରୁ ୬୨ ହଜାର ୬୨ ଟଙ୍କା ଅର୍ଥାତ୍ ୪୦ ହଜାର ୩୬୨ ଟଙ୍କା ବଢ଼ିପାରେ ।
  • ଲେବଲ ୬ କର୍ମଚାରୀଙ୍କ ଦରମା ୩୫ ହଜାର ୪୦୦ରୁ ୧ ଲକ୍ଷ ୧ ହଜାର ୨୪୪ ଟଙ୍କା ଅର୍ଥାତ୍ ୬୫ ହଜାର ୮୪୪ ଟଙ୍କା ବଢ଼ିପାରେ ।
  • ଲେବଲ ୧୦ କର୍ମଚାରୀଙ୍କ ଦରମା ୫୬ ହଜାର ୧୦୦ରୁ ୧ ଲକ୍ଷ ୨୦ ହଜାର ୬୧୫ ଟଙ୍କା ଅର୍ଥାତ୍ ୬୪ ହଜାର ୫୧୫ ଟଙ୍କା ବଢ଼ିପାରେ ।


ଏଥିସହ ପଢ଼ନ୍ତୁ: ମନ୍ଦିର ଓ ଘରେ ପୂଜା କରିବାର ଫଳ ହୋଇଥାଏ କି ଭିନ୍ନ ? ଜାଣନ୍ତୁ କ'ଣ କହିଲେ ପ୍ରେମାନନ୍ଦ ମହାରାଜ...

୧.୭ ଫିଟମେଣ୍ଟ ଫ୍ୟାକ୍ଟରରେ କେତେ ବଢ଼ିବ ଦରମା ?

  • ଲେବଲ ୧ କର୍ମଚାରୀଙ୍କ ଦରମା ୧୮ ହଜାରରୁ ବଢ଼ି ୩୦ ହଜାର ୬୦୦ ଟଙ୍କା ହୋଇପାରେ ।
  • ଲେବଲ ୩ କର୍ମଚାରୀଙ୍କ ଦରମା ୨୧ ହଜାର ୭୦୦ରୁ ବଢ଼ି ୩୬ ହଜାର ୮୯୦ ଟଙ୍କା ହୋଇପାରେ ।
  • ଲେବଲ ୬ କର୍ମଚାରୀଙ୍କ ଦରମା ୩୫ ହଜାର ୪୦୦ରୁ ବଢ଼ି ୬୦ ହଜାର ହୋଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Salary Hike: ଲେବଲ୍ ୧ରୁ ୧୮ ପର୍ଯ୍ୟନ୍ତ... ଅଷ୍ଟମ ବେତନ କମିଶନରେ କାହା ଦରମା, କେତେ ବଢ଼ିବ ? ଜାଣନ୍ତୁ | Argus News