Videos
|
International

Los Angeles Earthquake / ଆମେରିକାରେ ଭୟଙ୍କର ଭୂମିକମ୍ପ...ଲ୍ୟାଣ୍ଡିଂ ପୂର୍ବରୁ ଥରିଲା ବିମାନ, ଶେଷ ମୁହୂର୍ତ୍ତରେ ବଦଳିଲା ରୁଟ୍‌

Santosh Kumar Sahoo
Browse all articles by Santosh Kumar Sahoo
·Updated on: 29 Nov 2026, 13:34:47 IST·2 min read
ଆମେରିକାରେ ଭୟଙ୍କର ଭୂମିକମ୍ପ...ଲ୍ୟାଣ୍ଡିଂ ପୂର୍ବରୁ ଥରିଲା ବିମାନ, ଶେଷ ମୁହୂର୍ତ୍ତରେ ବଦଳିଲା ରୁଟ୍‌
Los Angeles Earthquake

Key Points

ଲ୍ୟାଣ୍ଡିଂର ଠିକ୍ ପୂର୍ବରୁ ଭୂମିକମ୍ପର ଝଟକା
ଲ୍ୟାଣ୍ଡିଂ ପୂର୍ବରୁ ଘଟିଲା ବଡ଼ ଘଟଣା
ଭୟରେ ଫେରିଗଲା ବିମାନ
ଆମେରିକl: ଲସ୍ ଆଞ୍ଜେଲସ୍‌ରେ ଭୂମିକମ୍ପ ଝଟକା, ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବିମାନ । ଆମେରିକାର ଲସ୍ ଆଞ୍ଜେଲସ୍‌ରେ ଭୂମିକମ୍ପ ଝଟକା ଯୋଗୁଁ ବିମାନବନ୍ଦରରେ ହଇଚଇ ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ୫.୦ ତୀବ୍ରତାର ଭୂକମ୍ପ ଯୋଗୁଁ ଅବତରଣ କରିବାକୁ ଯାଉଥିବା ଏକ ଡେଲ୍ଟା ଏୟାରଲାଇନ୍ସ ବିମାନକୁ ତୁରନ୍ତ ଲ୍ୟାଣ୍ଡିଂ ବାତିଲ କରିବାକୁ ପଡ଼ିଛି । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‌ର ତ୍ୱରିତ ନିର୍ଦ୍ଦେଶ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି ।

ଭୂମିକମ୍ପ ସମୟରେ ଲସ୍ ଆଞ୍ଜେଲସ୍ ଆନ୍ତର୍ଜାତୀୟ ବିମାନବନ୍ଦର ରନୱେରେ ଅବତରଣ କରିବାକୁ ପ୍ରସ୍ତୁତ ହେଉଥିଲା ଡେଲ୍ଟା ଏୟାରଲାଇନ୍ସର ଏକ ବିମାନ । ଭୂମିକମ୍ପ ଝଟକା ଅନୁଭୂତ ହେବା ମାତ୍ରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ବା ATC ପକ୍ଷରୁ ତୁରନ୍ତ ପାଇଲଟଙ୍କୁ ସତର୍କ କରାଯାଇଥିଲା ।


ଏଥି ସହ ପଢନ୍ତୁ:  ଋଷିଆରୁ ଆମେରିକା, ଦୁଇ ଦେଶରେ ଶକ୍ତିଶାଳୀ ଭୂମିକମ୍ପ; ଥରିଲା କାମଚାଟକା ଓ କାଲିଫର୍ଣ୍ଣିଆ

ବିମାନବନ୍ଦରର ଲାଇଭଷ୍ଟ୍ରିମ୍ ଭିଡିଓରେ ATC କହୁଥିବା ଶୁଣିବାକୁ ମିଳିଛି - "ଡେଲ୍ଟା ୧୯୭୨, ଗୋ-ଆରାଉଣ୍ଡ...ଏଠାରେ ବଡ଼ ଭୂମିକମ୍ପ ହେଉଛି ।" ନିର୍ଦ୍ଦେଶ ପାଇବା ମାତ୍ରେ ପାଇଲଟ୍ ବିମାନଟିକୁ ରନୱେରେ ନ ଓହ୍ଲାଇ ପୁଣି ଆକାଶମାର୍ଗକୁ ନେଇଯାଇଥିଲେ ।

ସେପଟେ ଭୂମିକମ୍ପ ପରେ ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ଥିତି ଯାଞ୍ଚ କରାଯାଇଛି । ଏପର୍ଯ୍ୟନ୍ତ କୌଣସି ଗୁରୁତର ଆହତ କିମ୍ବା ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଭୂକମ୍ପ ବେଳେ ବିମାନର ଏହି ରୋମାଞ୍ଚକର 'ଗୋ-ଆରାଉଣ୍ଡ' ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: