ଚୀନର ପ୍ରେଗନେଣ୍ଟ କାର୍ , ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ଚୀନରେ ଲଗାତାର ୮୦ ଦିନ ହେବ ହିଟୱେଭ ଲାଗିରହିଛି । ଯାହାଦ୍ବାରା ୨୬୦ରୁ ଅଧିକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ଲାଗି ରହିଛି । କିନ୍ତୁ ଏ ଭିତରେ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏକ କାର ଫୁଲି ଯାଇଥିବା ବେଳେ ଲୋକ ଏହାକୁ 'ପ୍ରେଗନେଣ୍ଟ୍ କାର' ବୋଲି କହୁଥିବା ଦେଖିବାକୁ ମିଳିଛି । ପ୍ରକୃତରେ କାରର ଉପରେ ଲାଗିଥିବା ପ୍ରୋକ୍ଟେକ୍ଟିଭ୍ ପେଣ୍ଟ ଫିଲ୍ମ ଅତ୍ୟଧିକ ଗରମ ଯୋଗୁଁ ଫୁଲିଯାଇଛି । ଯାହା ବେଲୁନ୍ ଭଳି ଫୁଲି ଯାଇଥିବା ଦେଖିବାକୁ ମିଳିଛି ।
🥵 China's heatwave 'inflates cars'
— Sputnik (@SputnikInt) August 8, 2024
With record high temperatures in China, the protective films on car paints are blowing up, leading people to call them "pregnant cars."
Video from social media pic.twitter.com/AJOxu5HZNa
ଏହି ପ୍ରୋଟେକ୍ଟିଭ ଫିଲ୍ମର ତାପମାତ୍ରା ସହିବାର ଏଖ କ୍ଷମତା ଥାଏ । କ୍ଷମତାରୁ ଅଧିକ ଜୋରରେ ଗରମ ହେଲେ ଏହା ଫୁଲିବା ଆରମ୍ଭ କରିଥାଏ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲୋକ ଏହାକୁ 'ପ୍ରେଗନେଣ୍ଟ୍ କାର' ବୋଲି କହୁଛନ୍ତି ।ତେବେ ଚାଇନାରେ ଅତ୍ୟଧିକ ଗରମ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏଥିସହ ୧୦୦ ଜଣ ଲୋକ ଅସୁସ୍ଥ ଥିବା ସୂଚନା ରହିଛି ।