|
logo
Live
Argus News App
GET APP

Argus News - ଲଙ୍କା ସୁପ୍ ରେ ଗାଧୋଇଲେ ଦୂର ହେଉଛି ରୋଗ !

International

Hotpot Bath / ଲଙ୍କା ସୁପ୍ ରେ ଗାଧୋଇଲେ ଦୂର ହେଉଛି ରୋଗ !

Smruti Parija
Browse all articles by Smruti Parija
·5 months ago·2 min read
ଲଙ୍କା ସୁପ୍ ରେ ଗାଧୋଇଲେ ଦୂର ହେଉଛି ରୋଗ !

Key Points

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହଟ୍ ପଟ୍ ବାଥ୍
ଲଙ୍କା ସୁପ୍ ରେ ଗାଧୋଇଲେ ଦୂର ହେଉଛି ରୋଗ !
ଚମକୁଛି ତ୍ୱଚା
ଏହି ବାଥ୍ ନେବାକୁ ଲୋକଙ୍କ ଲମ୍ବା ଲାଇନ୍
ଏହା ଏମିତି ସେମିତି ବାଥ୍ ନୁହେଁ । ବରଂ ଏହା ହେଉଛି ଲଙ୍କା ସୁପ୍ ବାଥ୍ ବା ହଟ୍ ପଟ୍ ବାଥ୍ । ଏଥିପାଇଁ ଆପଣଙ୍କୁ ନାଲି ପାଣି ବା ଲଙ୍କା ସୁପ୍ ରେ ବୁଡି ରହିବାକୁ ପଡିବ । କିଛି ସମୟ ବୁଡିବା ପରେ ଶରୀରକୁ ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା । ଚୀନର କିଛି ରେସ୍ତୋରାଂ ଗୁଡିକରେ ଏହି ବାଥ୍ ର ବ୍ୟବସ୍ଥା ହୋଇଛି । ଯେଉଁଠି ଦୁଇ ପ୍ରକାରର ପୁଲ୍ ରହିଛି ।



ନାଲି ଓ ଧଳା । ରେଡ୍ ପୁଲ୍ ରେ ପଡିଛି ନାଲି ଓ ସବୁଜ ଶିମଲା ଲଙ୍କା, ବାଇଗଣ ଓ କୋବି । ଆଉ ହ୍ୱାଇଟ୍ ପୁଲ୍ ରେ ପଡିଛି କ୍ଷୀର, ଖଜୁରୀ ଓ କିଛି କୋଳି । ଗାଧୋଇବା ସମୟରେ ଏହି ସବୁ ଖାଇବେନି । କେବଳ ପାଣିରେ ବୁଡି ରହିବେ । ଏହି ହଟ୍ ପଟ୍ ବାଥ୍ ର ରହିଛି ଭରପୁର ଔଷଧୀୟ ଗୁଣ । କୁହାଯାଉଛି ଏହି ପୁଲ୍ ରେ ଗାଧୋଇଲେ ଶରୀରର ଅନେକ ରୋଗ ଦୂର ହେଉଛି ।
ପାରମ୍ପରିକ ହଟ୍ ସ୍ପ୍ରିଙ୍ଗ୍ ବାଥ୍ କଥା ଆପଣ ଶୁଣିଥିବେ । ଏହି ପାରମ୍ପରିକ ବାଥ୍ କୁ ନେଇ ହଟ୍ ପଟ୍ ବାଥ୍ ର ବ୍ୟବସ୍ଥା କରିଛନ୍ତି ଚୀନର କିଛି ବାଥ୍ ହାଉସ୍ । ଯେମିତି ହଟ୍ ସ୍ପ୍ରିଙ୍ଗ୍ ବା ତପ୍ତପାଣିରେ ଗାଧୋଇଲେ ଶରୀରକୁ ଲାଭ ମିଳିଥାଏ ହଟ୍ ପଟ୍ ବାଥ୍ ମଧ୍ୟ ସେହିଭଳି ।

ରେଡ୍ ଚିଲ୍ଲି ପେପର୍ ପଡିଥିବା ପୁଲ୍ ରେ ଗାଧୋଇଲେ ରକ୍ତ ସଞ୍ଚାଳନ ଭଲ ହେବା ସହ କ୍ଷୀର ପଡିଥିବା ପୁଲ୍ ରେ ଗାଧୋଇଲେ ତ୍ୱଚା ଚମକିବ ବୋଲି କୁହାଯାଉଛି । ଷ୍ଟ୍ରେସ୍ କମୁଛି ଏହାସହ ଏହି ବାଥ୍ ନେବା ପରେ ଭଲ ନିଦ ହେଉଛି ।

ଏହି ହଟ୍ ପଟ୍ ରେ ଗାଧୋଇବା ପାଇଁ କୌଣସି ବୟସ ସୀମା ନାହିଁ । କିନ୍ତୁ ଯେଉଁମାନଙ୍କର ଚର୍ମ ଜନିତ ଆଲର୍ଜି ରହିଛି କିମ୍ବା ହୃଦରୋଗ ସମ୍ୱନ୍ଧିତ ସମସ୍ୟା ଅଛି ସେମାନଙ୍କ ପାଇଁ ଏହି ହଟ୍ ପଟ୍ ବାଥ୍ ଉଚିତ ନୁହେଁ । ସବୁଠୁ ବଡ କଥା ହେଉଛି ପାଣିରେ 15 ରୁ 20 ମିନିଟ୍ ପର୍ଯ୍ୟନ୍ତ ଏହି ସବୁ ଜିନିଷ ସୋକ୍ ହେବା ପରେ ହିଁ ଗାଧୋଇଲେ ଭଲ ଫାଇଦା ମିଳିବ ।

ପର୍ଯ୍ୟଟକମାନେ ନିଜ ନିଜ ଅନୁଭୂତି ବାଣ୍ଟି କହିଛନ୍ତି ଯେ "ପାଣିର ତାପମାତ୍ରା ଗାଧୋଇବା ପାଇଁ ପୁରା ଉପଯୁକ୍ତ ଥିବାବେଳେ ଗାଧୋଇବା ପରେ ଶରୀରକୁ ଆରାମ ଲାଗୁଛି । ଏଠାରେ ଗାଧୋଇବା ସମୟରେ ଫଳମୂଳ ଓ ଜଡିବୁଟି ମିଶା ଚା' ମଧ୍ୟ ପିଇବାକୁ ଦିଆଯାଉଛି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Hotpot Bath: ଲଙ୍କା ସୁପ୍ ରେ ଗାଧୋଇଲେ ଦୂର ହେଉଛି ରୋଗ ! | Argus News