Water Bomb China / ଭାରତ ପାଇଁ ଚୀନ ତିଆରି କରୁଛି ଓ୍ୱାଟର ବୋମା !
·6 months ago·2 min read

Key Points
ଭାରତର ଚିନ୍ତା ବଢ଼ାଇଲା ଚୀନ
ବ୍ରହ୍ମପୁତ୍ର ନଦୀର ପାଣି ଅଟକାଇ ଦେବ ଚୀନ?
ବଡ଼ ପ୍ଲାନ କରୁଛି ଚୀନ
ବ୍ରହ୍ମପୁତ୍ର ନଦୀର ପାଣି ଅଟକାଇ ଦେବ ଚୀନ?
ବଡ଼ ପ୍ଲାନ କରୁଛି ଚୀନ
ଭାରତ ପାଇଁ ବଢ଼ିଲା ଚିନ୍ତା। ଲୁଚିଛପି ଚାଇନା କରୁଛି ବଡ଼ ପ୍ଲାନ। ଯେଉଁ ଖବର ଶୁଣିବା ପରେ ବର୍ତ୍ତମାନ ଭାରତ ସରକାର ଚିନ୍ତାରେ ଅଛନ୍ତି। କାହିଁକି ନା ଚାଇନା ସର୍ବଦା କିଛି ନା କିଛି ମାରାତ୍ମକ କାଣ୍ଡ କରିଥାଏ। କୁହାଯାଉଛି କି, ଚୀନ ଏକ ବିଶାଳ ହାଇଡ୍ରୋପାୱାର ପ୍ରୋଜେକ୍ଟ ନିର୍ମାଣ କରିବା ଦିଗରେ ଅଗ୍ରସର ହେଉଛି। ଯାହା ଭାରତ ପାଇଁ ଏକ ବଡ଼ ୱାଟର ବୋମା ବୋଲି କୁହାଯାଉଛି। କାରଣ ଚୀନ ଏହି ହାଇଡ୍ରୋପାୱାର ପ୍ରୋଜେକ୍ଟ ମାଧ୍ୟମରେ ଭାରତକୁ ବୋହି ଆସୁଥିବା ବ୍ରହ୍ମପୁତ୍ର ନଦୀର ଜଳ ଧାରାକୁ ରୋକିବ। ଏହି ପ୍ରକଳ୍ପର ଟେକ୍ନିକାଲ ଦିଗ ମଧ୍ୟ ଚିନ୍ତା ବଢ଼ାଇ ଦେଇଛି। ୱାଶିଂଟନର ଷ୍ଟିମସନ ସେଣ୍ଟରର ଶକ୍ତି, ଜଳ ଏବଂ ସଷ୍ଟେନେବିଲିଟି କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଚିନ୍ତା ବ୍ୟକ୍ତ କରିଛନ୍ତି।
ସେ ଏହାକୁ ଏପର୍ଯ୍ୟନ୍ତ ଚେଷ୍ଟା କରାଯାଇଥିବା ସବୁଠାରୁ ବଡ଼ ଓ ଜଟିଳ ଜଳବିଦ୍ୟୁତ ପ୍ରଣାଳୀ ବୋଲି କହିବା ସହ ସବୁଠାରୁ ବିପଦପୂର୍ଣ୍ଣ ମଧ୍ୟରୁ ଗୋଟିଏ ବୋଲି ମଧ୍ୟ କହିଛନ୍ତି। ଏହା ଏକ ଭୂମିକମ୍ପ ପ୍ରବଣ ଓ ପରିବେଶଗତ ସମ୍ବେଦନଶୀଳ ଓ ଦୁର୍ବଳ ଅଞ୍ଚଳରେ ତିଆରି ହେଉଛି, ତେଣୁ ଏଥିରେ ଯେକୌଣସି ବିଫଳତା କିମ୍ବା ଭୁଲ ଆକଳନ ହେଲେ ଏହାର ଗମ୍ଭୀର ପ୍ରଭାବ ନିମ୍ନଗାମୀ ନଦୀ ଉପରେ ପଡ଼ିପାରେ।ଅନ୍ୟପଟେ ବର୍ଷ ଆରମ୍ଭରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିବା ପରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଏହାକୁ ଭାରତ ପାଇଁ ଏକ ଟିକିଂ ୱାଟର ବୋମା ବୋଲି କହିଥିଲେ। କାରଣ ଚୀନ ଏହି ପ୍ରକଳ୍ପ ମାଧ୍ୟମରେ ବ୍ରହ୍ମପୁତ୍ର ନଦୀର ଜଳ କେଉଁ ସମୟରେ ଛାଡ଼଼ିବ ଓ କେତେ ମାତ୍ରାରେ ଛାଡ଼ିବ ଏହାକୁ ନିୟନ୍ତ୍ରଣ କରିପାରେ। ହେଲେ ଜୀନ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କୌଣସି ସୂଚନା ଆସିନଥିବାବେଳେ ଚୀନ ଉପରେ ଭରସା ମଧ୍ୟ କରାଯାଇନପାରେ।
ଏଥିସହ ପଢ଼ନ୍ତୁ: ଯଶସ୍ୱୀଙ୍କୁ ହୋଇଛି ଏହି ରୋଗ, ଜାଣନ୍ତୁ ଏହା କେତେ କ୍ଷତିକାରକ ?
ୟାରଲୁଙ୍ଗ ସାଙ୍ଗପୋ ନଦୀରେ ଚୀନ୍ ଏହି ବିଶାଳ ଜଳବିଦ୍ୟୁତ ପ୍ରକଳ୍ପ ତିଆରି କରୁଛି। ଆଉ ଏହି ନଦୀ ଭାରତରେ ବ୍ରହ୍ମପୁତ୍ର ନଦୀ ଭାବେ ପ୍ରବେଶ କରୁଥିବାରୁ ନୀଦର ଉପରମୁଣ୍ଡରେ ଯେକୌଣସି ବଡ଼ ଧରଣର ହସ୍ତକ୍ଷେପ ଏହାର ପ୍ରାକୃତିକ ପ୍ରବାହକୁ ପ୍ରଭାବିତ କରିବ। ''ଯଦି ହଠାତ୍ ଅଧିକ ପାଣି ଛାଡ଼ି ଦିଏ ଚୀନ, ତେବେ ଏହା ଭାରତର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବ। ଏଥିରେ ଧନଜୀବନ ହାନୀ ସହ କୃଷି ଉଜୁଡ଼ିବ। ଫଳରେ ଭାରତର ଅର୍ଥନୀତିକୁ ଆଘାତ ପହଞ୍ଚିବ। ସେହିଭଳି ପାଣି ନଛାଡ଼ିଲେ ତଳିଆ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଆଗକୁ ଭାରତ ପାଇଁ ଏହା ଏକ ବଡ଼ ବିପଦ ସୃଷ୍ଟି କରିବ ବୋଲି କୁହାଯାଉଛି ।''
ଏନେଇ ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି “ଏହି ପ୍ରକଳ୍ପଟି ପ୍ରଥମେ ୧୯୮୬ ମସିହାରେ ସାର୍ବଜନୀନ ହୋଇଥିଲା ଏବଂ ସେବେଠାରୁ ଚୀନରେ ଏନେଇ ପ୍ରସ୍ତୁତି ଚାଲିଛି।” ତେବେ ଭାରତ ସରକାର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନ ଓ ଜୀବିକା ପ୍ରତି ସତର୍କ ଅଛନ୍ତି। ଏବଂ ସୁରକ୍ଷା ଦିଗରେ କାମ କରୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories